ହସ୍ପିଟାଲରେ ଭର୍ତ୍ତି ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ହସ୍ପିଟାଲରେ ଭର୍ତ୍ତି ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସୋମବାର ଦିଲ୍ଲୀର AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ରହିଛି ଯେ, ସୀତାରମଣଙ୍କୁ ଡାକ୍ତରଖାନାର ଘରୋଇ ୱାର୍ଡରେ ରଖାଯାଇଥିଲା । ୬୩ ବର୍ଷର ସୀତାରମଣଙ୍କୁ ମଧ୍ୟାହ୍ନ ପ୍ରାୟ ୧୨ ଟା ବେଳେ ଡାକ୍ତରଖାନା ନିଆଯାଇଥିଲା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନିୟମିତ ଯାଞ୍ଚ ଏବଂ ସାମାନ୍ୟ ପେଟ ସଂକ୍ରମଣ ପାଇଁ AIIMS ରେ ଭର୍ତ୍ତି କରାଯାଇଛି ଏବଂ ଶୀଘ୍ର ଡିସଚାର୍ଜ ହେବାର ସମ୍ଭାବନା ରହିଛି ।

ହସ୍ପିଟାଲ ତରଫରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଅଛି । ଖୁବଶୀଘ୍ର ଏମ୍ସ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବୟାନ ଜାରି କରିପାରନ୍ତି । ସୂଚନାଥାଉ ଯେ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଶି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକି ଅବସରରେ ସୈଦବ ଅଟଳ ସ୍ଥଳପରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ଅର୍ଥମନ୍ତ୍ରୀ ।
୨୦୨୦ର ବଜେଟ୍ ଭାଷଣ ସମୟରେ ବିଗିଡିଥିଲା ସ୍ୱାସ୍ଥ୍ୟ
ଫେବୃଆରୀ ୧, ୨୦୨୦ ରେ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ବଜେଟର ଉପସ୍ଥାପନା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଭାଷଣ ଏତେ ଲମ୍ବା ଥିଲା ଯେ, ସେ ଅସୁସ୍ଥ ହୋଇ ପଡିଥିଲେ । ଏପରିକି ସେ ତାଙ୍କର ସମସ୍ତ ଭାଷଣ ପୁରଣ କରିପାରିନଥିଲେ । ସଂସଦରେ ଭାଷଣ ଦେବା ପରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା, ଯେଉଁଥିପାଇଁ ସେ ତାଙ୍କର ସମ୍ପୂର୍ଣ୍ଣ ବଜେଟ୍ ଭାଷଣ ମଧ୍ୟ ପୁରଣ କରିପାରି ନଥିଲେ । ବର୍ତ୍ତମାନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ୨୦୨୩ ସହ ଜଡିତ ଅନେକ ବଜେଟ୍ ବୈଠକରେ ଯୋଗ ଦେଉଥିଲେ।












Click it and Unblock the Notifications