ବଲିଉଡ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଂଜୟ ଲୀଲା ବଂଶାଲିଙ୍କ ବିରୋଧରେ ପୋଲିସରେ ରୁଜୁ ହେଲା ଠକେଇ ମାମଲା
ପ୍ରସିଦ୍ଧ ବଲିଉଡ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ବିରୋଧରେ ବିକାନେରରେ ପ୍ରତୀକ ରାଜ ମାଥୁର ନାମକ ଜଣେ ବ୍ୟକ୍ତି ଏକ ଏଫଆଇଆର ରୁଜୁ କରିଛନ୍ତି। ତାଙ୍କ ବିରୁଦ୍ଧରେ ଠକେଇ, ଅସଦାଚରଣ ଏବଂ ବିଶ୍ୱାସଘାତକତା ଭଳି ଅଭିଯୋଗ ହୋଇଛି। ଏଥିସହିତ ତାଙ୍କର ଅନ୍ୟ ଦୁଇ ବନ୍ଧୁଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି।

ପ୍ରତୀକ ରାଜ ମାଥୁର ତାଙ୍କ ଦ୍ୱାରା ଦାଖଲ ଅଭିଯୋଗରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ସଞ୍ଜୟ ଲୀଲା ଭଂଶାଲୀ ତାଙ୍କୁ Line Producer ଭାବେ ନିଯୁକ୍ତ କରିଥିଲେ ଏବଂ ସେ ପ୍ରଶାସନିକ ଅନୁମତି, ସୁରକ୍ଷା, ହୋଟେଲ ବୁକିଂ ସମେତ ସୁଟିଂ ସହ ଜଡିତ ସମସ୍ତ ପ୍ରସ୍ତୁତି ପରିଚାଳନା କରିଥିଲେ। କିନ୍ତୁ କାମ ସମାପ୍ତ ପରେ, ତାଙ୍କୁ କୌଣସି ପେମେଣ୍ଟ ନ ଦେଇ ପ୍ରୋଜେକ୍ଟରୁ ବାହାର କରିଦିଆଯାଇଥିଲା। FIRରେ ଏହା ମଧ୍ୟ ଲେଖାଯାଇଛି ଯେ, ଅଗଷ୍ଟ 17 ତାରିଖରେ ପ୍ରତୀକ ଯେତେବେଳେ ବିକାନେରର ହୋଟେଲ ନରେନ୍ଦ୍ର ଭବନରେ ପହଞ୍ଚିଲେ, ସେତେବେଳେ ଭଂସାଲିଙ୍କ ସହ ଉପସ୍ଥିତ ଉତ୍କୃଷ୍ଟ ଏବଂ ଅରବିନ୍ଦ ଗିଲ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ।

ଅଭିଯୋଗ ହୋଇଛି ଯେ, ସେମାନେ ଚୁକ୍ତିନାମା ଗ୍ରହଣ କରିବାକୁ ସିଧାସଳଖ ମନା କରିଦେଲେ ଏବଂ ଚେତାବନୀ ଦେଲେ ଯେ, ପ୍ରତୀକଙ୍କ କମ୍ପାନୀ ଏବେଠାରୁ କୌଣସି କାମ ପାଇବ ନାହିଁ। ପ୍ରତୀକ କହିଛନ୍ତି ଯେ, ସେ ପୂର୍ବରୁ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କର କୌଣସି କଥା ଶୁଣାଯାଇନଥିଲା।

Click it and Unblock the Notifications