'ସନ୍ତ୍ରାସବାଦ ବିରୁଦ୍ଧରେ ଏକତ୍ରିତ ହୋଇ ଯୁଦ୍ଧ କରିବା ସମସ୍ତ ମାନବୀୟ ମୂଲ୍ୟବୋଧ ଭିତ୍ତିକ ଦେଶର କର୍ତ୍ତବ୍ୟ'

ସନ୍ତ୍ରାସବାଦ ବିରୁଦ୍ଧରେ ଏକତ୍ରିତ ହୋଇ ଯୁଦ୍ଧ କରିବା ସମସ୍ତ ମାନବୀୟ ମୂଲ୍ୟବୋଧ ଭିତ୍ତିକ ଦେଶଗୁଡ଼ିକର କର୍ତ୍ତବ୍ୟ ବୋଲି ଉଭୟ ଭାରତ ଓ ସିଙ୍ଗାପୁର ସହମତ ହୋଇଛନ୍ତି । ଆଜି ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସିଙ୍ଗାପୁର ପ୍ରତିପକ୍ଷ ଲରେନ୍ସ ୱଙ୍ଗ୍‍ଙ୍କସହିତ କରିଥିବା ପ୍ରତିନିଧି ସ୍ତରୀୟ ଆଲୋଚନାରୁ ଏହି ସୂଚନା ମିଳିଛି । ସନ୍ତ୍ରାସବାଦ କାର୍ଯ୍ୟକଳାପ ଲାଗି ଉଭୟ ନେତା ଉଦ୍‍ବେଗ ପ୍ରକାଶ କରିଛନ୍ତି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ବେସାମରିକ ବିମାନ ଚଳାଚଳ, ମହାକାଶ, ଦକ୍ଷତା ବିକାଶ, ଡିଜିଟାଲ୍‍ କ୍ଷେତ୍ରରେ ନବସୃଜନତା ଏବଂ ସବୁଜ ଓ ଡିଜିଟାଲ୍‍ ଜାହାଜ ଚଳାଚଳ କରିଡ଼ର ଭଳି ୫ଟି ପ୍ରମୁଖ କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ପରେ ଅନୁଷ୍ଠିତ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଭାଗ ନେଇ ଶ୍ରୀ ମୋଦୀ କହିଛନ୍ତି, ଉଭୟ ଦେଶ ଆସିଆନ୍‍ ସହିତ ସହଯୋଗକୁ ଅଧିକ ସଶକ୍ତ କରିବା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ମିଳିତ ପ୍ରୟାସ ଜାରି ରଖିବେ । ଦକ୍ଷିଣ- ପୂର୍ବ ଏସିଆରେ ସିଙ୍ଗାପୁର ଭାରତର ସର୍ବବୃହତ ବାଣିଜ୍ୟ ଭାଗିଦାରୀ ଏବଂ ଦେଶର ଆକ୍ଟ ଇଷ୍ଟ ନୀତିର ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

pm modi

ଶ୍ରୀ ମୋଦୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବୈଶ୍ୱିକ ଜ୍ଞାନକୌଶଳ ଏବଂ ନବସୃଜନତା ହେଉଛି ଭାଗିଦାରୀର ସଶକ୍ତ ସ୍ତମ୍ବ । ଆଗାମୀ ଦିନରେ କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍‍ ସମେତ ଅନ୍ୟାନ୍ୟ ଡିଜିଟାଲ୍‍ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ସହଯୋଗକୁ ସଶକ୍ତ କରିବା ଏବଂ ଉଭୟ ଦେଶର ଶିକ୍ଷାର୍ଥୀଙ୍କ ପ୍ରତିଭାକୁ ବିକଶିତ କରିବା ଲାଗି ହାକାଥନ୍‍ ଆୟୋଜନ କରିବା ନିମନ୍ତେ ସହମତ ପ୍ରକାଶ ପାଇଛି ।

ସିଙ୍ଗାପୁର ନିର୍ମିତ ୨୦ରୁ ଅଧିକ ଉପଗ୍ରହ ଭାରତ ଉତ୍‍କ୍ଷେପଣ କରିଥିବା ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶ୍ରୀ ୱଙ୍ଗ୍‍ କହିଛନ୍ତି, ମହାକାଶ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରାଯିବ । ଉଭୟ ଦେଶର ପ୍ରଧାନମନ୍ତ୍ରୀ ଆଜି ଭର୍ଚୁଆଲ୍‍ ମାଧ୍ୟମରେ ମୁମ୍ବାଇ ବନ୍ଦରର ଦ୍ୱିତୀୟ ଅତ୍ୟାଧୁନିକ ଟର୍ମିନାଲକୁ ଉଦ୍‍ଘାଟନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+