ଜାଣନ୍ତୁ ଭାରତ ସଲକାରଙ୍କୁ କେତେ ଟିକସ୍ ଦେଉଛନ୍ତି ସଲମାନ ଖାନା

Salman Khan: ବଲିଉଡ ଭାଇଜାନ ସଲମାନ ଖାନ କେବଳ ତାଙ୍କ ପ୍ରଶଂସକଙ୍କୁ ହିଟ୍ ଫିଲ୍ମ ଉପହାର ଦେଉନାହାଁନ୍ତି ବରଂ ଭାରତ ସରକାରଙ୍କୁ ବିପୁଳ ପରିମାଣର ଟିକସ ମଧ୍ୟ ପ୍ରଦାନ କରୁଛନ୍ତି । ସଲମାନ ଖାନ କେବଳ ତାଙ୍କ ଚଳଚ୍ଚିତ୍ରରୁ କୋଟି ଟଙ୍କା ରୋଜଗାର କରିନାହାଁନ୍ତି ବରଂ ଚଳିତ ବର୍ଷ ସର୍ବାଧିକ ଟିକସ ଦେଉଥିବା ଅଭିନେତା ତାଲିକାରେ ସେ ତୃତୀୟ ସ୍ଥାନରେ ରହିଛନ୍ତି।

ସଲମାନ ଖାନ ହେଉଛନ୍ତି ବଲିଉଡର ସେହି ତାରକା। ଯିଏ ତାଙ୍କ ଚଳଚ୍ଚିତ୍ର ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଲାଇମଲାଇଟରେ ରହିଥାନ୍ତି । ତେବେ ଚାଲନ୍ତୁ ଜାଣିବା ଭାଇଜାନ ଭାରତ ସରକାରଙ୍କୁ କେତେ ଟ୍ୟାକ୍ସ ଦିଅନ୍ତି । ବାସ୍ତବରେ, ସର୍ବୋଚ୍ଚ ଟିକସ ଦେଉଥିବା ଭାରତୀୟ ସେଲିବ୍ରିଟି ତାଲିକାରେ ସଲମାନ ତୃତୀୟ ସ୍ଥାନରେ ଅଛନ୍ତି । ସଲମାନ ଖାନ ଚଳିତ ବର୍ଷ 75 କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି।

Salman Khan

ସେହିପରି 80 କୋଟି ଟଙ୍କାର ଟ୍ୟାକ୍ସ ଦେଇଥିବା ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ଥଲାପଥି ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଶାହରୁଖ ଖାନ 92 କୋଟି ଟଙ୍କାର ଟ୍ୟାକ୍ସ ଦେଇ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ଅମିତାଭ ବଚ୍ଚନ 71 କୋଟି ଟଙ୍କା ଟିକସ ଦେଇ ଚତୁର୍ଥ ସ୍ଥାନରେ ଥିବାବେଳେ ଅଜୟ ଦେବଗନ 42 କୋଟି ଟଙ୍କା ଟିକସ ଦେଇ ପଞ୍ଚମ ସ୍ଥାନରେ ଅଛନ୍ତି। ରଣବୀର କପୁର ଚଳିତ ବର୍ଷ 36 କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି।

ହ୍ରିତିକ ରୋଶନ ଚଳିତ ବର୍ଷ 28 କୋଟି ଟଙ୍କା ଟିକସ ଦେଇଛନ୍ତି ଏବଂ ଏହି ତାଲିକାରେ ସପ୍ତମ ସ୍ଥାନରେ ଅଛନ୍ତି। କମେଡି କିଙ୍ଗ କପିଲ ଶର୍ମା ମଧ୍ୟ ସର୍ବାଧିକ ଟିକସଦାତା ସେଲିବ୍ରିଟଙ୍କ ତାଲିକାରେ ଅନ୍ତର୍ଭୁକ୍ତ । କପିଲ ଶର୍ମା ଚଳିତ ବର୍ଷ 26 କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+