ଏକାଠି ଯୁଦ୍ଧ ବିମାନ ଉଡାଇଲେ ବାପଝିଅ, ଛୁଟୁଛି ପ୍ରଶଂସାର ସୁଅ
ଭାରତୀୟ ବାୟୁସେନା ଇତିହାରେ ପ୍ରଥମ ଦେଖବାକୁ ମିଳିଛି ଏହି ଘଟଣା। ଏକାଠି ମିଶି ଯୁଦ୍ଧ ବିମାନ ଉଡାଇଲେ ବାପା ଓ ଝିଅ । ବାୟୁସେନାର ଏୟାର କମାଣ୍ଡର ସଞ୍ଜୟ ଶର୍ମା ଓ ତାଙ୍କ ଝିଅ ଫ୍ଲାଇଂ ଅଫିସର ଅନନ୍ୟା ଶର୍ମା ରଚିଛନ୍ତି ଇତିହାସ ।
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଇତିହାରେ ପ୍ରଥମ ଦେଖବାକୁ ମିଳିଛି ଏହି ଘଟଣା। ଏକାଠି ମିଶି ଯୁଦ୍ଧ ବିମାନ ଉଡାଇଲେ କର୍ଣ୍ଣାଟକର ବିଦାରର ବାପା ଓ ଝିଅ ଯୋଡି। ସେମାନେ ହେଲେ ବାୟୁସେନାର ଏୟାର କମାଣ୍ଡର ସଞ୍ଜୟ ଶର୍ମା ଓ ତାଙ୍କ ଝିଅ ଫ୍ଲାଇଂ ଅଫିସର ଅନନ୍ୟା ଶର୍ମା ।

"ଭାରତୀୟ ବାୟୁସେନାରେ ପୂର୍ବରୁ ଏଭଳି କେହି କରି ନାହାଁନ୍ତି । ସଞ୍ଜୟ ଏବଂ ଅନନ୍ୟା ବାପ-ଝିଅ ଠାରୁ ଅଧିକ ଥିଲେ । ସେମାନେ ସାଥୀ ଥିଲେ, ସାଥୀ ୱିଙ୍ଗମ୍ୟାନ୍ ଙ୍କ ପରି ପରସ୍ପର ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଥିଲେ'' ବୋଲି ଭାରତୀୟ ବାୟୁସେନା କହିଛି।
ଗତ 30 ତାରିଖରେ ଏହି ବାପଝିଅ ମିଶି ବିଦାର ବାୟୁସେନା ଷ୍ଟେସନରୁ ହକ-୧୩୨(Hawk-132) ଯୁଦ୍ଧ ବିମାନ ଉଡାଇଛନ୍ତି । ବର୍ତ୍ତମାନ ବାପ-ଝିଅଙ୍କର ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି ।












Click it and Unblock the Notifications