ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଏହି ରାଜ୍ୟରେ ବଢିଲା DA

DA Hike: କେରଳ ସରକାର ରାଜ୍ୟ କର୍ମଚାରୀ ଏବଂ ପେନସନଧାରୀଙ୍କୁ ଦେଇଛନ୍ତି ଏକ ଖୁସି ଖବର । 2024-25 ଆର୍ଥିକ ବର୍ଷ ପାଇଁ ବଜେଟରେ ମହଙ୍ଗା ଭତ୍ତା ବୃଦ୍ଧି କରାଯିବା ନେଇ ଘୋଷଣା କରିଛନ୍ ରାଜ୍ୟ ସରକାର । ସୋମବାର ବଜେଟ୍ ଉପସ୍ଥାପନ କରୁଥିବାବେଳେ ରାଜ୍ୟ ଅର୍ଥମନ୍ତ୍ରୀ କେ.ଏନ୍ ବାଲଗୋପାଲ୍ ଡିଏରେ ବୃଦ୍ଧି ନେଇ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ, ବର୍ଦ୍ଧିତ ଡିଏ ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କୁ ଏପ୍ରିଲ 2024ରେ ଗୋଟିଏ କିସ୍ତିରେ ଦିଆଯିବ। ଅର୍ଥମନ୍ତ୍ରୀ କେ.ଏନ୍ ବାଲଗୋପାଲ କହିଛନ୍ତି , ଯେ ନୂତନ ପେନ୍ସନ୍ ବ୍ୟବସ୍ଥାକୁ ମଧ୍ୟ ରାଜ୍ୟ ସରକାର ଗୁରୁତର ସହ ବିଚାର କରୁଛନ୍ତି।

2024-25 ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ବାଲଗୋପାଲ କହିଛନ୍ତି ଯେ, ଡିଏ ବୃଦ୍ଧି ପାଇଁ କର୍ମଚାରୀ ଏବଂ ପେନସନଧାରୀ ମାନେ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ। କର୍ମଚାରୀଙ୍କ ପାଇଁ ଏକ ଗ୍ୟାରେଣ୍ଟି ପେନ୍ସନ୍ ଯୋଜନା ମଧ୍ୟ ପ୍ରଣୟନ କରାଯିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ଚାଲୁଥିବା ପେନସନ୍ ବ୍ୟବସ୍ଥାର ସମୀକ୍ଷା କରାଯିବ । ହେଲେ ବର୍ତ୍ତମାନSocial Security Pensionରେ କୌଣସି ବୃଦ୍ଧି ଘଟିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

DA Hike
ଫେବୃଆରୀ 2 ରେ କେରଳ ବିଧାନସଭାରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟର ଜିଡିପି 6.6 ପ୍ରତିଶତ ହାରରେ ବୃଦ୍ଧି ପାଉଛି। ବଜେଟରେ ଜମି ଉପରେ ଷ୍ଟାମ୍ପ ଡ୍ୟୁଟି, ଲିଜ୍ ଏଗ୍ରିମେଣ୍ଟ ଏବଂ ମଦ ମୂଲ୍ୟ ବୃଦ୍ଧି କରାଯିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ଏହା ବ୍ୟତୀତ social security pension scheme ଏବଂ କଲ୍ୟାଣ କାର୍ଯ୍ୟକ୍ରମକୁ 553.31 କୋଟି ଟଙ୍କା ଦେବାକୁ ମଧ୍ୟ ଘୋଷଣା କରାଯାଇଛି। ଉଚ୍ଚଶିକ୍ଷାରେ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି ଅର୍ଥମନ୍ତ୍ରୀ ବାଲଗୋପାଲ ସୂଚନା ଦେଇଛନ୍ତି । ସେହିପରି 20ଟି ପର୍ଯ୍ୟଟନସ୍ଥଳର ବିକାଶ ପାଇଁ ପ୍ରାୟ 50 କୋଟି ଟଙ୍କା ଖର୍ଚ୍ଚ ହେବ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+