FedEx ନଭୀ ମୁମ୍ବାଇ ଇଣ୍ଟରନ୍ୟାଶନାଲ୍ ଏୟାରପୋର୍ଟରେ ଆଧୁନିକ ଏୟାର କାର୍ଗୋ ହବ୍ ପାଇଁ ଭୂମିପୂଜନ; ₹2,500 କୋଟିରୁ ଅଧିକ ନିବେଶ

ମହାରାଷ୍ଟ୍ର: ବିଶ୍ୱବ୍ୟାପୀ ଲଜିଷ୍ଟିକ୍ସ କମ୍ପାନୀ FedEx ନଭୀ ମୁମ୍ବାଇ ଇଣ୍ଟରନ୍ୟାଶନାଲ୍ ଏୟାରପୋର୍ଟ (NMIA)ରେ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏୟାର କାର୍ଗୋ ହବ୍ ନିର୍ମାଣ ପାଇଁ ଭୂମିପୂଜନ କରିଛି। ଏହି ପ୍ରକଳ୍ପ ପାଇଁ ₹2,500 କୋଟିରୁ ଅଧିକ ନିବେଶ ହେବାକୁ ଯାଉଛି, ଯାହା ଭାରତର ଲଜିଷ୍ଟିକ୍ସ ପାଇପାଇଲାଇନ୍‌କୁ ଶକ୍ତିଶାଳୀ କରିବା ସହ ଆନ୍ତର୍ଜାତୀୟ ବାଣିଜ୍ୟ ସଂଯୋଗକୁ ବୃଦ୍ଧି କରିବ।

Mumbai International Airport

ପ୍ରାୟ 3 ଲକ୍ଷ ବର୍ଗଫୁଟ୍ ଅଞ୍ଚଳ ଜୁଡ଼ି ନିର୍ମାଣ ହେଉଥିବା ଏହି ସୁବିଧା Adani Airport Holdings Ltd ସହ ମିଳିତଭାବେ ବିକାଶ କରାଯାଉଛି। ଏହା ଦକ୍ଷିଣ-ପୂର୍ବ ଏସିଆ, ପଶ୍ଚିମ ଏସିଆ, ଇଉରୋପ୍ ଓ ଯୁକ୍ତରାଷ୍ଟ୍ର ସହ ଭାରତକୁ ସଂଯୋଗ କରୁଥିବା ଏକ ମୁଖ୍ୟ ଆଞ୍ଚଳିକ ସଂକଳନ ଓ ପୁନଃବିତରଣ କେନ୍ଦ୍ର ଭାବେ କାମ କରିବ।

ଭୂମିପୂଜନ ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ Devendra Fadnavis, ଫେଡ଼େକ୍ସ ପ୍ରେସିଡେଣ୍ଟ ଓ ସିଇଓ Raj Subramaniam, ଫେଡ଼େକ୍ସ ଏୟାରଲାଇନ୍ ସିଇଓ ଓ ସିଓଓ ଇଣ୍ଟରନ୍ୟାଶନାଲ୍ Richard Smith, ଫେଡ଼େକ୍ସ MEISA ପ୍ରେସିଡେଣ୍ଟ Kami Viswanathan ଓ ଆଦାନି ଏୟାରପୋର୍ଟ ହୋଲ୍ଡିଙ୍ଗ୍ସ ଲିମିଟେଡ୍ ନିର୍ଦ୍ଦେଶକ Jeet Adani ଉପସ୍ଥିତ ଥିଲେ।

ପ୍ରକଳ୍ପଟି ଚାଲୁ ହେଲେ ଲଜିଷ୍ଟିକ୍ସ, ୱେୟାରହାଉସିଂ ଓ ପରିବହନ ଖାତରେ 6,000ରୁ ଅଧିକ ସରାସରି ଓ ପରୋକ୍ଷ ଚାକିରି ସୃଷ୍ଟି ହେବାର ଆଶା ରହିଛି।

ଏହି ଆଧୁନିକ କାର୍ଗୋ ହବ୍‌ରେ ସ୍ୱୟଂଚାଳିତ ସର୍ଟିଂ ସିଷ୍ଟମ୍, ଡିମେନ୍ସନାଲ୍ ସ୍କାନିଂ, ହାଇ-ସ୍ପିଡ୍ ସ୍କ୍ରିନିଂ ଟେକ୍ନୋଲୋଜି ଓ ବିମାନ ପାଇଁ ବିଶେଷ ପାର୍କିଂ ବେ ରହିବ। ଏହା ଏକେ ସମୟରେ ଆମଦାନି ଓ ରପ୍ତାନି ଶିପମେଣ୍ଟ ହ୍ୟାଣ୍ଡଲିଂ କରିପାରିବା ସହ ଇଲେକ୍ଟ୍ରୋନିକ୍ସ, ଫାର୍ମାସୁଟିକାଲ୍ସ, ଇଞ୍ଜିନିୟରିଂ ସାମଗ୍ରୀ ଓ ପେରିଶେବଲ୍ ସେକ୍ଟର ପାଇଁ ଦ୍ରୁତ ଏବଂ ବିଶ୍ୱସନୀୟ ସେବା ଯୋଗାଇବ।

NMIAର କାର୍ଗୋ ସୁବିଧା ପ୍ରଥମେ ପ୍ରାୟ 0.5 ମିଲିୟନ୍ ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ବାର୍ଷିକ କ୍ଷମତା ରଖିବ ଓ ପର୍ଯ୍ୟାୟକ୍ରମେ ଏହାକୁ 3.25 ମିଲିୟନ୍ ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ବଢ଼ାଯିବ।

ଫେଡ଼େକ୍ସ ପକ୍ଷରୁ କୁହାଯାଇଛି ଯେ, ଏହି ନୂତନ ହବ୍ ଭାରତରେ ତାଙ୍କର ଉପସ୍ଥିତିକୁ ଆହୁରି ମଜବୁତ କରିବା ସହ ନଭୀ ମୁମ୍ବାଇ ଇଣ୍ଟରନ୍ୟାଶନାଲ୍ ଏୟାରପୋର୍ଟକୁ ବିଶ୍ୱ ସପ୍ଲାଇ ଚେନ୍‌ରେ ଏକ ଏକୀକୃତ ବିମାନ ଓ ମଲ୍ଟିମୋଡାଲ୍ ବାଣିଜ୍ୟ କେନ୍ଦ୍ର ଭାବେ ସ୍ଥାପିତ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+