Get Updates
Get notified of breaking news, exclusive insights, and must-see stories!

Fathers Day 2024: ବିଶ୍ବାସର ସାଗର, ତ୍ୟାଗ ଓ ବଳିଦାନର ପ୍ରତୀକ ହେଉଛନ୍ତି ବାପା

'ପିତା ଧର୍ମଃ ପିତା ସ୍ବର୍ଗଃ ପିତା ହି ପରମଂ ତପଃ, ପିତରି ପ୍ରୀତିମାପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ' । ଅର୍ଥାତ, ପିତାଙ୍କୁ ସ୍ନେହ, ଭକ୍ତି ଓ ଯର୍ଥାତ ସମ୍ମାନ ଦେବା ଦ୍ୱାରା ଭଗବାନ ଏଥିରେ ଖୁବ ସନ୍ତୁଷ୍ଟ ହୋଇଥାଆନ୍ତି । ପିତାଙ୍କ ସମ୍ମାନ ଭଗବାନଙ୍କ ନିକଟରେ ପ୍ରଣାମ କରିବା ସହ ସମାନ ହୋଇଥାଏ । ବାପା ଶବ୍ଦଟି ଶୁଣିଲେ ମନରେ ଆସେ ସାତ ସମୁଦ୍ର ର ଶକ୍ତି। ଆଜି ବାପା ଙ୍କ ପାଇଁ ଦିନ ଟିଏ ଅର୍ଥାତ୍ ଫାଦର୍ସ ଡେ। ବାପା ଦୁଃଖର ସାଗରକୁ ଯିଏ ଆଖିତଳେ ଚାପି ରଖନ୍ତି, ସନ୍ତାନର ସ୍ବପ୍ନ ପାଇଁ ଯିଏ ଦିନ ରାତି ପରିଶ୍ରମ କରନ୍ତି, ଜୀବନରେ ହାରିଗଲେ ଯିଏ ଆଗକୁ ବଢିବା ପାଇଁ ସାହାସ ଦିଅନ୍ତି ବାପା ।

ପିତାଙ୍କ ସମ୍ମାନ ଭଗବାନଙ୍କ ନିକଟରେ ପ୍ରଣାମ କରିବା ସହ ସମାନ ହୋଇଥାଏ ।ବାପା ଶବ୍ଦଟି ଶୁଣିଲେ ମନରେ ଆସେ ସାତ ସମୁଦ୍ର ର ଶକ୍ତି। ଆଜି ବାପା ଙ୍କ ପାଇଁ ଦିନ ଟିଏ ଅର୍ଥାତ୍ ଫାଦର୍ସ ଡେ।

Fathers Day 2024

କଥାରେ ଅଛି ବାପା ନାହିଁ ଯାହାର ଏ ଦୁନିଆ ତାପାଇଁ ଅନ୍ଧାର, ତାର କେହି ନାହିଁ । ବାପାଥିଲେ ପାଖରେ ଭୟ ଲାଗେନା କି ଚଲାପଥରେ କେବେ କଣ୍ଟା ଆସେନା । କାନ ଧରି ଜୀବନ ରାସ୍ତାରେ ଆଗକୁ ବଢାଇବାକୁ ଶକ୍ତି ଦେଉଥିବା ଦରଦୀ ହୃଦୟ କେବଳ ବାପାର ହିଁ ରହିଥାଏ । ଜୀବନର ଚଲାପଥରେ ସଫଳତା ପାଇଁ ପ୍ରେରଣା କେବଳ ବାପାହିଁ ଦେଇଥାନ୍ତି। ସନ୍ତାନ ପାଇଁ ପ୍ରଥମ ପ୍ରେରଣାସ୍ରୋତ, ସୁରକ୍ଷା କବଚ, ଆତ୍ମବିଶ୍ୱାସର ବାହକ ହେଉଛନ୍ତି ପିତା । ସନ୍ତାନ ଯଦି ମା'ଙ୍କଠାରୁ ବଞ୍ଚିବାର କଳା ଶିଖେ ହେଲେ ବାପା ନିଜେ ଉପାର୍ଜନ କରି ପିଲାକୁ ବଞ୍ଚାଇଥାଏ । ସନ୍ତାନର ବୋଝକୁ ବାହୁରେ ବଳଥିବା ପର୍ଯ୍ୟନ୍ତ ବୋହିଥାନ୍ତି । ପରିବାରର ମେରୁଦଣ୍ଡ ହେଉଛନ୍ତି ପିତା । ପରିବାରର ଛାତ ହେଉଛନ୍ତି ବାପା । ନିଜର ଇଚ୍ଛାକୁ ବଳିଦେଇ ସେ ସନ୍ତାନ ପାଖେ ଅଜାଡି ଦିଅନ୍ତି ଦୁନିଆର ସବୁ ଖୁସି । ବାପାମାନଙ୍କୁ ସମ୍ମାନ ଜଣାଇବା ପାଇଁପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରରେ ଭାରତ ସମେତ ବିଶ୍ୱର ବହୁ ଦେଶରେ 'ଫାଦର୍ସ ଡେ' ବା ପିତୃଦିବସ ପାଳନ କରାଯାଏ ।

ପିତୃ ଦିବସ ପାଳନ ପାଇଁ ଏହି ଦିନ ମଞ୍ଜୁରୀ ମିଳିଥିଲା:
1924 ମସିହାରେ ପିତାଙ୍କ ଦିବସକୁ ଆନୁଷ୍ଠାନିକ ଭାବେ ମଞ୍ଜୁରି ଦିଆଯାଇଥିଲା । ସେତେବେଳେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ନୋଟିସ କରିଥିଲେ । ଏହା ପରେ, 1966 ମସିହାରେ ପିତାଙ୍କ ଦିବସର ସରକାରୀ ଛୁଟି ମଧ୍ୟ ପ୍ରତିବର୍ଷ ଜୁନ୍ ତୃତୀୟ ରବିବାରରେ ଘୋଷଣା କରାଯାଇଥିଲା

ଘର ପାଇଁ ଛାତ ଯେପରି, ପରିବାର ପାଇଁ ବାପା ସେପରି । କଥାରେ ଅଛି ବାପା ନାହିଁ ଯାହାର ଏ ଦୁନିଆ ତାପାଇଁ ଅନ୍ଧାର । ଯାହା ହାତ ଧରି ଚାଲି ଶିଖାନ୍ତି, ଯାହାଙ୍କ ଆଦର୍ଶକୁ ଦିଗଦର୍ଶନ କରି ବାଟ ଚାଲନ୍ତି ସେ ହେଉଛନ୍ତି ବାପା। ପରିବାରର ମେରୁଦଣ୍ଡ, ପରିବାରର ଛତ୍ରଛାୟା ହେଉଛନ୍ତି ବାପା । ଦୁଃଖର ସାଗରକୁ ଯିଏ ଆଖିତଳେ ଚାପି ରଖି ସନ୍ତାନର ସୁଖ ପାଇଁ ଯିଏ ଦିନରାତି କାମ କରନ୍ତି ସେ ହେଉଛନ୍ତି ପିତା । ସନ୍ତାନ ପାଇଁ ପ୍ରଥମ ପ୍ରେରଣାସ୍ରୋତ, ସୁରକ୍ଷା କବଚ, ଆତ୍ମବିଶ୍ୱାସର ବାହକ ହେଉଛନ୍ତି ପିତା । ଆଜିର ଦିନକୁ ବାପାଙ୍କ ପାଇଁ ସମର୍ପଣ କରାଯାଇଥାଏ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+