ଏହି OTT' ପ୍ଲାଟଫର୍ମରେ ରିଲିଜ୍ ହେବ ସ୍ତ୍ରୀ-2
Stree 2 OTT Release Date: 2018 ରେ ଫିଲ୍ମ 'ସ୍ତ୍ରୀ'କୁ ଜବରଦସ୍ତ ସଫଳତା ମିଳିଛି । ଯାହା ପରେ 6 ବର୍ଷ ପରେ ଅଗଷ୍ଟ 15 ତାରିଖରେ ମେକର୍ସ ସ୍ତ୍ରୀ-2 ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛନ୍ତି । ଅମର କୌଶିକଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ହରର୍ କମେଡି ଚଳଚ୍ଚିତ୍ର 2024 ବର୍ଷର ସବୁଠାରୁ ବଡ଼ ଚଳଚ୍ଚିତ୍ର ହୋଇପାରିଛି ଏବଂ ବ୍ୟବସାୟରେ ସମସ୍ତ ରେକର୍ଡ ବ୍ରେକ କରିଛି । ଫିଲ୍ମ ରିଲିଜ ହେବାର ଏକ ମାସ ବିତିଗଲାଣି ହେଲେ ଏବେ ମଧ୍ୟ ଏହି ଫିଲ୍ମ ଦେଖିବାକୁ ସିନେମା ଘର ଦର୍ଶକଙ୍କ ଭିଡ଼ ଦେଖିବା ପାଇଁ ମିଳୁଛି ।
ସେହିପରି ପ୍ରଶଂସକମାନେ 'ସ୍ତ୍ରୀ 2'ର OTT ରିଲିଜ୍ ପାଇଁ ମଧ୍ୟ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ଫିଲ୍ମର ଡିଜିଟାଲ୍ ଡେବ୍ୟୁକୁ ନେଇ ଏକ ନୂଆ ଅପଡେଟ୍ ଆସିଛି। ଆସନ୍ତୁ ଜାଣିବା ଏହି ଚଳଚ୍ଚିତ୍ର OTT ରେ କେବେ ଏବଂ କେଉଁଠାରେ ମୁକ୍ତିଲାଭ କରିବାକୁ ଯାଉଛି ।

'ସ୍ତ୍ରୀ'2'ରେ ହରର୍ ସହ ଜବରଦସ୍ତ କମେଡି ଲୋକଙ୍କୁ ବେଶ୍ ପସନ୍ଦ ଆସିଥିଲା । ସେହିପରି ଷ୍ଟାରକାଷ୍ଟ, କାହାଣୀ ସବୁ କିଛି ଥିଲା ପରଫେକ୍ଟ । ଚଳଚ୍ଚିତ୍ରଟି ରିଲିଜ୍ ହେବାର ଚତୁର୍ଥ ସପ୍ତାହରେ ମଧ୍ୟ ବକ୍ସ ଅଫିସରେ ନିଜର ପ୍ରାଧାନ୍ୟ ବଜାୟ ରଖିଛି । ଏଥି ସହିତ, ପ୍ରଶଂସକମାନେ ମଧ୍ୟ ଏହାର ଡିଜିଟାଲ୍ ରିଲିଜ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆମାଜନ ପ୍ରାଇମ ଭିଡିଓ ସ୍ତ୍ରୀ-2ର ଷ୍ଟ୍ରିମିଂ ଅଧିକାର କିଣିଥିବା ନେଇ ସୂଚନା ରହିଛି । ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ସେପ୍ଟେମ୍ବର 27 ରୁ OTT ପ୍ଲାଟଫର୍ମରେ ପ୍ରସାରିତ ହେବ ବୋଲି ଆଶା କରାଯାଉଛି। ହେଲେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଏନେଇ ଜାରି କରାଯାଇ ନାହିଁ । ସ୍ତ୍ରୀ-2 ବକ୍ସ ଅଫିସରେ ବହୁତ ଲାଭ କରିଛି ଏବଂ ଅନେକ ଚଳଚ୍ଚିତ୍ରର ରେକର୍ଡ ମଧ୍ୟ ବ୍ରେକ କରିବାରେ ସଫଳ ହୋଇଛି । 25 ଦିନ ମଧ୍ୟରେ ଏହି ଚଳଚ୍ଚିତ୍ର 550 କୋଟି ଟଙ୍କା ବ୍ୟବସାୟ କରିବାରେ ସଫଳ ହୋଇଛି ଏବଂ ଏହା ସହିତ ଏହା ତୃତୀୟ ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ରରେ ପରିଣତ ହୋଇଛି ।












Click it and Unblock the Notifications