ଅଲ୍ଲୁ ଅର୍ଜ୍ଜୁନଙ୍କ ବିରୋଧରେ ରୁଜୁ ହେଲା ଅପରାଧିକ ମାମଲା, ଜଣନ୍ତୁ କଣ ରହିଛି କାରଣ

ସାଉଥ ସୁର୍ପଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବଢ଼ିଲା ଅଡୁଆ । ପୁଷ୍ପା ରାଜ୍‌ଙ୍କ ବିରୋଧରେ ରୁଜୁ ହେଲା ମାମଲା । ବିଧାୟକ ସାଙ୍ଗକୁ ଭେଟିବାକୁ ଯାଇଥିବା ଯୋଗୁ ତାଙ୍କ ବିରୋଧରେ ହେଲା ମାମଲା ରୁଜୁ । ଅଲ୍ଲୁ ଅର୍ଜ୍ଜୁନ ଜୁଆଡେ ଯାଆନ୍ତି, ତାଙ୍କ ପଛେପଛେ ପ୍ରଶଂସକମାନେ ସେଠାରେ ପହଞ୍ଚି ଯାଆନ୍ତି । ଠିକ୍ ଏମିତି ହିଁ କିଛି ଘଟିଛି, ଯେତେବେଳେ ସେ ତାଙ୍କ ଘନିଷ୍ଠ ବନ୍ଧୁ ତଥା ୱାଇଏସଆରସିପି ବିଧାୟକ ରବି ଚନ୍ଦ୍ର କିଶୋର ରେଡ୍ଡୀଙ୍କ ପାଇଁ ପ୍ରଚାର କରିବାକୁ ନନ୍ଦୟାଲରେ ପହଞ୍ଚିଥିଲେ ।

ତାଙ୍କର ଗୋଟିଏ ଝଲକ୍ ପାଇବା ପାଇଁ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଜମିଥିଲା । ଏହାକୁ ନେଇ ଅଭିନେତାଙ୍କ ବିରୋଧରେ ଆଇପିସିର ଧାରା ୧୮୮ ଅନୁଯାୟୀ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟକ ପ୍ରଶଂସକ ଏବଂ ସମର୍ଥକ ରବି ଚନ୍ଦ୍ରଙ୍କ ବାସଭବନକୁ ଆସିଥିଲେ । ଏହାଦ୍ୱାରା ବ୍ୟାପକ ଆଇନ ଶୃଙ୍ଖଳା ଏବଂ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା, ଯେଉଁଥିପାଇଁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ସୂଚନା ଅନୁଯାୟୀ, ଶନିବାର ଦିନ ସମାବେଶ ପାଇଁ ବିନା ଅନୁମତିରେ ବିଧାୟକ ରେଡ୍ଡୀ ଅଲୁ ଅର୍ଜୁନଙ୍କୁ ନିମନ୍ତ୍ରଣ କରିଥିବା ଅଭିଯୋଗ ହୋଇଛି । ବିଧାୟକ ରେଡ୍ଡୀଙ୍କ ନିମନ୍ତ୍ରଣରେ ଅଲୁ ଅର୍ଜୁନ ତାଙ୍କ ଘରକୁ ଯାଇଥିଲେ । ବିଧାୟକଙ୍କ ଘରକୁ ସୁପରଷ୍ଟାର ଅଲୁ ଅର୍ଜୁନ ଆସିଥିବା ଜାଣିବା ପରେ ସେଠାରେ ଲୋକଙ୍କ ଭିଡ ଜମିଥିଲା ।

ଏଭଳି ସ୍ଥିତିରେ ନିର୍ବାଚନ ପ୍ରଚାରର ଶେଷ ଦିନରେ ଅଲୁ ଅର୍ଜୁନ ବିଧାୟକଙ୍କ ଘରକୁ ଯିବା ଓ ଲୋକଙ୍କ ଭିଡ ଜମିବା ଦ୍ୱାରା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ହୋଇଛି । ଏହି ଅଭିଯୋଗରେ ଉଭୟ ବିଧାୟକ ରେଡ୍ଡୀ ଓ ଅଲୁ ଅର୍ଜୁନଙ୍କ ବିରୋଧରେ ପୁଲିସ ଏଫ୍‌ଆଇଆର୍ ରୁଜୁ କରିଛି । ସେପଟେ ଅଲୁ ଅର୍ଜୁନ ଏହି ମାମଲାକୁ ନେଇ କହିଛନ୍ତି ଯେ ସେ ତାଙ୍କ ବନ୍ଧୁଙ୍କୁ ଭେଟିବାକୁ ଯାଇଥିଲେ । ସେ କୌଣସି ରାଜନୈତିକ ଦଳକୁ ସମର୍ଥନ କରନ୍ତି ନାହିଁ ।

allu arjun

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ଶିଲ୍ପା ରବି ମେ' ୧୩ ତାରିଖରେ ଶାସକ ଦଳର ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଏଭଳି ସ୍ଥିତିରେ ନିର୍ବାଚନ ପ୍ରଚାରର ଶେଷ ଦିନରେ ଅଲ୍ଲୁ ଅର୍ଜୁନ ବିଧାୟକଙ୍କ ଘରକୁ ଯିବା ଓ ଲୋକଙ୍କ ଭିଡ ଜମିବା ଦ୍ୱାରା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ହୋଇଛି । ଏହି ଅଭିଯୋଗରେ ଉଭୟ ଶିଳ୍ପା ରବି ଓ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ପୁଲିସ ଏଫ୍‌ଆଇଆର ରୁଜୁ କରିଛି ।

ବିଧାୟକ ଶିଳ୍ପା ବିନା କୌଣସି ପୂର୍ବ ଅନୁମତିରେ ଶନିବାର ଦିନ ଜାଣିଶୁଣି ଅଲ୍ଲୁ ଅର୍ଜୁନଙ୍କୁ ଆମନ୍ତ୍ରିତ କରିଥିବା ମଧ୍ୟ ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ବିଧାୟକ ଓ ଅଲ୍ଲୁ ଅର୍ଜୁନ ବାଲକୋନୀରୁ ଲୋକଙ୍କୁ ଭେଟିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+