ନୂଆ ବର୍ଷରୁ ନୂଆ ନିୟମ:ଭିକାରୀଙ୍କୁ ଭିକ ଦେଲେ ଯିବେ ଜେଲ୍
Begging Banned In Indore: ଏଣିକି ଭିକାରୀଙ୍କୁ ଭିକ ଦେଲେ ଯିବା ପାଇଁ ପଡିବ ଜେଲ୍ । ନୂଆ ବର୍ଷଠୁ ଅର୍ଥାତ୍ ୨୦୨୫ରୁ ଏହି ନିୟମ ଲାଗୁ କରାଯିବ । କ୍ଲିନ୍ ସିଟି ମଧ୍ୟପ୍ରଦେଶର ଇନ୍ଦୋରରେ ଏପରି ନିୟମ ଲାଗୁ କରାଯିବ । ଇନ୍ଦୋର ପ୍ରଶାସନ ଜାନୁଆରୀ ୧ ତାରିଖରୁ ଏପରି ନିୟମ ଲାଗୁ କରିବା ନେଇ ସୂଚନା ରହିଛି ।
ସୂଚନା ଅନୁସାରେ ଏଣିକି ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜାନୁଆରୀ ୧ ତାରିଖରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଯଦି କେହି ଭିକାରୀଙ୍କୁ ଭିକ ଦିଅନ୍ତି ତେବେ ତାଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରି ଭିକ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରାଯିବ ଏବଂ ତାଙ୍କୁ ଜେଲ ଯିବା ପାଇଁ ମଧ୍ୟ ପଡିପାରେ ।

ଆଗାମୀ ବର୍ଷଠୁ ଇନ୍ଦୋରରେ ଭିକ ମାଗିବା ଉପରେ ସମ୍ପୁର୍ଣ୍ଣ ବ୍ୟାନ୍ ଲାଗିବା ପାଇଁ ଯାଉଛି । ଜିଲ୍ଲାପାଳ ଆଶିଷ ସିଂହ କହିଛନ୍ତି, ଜାନୁଆରୀ ୧ରୁ ଯଦି କେହି ବ୍ୟକ୍ତି ଭିକାରୀକୁ ଭିକ ଦିଅନ୍ତି ତେବେ ତାଙ୍କ ବିରୋଧରେ ଏଫଆଇର ରୁଜୁ ହେବ ଏବଂ ଜେଲ ମଧ୍ୟ ଯିବା ପାଇଁ ପଡିବ । ତେବେ ସହରକୁ ଭିକାରୀ ମୁକ୍ତ କରିବା ପାଇଁ ସମସ୍ତଙ୍କ ସାହାଯ୍ୟ ଲୋଡିଛନ୍ତି ଜିଲ୍ଲାପାଳ ଆଶିଷ ସିଂହ ।
କେବଳ ଇନ୍ଦୋର ନୁହେଁ, ଦିଲ୍ଲୀ, ବେଙ୍ଗାଲୁରୁ , ଚେନ୍ନାଇ, ହାଇଦ୍ରାବାଦ, ଲକ୍ଷ୍ନୌ, ପଟନା, ମୁମ୍ବାଇ ସହରକୁ ମଧ୍ୟ ଭିକାରୀ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ସମସ୍ତ ସହରରୁ ଭିକାରୀ ମୁକ୍ତ କରିବା ସହ ଭିକାରୀଙ୍କୁ ଉଦ୍ଧାର କରି ସେମାନଙ୍କୁ ଏକ ଉପଯୁକ୍ତ କେନ୍ଦ୍ରରେ ରଖାଯିବ । ବର୍ତ୍ତମାନ ଜାନୁଆରୀ ଆରମ୍ଭରୁ ଇନ୍ଦୋରରେ ଭିକାରୀ ମୁକ୍ତ କରିବା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଅଭିଯାନକୁ ସମର୍ଥନ କରିବା ପାଇଁ ରାଜ୍ୟ ସରକାର ରାଜ୍ୟବାସୀଙ୍କ ସମର୍ଥନ ଲୋଡିଛନ୍ତି । ଏପରି କରିବା ଦ୍ୱାରା ଇନ୍ଦୋର ଖୁବ୍ ଶୀଘ୍ର ଭିକାରୀ ମୁକ୍ତ ହୋଇ ପାରିବ ବୋଲି ଆଶା ରଖାଯାଇଛି । ସେହିପରି ଏହା ପରେ ଦେଶର ଅନ୍ୟ ବଡ଼ ବଡ଼ ସହରରେ ଏହି ନିୟମ ଲାଗୁ କରାଯିହ । ଭିକାରୀ ମୁକ୍ତ କରିବା ପାଇଁ ଏଣିକି ସରକରାଙ୍କ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ରହିଛି । ତେବେ ବିଭିନ୍ନ ଏନଜିଓ ଓ ସଂସ୍ଥା ରହିଛି ଯେଉଁଠି ଏହି ଭିକାରୀଙ୍କୁ ରହିବା ପାଇଁ ସ୍ଥାନ ଦିଆଯାଉଛି ।












Click it and Unblock the Notifications