ବରେଲି ହିଂସାରେ ୨୫୦୦ ଲୋକଙ୍କ ବିରୋଧରେ FIR,୪୯ ଉପଦ୍ରବୀ ଗିରଫ

ୟୁପିର ବରେଲିରେ ଶୁକ୍ରବାର ନମାଜ ପରେ ହିଂସାକାଣ୍ଡ ଘଟିଥିଲା। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୪୯ ଜଣଙ୍କୁ ଗିରଫ କରିନେଇଛି। ଗତକାଲି ଅର୍ଥାତ ଶନିବାର ଏହି ମାମଲାର ମାଷ୍ଟର ମାଇଣ୍ଡ ତୌକିର ରଜା ସହିତ ୮ ଜଣଙ୍କୁ ଗିରଫ କରିନେଇଛି। ଏହାପରେ ରାତିସାରା ଚଢାଉ ବେଳେ ପୋଲିସ ଆହୁରି ୪୧ ଜଣଙ୍କୁ ଗିରଫ କରିଛି। ଏଭଳି ଭାବରେ ଏପର୍ଯ୍ୟନ୍ତ ମୋଟ ୪୯ ଜଣଙ୍କୁ ଗିରଫ କରାଯାଇ ସାରିଛି। ଏହାଛଡା ଅନ୍ୟ ୯ ଜଣଙ୍କୁ ପଚରା ଉଚରା ପାଇଁ କଷ୍ଟଡିରେ ନିଆଯାଇଛି।

ଅଧିକାରୀଙ୍କ କହିବା ଅନୁସାରେ,୧୮୦ ଜଣଙ୍କ ବିରୋଧରେ ଦଙ୍ଗା ଓ ଅନ୍ୟ ଅଭିଯୋଗରେ ୧୦ଟି ଏଫ୍‌ଆଇଆର ରୁଜୁ କରାଯାଇଥିଲା। ଅଭିଯୁକ୍ତଙ୍କ ଭିତରେ ଇତେହାଦ-ଇ-ମିଲ୍ଲତ କାଉନସିଲର ମୁଖ୍ୟ ରଜା ଖାନ୍ ମଧ୍ୟ ରହିଛନ୍ତି। ଯାହାଙ୍କ ଉପରେ କଥିତ ଭାବରେ ବିରୋଧ ପ୍ରଦର୍ଶନର ଆହ୍ବାନ କରିବାର ଅଭିଯୋଗ ରହିଛି। ଏହାଛଡା ୨୫୦୦ ଅଜଣା ଲୋକଙ୍କ ବିରୋଧରେ ଅଭିଯୋଗ ରହିଛି।

arrest

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ହିଂସାକାଣ୍ଡକୁ କଡା ନିନ୍ଦା କରିବା ସହ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯିଏକି ଧର୍ମ ନାଁରେ ହଙ୍ଗାମା କରିବ ଓ ପର୍ବକୁ ପ୍ରଭାବିତ କରିବ, ତାକୁ ଛଡା ଯିବନି। ସେଭଳି ମାଜିଷ୍ଟ୍ରେଟ୍ ଅବିନାମ ସିଂହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବରେଲି ହିଂସାର ମୁଖ୍ୟ ଷଡଯନ୍ତ୍ରକାରୀ ମୌଲାନା ତୌକିର ରଜା ଓ ୭ ଅନ୍ୟ ଅପରାଧିଙ୍କୁ ଗିରଫ କରି କୋର୍ଟରେ ହାଜର କରିଯାଇଥିଲା। କୋର୍ଟ ୧୪ ଦିନିଆ ରିମାଣ୍ଡରେ ରଜାକୁ ଜେଲ୍ ପଠାଇଛନ୍ତି। ପେଲିସ କହିଛି ଅନ୍ୟ ୭ ଅଭିଯୁକ୍ତ ହେଲେ ସରଫରଜ, ମନିଫୁଦ୍ଦିନ, ଅଜୀମ ଅହମ୍ମଦ, ମହମ୍ମଦ ଶରିଫ୍, ମହମ୍ମଦ ଆମିର, ରେହାନ ଓ ମହମ୍ମଦ ସରଫାରାଜ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+