ଘାରିଛି ଯୁଦ୍ଧ ଡର ; ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କଲା ପାକିସ୍ତାନ
ପହଲଗାମ୍ ଆକ୍ରମଣ ପରେ ସୀମାରେ ଉତ୍ତେଜନା ବଢ଼ିଥିବାବେଳେ ପାକିସ୍ତାନ ୪୫୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସଫଳତାର ସହ ପରୀକ୍ଷା କରିଥିବା ଦାବି କରିଛି। ସ୍ଥଳରୁ ସ୍ଥଳଭାଗକୁ ନିକ୍ଷେପ କରାଯାଇପାରୁଥିବା ଏହି ଆବଦଲି ଓ୍ବିପନ୍ ସିଷ୍ଟମ୍କୁ ଏକ ସମରାଭ୍ୟାସ ବେଳେ ପରୀକ୍ଷା କରାଯାଇଥିବା ଇସ୍ଲାମାବାଦ କହିଛି।

ପଡ଼ୋଶୀ ଦେଶ ଦ୍ୱାରା ଯେକୌଣସି ପ୍ରକାର ମିଶାଇଲ୍ ପରୀକ୍ଷାକୁ ଭାରତ ଗମ୍ଭୀର ଉତ୍ତେଜନା ସୃଷ୍ଟିକାରୀ ଭାବେ ଦେଖୁଥିବା ଏକ ସୂତ୍ରରୁ କୁହାଯାଇଛି। ସୈନ୍ୟମାନଙ୍କ ଆକ୍ରମଣ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ଏବଂ ପ୍ରମୁଖ ବୈଷୟିକ ମାପଦଣ୍ଡର ସତ୍ୟାସତ୍ୟ ଦର୍ଶାଇବା ଲକ୍ଷ୍ୟରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିବା ପାକ୍ ସରକାର କହିଛନ୍ତି।
ସୂଚନାଯୋଗ୍ୟ, ପହଲଗାମ୍ ଆକ୍ରମଣ ପରେ ପାକିସ୍ତାନ ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ସୀମାରେଖାରେ ନିୟମିତ ଭାବେ ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତକୁ ଉସୁକାଇବାକୁ ଉଦ୍ୟମ କରିଆସୁଛି। ଭାରତ ପକ୍ଷରୁ ଏହାର ଠିକଣା ଜବାବ ଦିଆଯାଉଛି।












Click it and Unblock the Notifications