ସନାତନ ଧର୍ମକୁ ବିରୋଧ କରି ଫସିଲେ ଉଦୟନିଧି: ଡିଏମକେ ନେତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ
Sanatan Dharma Row: ମହାରାଷ୍ଟ୍ରରେ ଡିଏମକେ ନେତା ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଉଦୟାନିଧି ସନାତନ ଧର୍ମ ବିରୋଧରେ ବିବାଦିୟ ବିବୃତି ଦେବା ପରେ ତାଙ୍କୁ ନେଇ ବିବାଦ ଲାଗି ରହିଛି । ସେବେଠାରୁ ସେ କ୍ରମାଗତ ଭାବର ସମାଲୋଚନାର ଶିକାର ହୋଇଆସୁଛନ୍ତି । ଯେଉଁଥିପାଇଁ ବର୍ତ୍ତମାନ ମହାରାଷ୍ଟ୍ରରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇଛି ।
ମୀରା ରୋଡ ପୋଲିସ ସୂଚନା ଅନୁସାରେ, ଆଇପିସିର ଧାରା 153A ଏବଂ 295A ଅନୁଯାୟୀ ପୋଲିସ ଏହି ମାମଲାରେ ମାମଲା ରୁଜୁ କରିଛି। ଉଦୟନିଧି ଷ୍ଟାଲିନ ଏକ କାର୍ଯ୍ୟକ୍ରମ ସମୟରେ ସନାତନ ଧର୍ମକୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସହିତ ତୁଳନା କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ଏହାକୁ ସମାପ୍ତ କରିବା ଉଚିତ୍ । ତାଙ୍କର ଏହି ବିବୃତ୍ତିକୁ ନେଇ ଅନେକ ବିବାଦ ମୁଣ୍ତ ଟେକିଥିଲା । ତେବେ ବିରୋଧୀ ଦଳର ନେତାମାନେ ମଧ୍ୟ ତାଙ୍କର ଏହି ବୟାନଠୁ ନିଜକୁ ଦୂରେଇ ରଖିଥିଲେ ।

ଯେତେବେଳେ ଉଦୟନିଧିଙ୍କୁ ସନାତନ ଧର୍ମ ଉପରେ ଦେଇଥିବା ବିବୃତ୍ତି ଉପରେ ସ୍ପଷ୍ଟୀକରଣ ମାଗିଥିଲେ, ସେତେବେଳେ ସେ କହିଥିଲେ ଯେ, ସେ ଦେଇଥିବା ବୟାନକୁ ସେ ଚିନ୍ତିତ ନୁହଁନ୍ତି ଅର୍ଥାତ୍ ସେ ନିଜ କଥାରେ ଅଟଳ ରହିଥିଲେ । କେବଳ ଏତିକି ନୁହେଁ, ଯେତେବେଳେ ଜଣେ ସାମ୍ବାଦିକ ତାଙ୍କୁ ଏ ବିଷୟରେ ଏକ ପ୍ରଶ୍ନ ପଚାରିଲେ, ସେ ନିଜେ ଓଲଟି ସାମ୍ବାଦିକଙ୍କୁ ପ୍ରଶ୍ନ କରିଥିଲେ ଯେ, ମୋତେ କୁହ ତୁମେ ସନାତନ ଧର୍ମରେ ବିଶ୍ୱାସ କରୁଛ କି?
ତାମିଲନାଡୁ ବିଜେପି ନେତା ମଙ୍ଗଳବାର ଦିନ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି । ଏ ସମ୍ପର୍କରେ ସେ ପୋଲିସକୁ ଏକ ସ୍ମାରକପତ୍ର ମଧ୍ୟ ଦେଇଛନ୍ତି । ବିଜେପି ପୋଲିସକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଉଲ୍ଲେଖ କରିଛି ଯେଉଁଥିରେ କୁହାଯାଇଛି ଯେ ଏପରି ଭାଷଣ ମାମଲାରେ ରାଜ୍ୟ ନିଜେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ବିଜେପି ପ୍ରତିନିଧୀ କହିଛନ୍ତି ଯେ ଏଭଳି ଘଟଣାରେ ମାମଲା ରୁଜୁ ନକରିବା କୋର୍ଟର ଅବମାନନା ହେବ ।












Click it and Unblock the Notifications