ୱିଙ୍ଗ କମାଣ୍ଡରଙ୍କ ବିରୋଧରେ ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗ ମହିଳା ଅଧିକାରୀ

ଭାରତୀୟ ବାୟୁସେନାରେ ଦୁଷ୍କର୍ମ ଝଡ଼। ୱିଙ୍ଗ କମାଣ୍ଡରଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗ। ଜଣେ ମହିଳା ଫ୍ଲାଇଂ ଅଧିକାରୀ ପୁଲିସ୍‌ରେ ଏନେଇ ଅଭିଯୋଗ କରିଛନ୍ତି।

air force

ଜଣେ ୱିଙ୍ଗ କମାଣ୍ଡର ତାଙ୍କୁ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ତାଙ୍କୁ ଓରାଲ ସେକ୍ସ ପାଇଁ ବାଧ୍ୟ କରିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି। ଜମ୍ମୁ-କଶ୍ମୀରର ବଡ଼ଗାମ ପୁଲିସ୍‌ ଷ୍ଟେସନରେ ଏନେଇ ମହିଳା ଅଧିକାରୀ ଜଣଙ୍କ ଅଭିଯୋଗ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ୱିଙ୍ଗ କମାଣ୍ଡର ଓ ଫ୍ଲାଇଂ ଅଫିସର ଶ୍ରୀନଗରରେ ଅବସ୍ଥାପିତ ରହିଛନ୍ତି।

ଅଭିଯୋଗ ଆସିବା ପରେ ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ "ଆମେ ଘଟଣା ସମ୍ପର୍କରେ ଅବଗତ ରହିଛୁ। ଏହି ଘଟଣାରେ ବଡ଼ଗାମ ପୁଲିସ୍‌ ଷ୍ଟେସନ ପକ୍ଷରୁ ଶ୍ରୀନଗର ସ୍ଥିତ ଭାରତୀୟ ବାୟୁ ସେନା ସହ ଯୋଗାଯୋଗ କରାଯାଇଛି। ଆମେ ସ୍ଥାନୀୟ ଅଧିକାରୀଙ୍କ ସହ ତଦନ୍ତରେ ପୂର୍ଣ୍ଣ ସହଯୋଗ କରୁଛୁ।"

ମହିଳା ଫ୍ଲାଇଂ ଅଧିକାରୀ ଜଣଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଦୀର୍ଘ ୨ ବର୍ଷ ହେଲାଣି ସେ ନିର୍ଯାତନା, ଯୌନ ଉତ୍ପୀଡ଼ନ ଓ ମାନସିକ ଅଶାନ୍ତି ଭିତରେ ଜୀବନ କାଟୁଛନ୍ତି। ୨୦୨୩ ଡିସେମ୍ବର ୩୧ରେ ଅଧିକାରୀମାନଙ୍କ ପାଇଁ ଥିବା ମେସରେ ନବବର୍ଷ ପାର୍ଟି ଆୟୋଜନ କରାଯାଇଥିଲା।

ଏହି ସମୟରେ ମହିଳା ଅଧିକାରୀଙ୍କୁ ତାଙ୍କର ସିନିୟର ଉପହାର ମିଳିଛି କି ନାହିଁ ପ୍ରଶ୍ନ କରିଥିଲେ। ଉପହାର ମିଳି ନଥିବା ମହିଳା ଅଧିକାରୀ ଜଣଙ୍କ କହିଥିଲା। ଏହାପରେ ଉପହାର ରୁମରେ ଥିବା ୱିଙ୍ଗ କମାଣ୍ଡର କହି ତାଙ୍କୁ ନିଜ ସହ ନେଇ ଯାଇଥିଲେ। ଘରେ କେହି ନଥିବାରୁ ମହିଳା ଅଧିକାରୀ ଜଣଙ୍କ ୱିଙ୍ଗ କମାଣ୍ଡରଙ୍କୁ ପରିବାର ଲୋକଙ୍କ କଥା ପଚାରିଥିଲେ। ସେମାନେ ଅନ୍ୟତ୍ର ରହୁଥିବା ୱିଙ୍ଗ କମାଣ୍ଡର କହିଥିଲେ।

ରୁମ ଭିତରେ ୱିଙ୍ଗ କମାଣ୍ଡର ଜଣଙ୍କ ମହିଳା ଅଧିକାରୀଙ୍କୁ ଜାବୁଡ଼ି ଧରିବାର ସହ ଓରାଲ ସେକ୍ସ ପାଇଁ ବାଧ୍ୟ କରିଥିଲେ। ସେ ତାଙ୍କୁ ସେଠାରେ ଅସଦାଚରଣ କରିଥିଲେ। ବେଶ କିଛି ସମୟ ଧରି ଏପରି ଟଣାଓଟରା ସ୍ଥିତି ଲାଗି ରହିଥିଲା।

ମହିଳା ଜଣଙ୍କ କହିଛନ୍ତି, "ମୁଁ ତାଙ୍କ ବାରମ୍ବାର ମନା କରିବା ସହ ବଳପୂର୍ବକ ଏହାକୁ ଯଥା ସମ୍ଭବ ପ୍ରତିହିତ କରିଥିଲି। ଶେଷରେ ମୁଁ ତାଙ୍କୁ ଧକ୍କା ମାରି ସେଠାରୁ ଚାଲି ଆସିଥିଲି। ପୁଣି ଶୁକ୍ରବାର ପରିବାର ଲୋକ ନଥିବା ବେଳେ ଆମେ ଦେଖା ହେବା ବୋଲି ମୋତେ ସେ କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+