ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ମାଧବୀ ଲତାଙ୍କ ବିରୋଧରେ ହେଲା ମାମଲା ରୁଜୁ, ଜାଣନ୍ତୁ କଣ ରହିଛି ମାମଲା?

ଅଡ଼ୁଆରେ ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ତଥା ହାଇଦ୍ରାବାଦର ସାଂସଦ ପ୍ରାର୍ଥୀ ମାଧବୀ ଲତା।ଗୋଟିଏ ପୋଲିଂ ବୁଥରେ ସେ ନିର୍ବାଚନ ଅଧିକାରୀ ଓ ସୁରକ୍ଷାକର୍ମୀଙ୍କ ଭଳି ଭୋଟ ଦେବାକୁ ଆସିଥିବା ମୁସଲିମ ମହିଳାଙ୍କ ପରିଚୟପତ୍ର ଯାଞ୍ଚ କରିଛନ୍ତି। ସେ ମୁସଲିମ ମହିଳାଙ୍କ ଭୋଟ ପରିଚୟପତ୍ର ଯାଞ୍ଚ କରିବା ସହ ବୁର୍ଖା ଟେକି ମୁହଁ ଦେଖାଇବାକୁ ମଧ୍ୟ ବାଧ୍ୟ କରିଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ବଢ଼ିଛି।

ଭିଡିଓ ଆଧାରରେ ଆଇପିସି ଓ ଜନପ୍ରତିନିଧି ଆଇନ ଅନୁସାରେ ତାଙ୍କ ବିରୋଧରେ ମାମଲା ହୋଇଛି। ହାଇଦ୍ରାବାଦ ଜିଲ୍ଲାପାଳ ଅଫିସ ପକ୍ଷରୁ ଏନେଇ ନିଶ୍ଚିତ କରାଯାଇଛି। ମାଲାକପେଟ ପୁଲିସ୍‌ ଷ୍ଟେସନରେ ମାମଲା ହୋଇଥିବା ଜିଲ୍ଲାପାଳଙ୍କ ଅଫିସ ସୂଚନା ଦେଇଛି। ଦେଶ ଆଜି ୪ର୍ଥ ପର୍ଯ୍ୟାୟରେ ୯୬ଟି ଲୋକସଭା ଆସନ ପାଇଁ ଭୋଟ ଦେଉଛି। ଏହା ମଧ୍ୟରେ ବହୁ ଚର୍ଚ୍ଚିତ ହାଇଦ୍ରାବାଦ ଲୋକସଭା ଆସନ ମଧ୍ୟ ରହିଛି। ଏଠାରେ ମାଧବୀ ଲତା ବିଜେପିର ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କର ଲଢ଼େଇ ୪ଥରର ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କ ସହ ହେଉଛି।

Madhavi Lata

ଆଜି ମାଧବୀ ଲତା ଭୋଟ ଦେବା ପରେ କିଛି ପୋଲିଂ ବୁଥ ବୁଲି ଦେଖିଥିଲେ। ଏତିକି ବେଳେ ସେ ଗୋଟିଏ ପୋଲିଂ ବୁଥରେ ମୁସଲିମ ମହିଳାମାନଙ୍କୁ ବୁର୍ଖା ଟେକି ନିଜର ପରିଚୟପତ୍ର ଦେଖାବାକୁ ବାଧ୍ୟ କରିଥିବା ବେଳର ଭିଡିଓ ସାମ୍ନାକୁ ଆସିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+