For Quick Alerts
Turn On Notification  
For Daily Alerts
Oneindia App Download

ଏକାଠି ଯୁଦ୍ଧ ବିମାନ ଉଡାଇଲେ ବାପଝିଅ, ଛୁଟୁଛି ପ୍ରଶଂସାର ସୁଅ

ଭାରତୀୟ ବାୟୁସେନା ଇତିହାରେ ପ୍ରଥମ ଦେଖବାକୁ ମିଳିଛି ଏହି ଘଟଣା। ଏକାଠି ମିଶି ଯୁଦ୍ଧ ବିମାନ ଉଡାଇଲେ ବାପା ଓ ଝିଅ । ବାୟୁସେନାର ଏୟାର କମାଣ୍ଡର ସଞ୍ଜୟ ଶର୍ମା ଓ ତାଙ୍କ ଝିଅ ଫ୍ଲାଇଂ ଅଫିସର ଅନନ୍ୟା ଶର୍ମା ରଚିଛନ୍ତି ଇତିହାସ ।

|

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଇତିହାରେ ପ୍ରଥମ ଦେଖବାକୁ ମିଳିଛି ଏହି ଘଟଣା। ଏକାଠି ମିଶି ଯୁଦ୍ଧ ବିମାନ ଉଡାଇଲେ କର୍ଣ୍ଣାଟକର ବିଦାରର ବାପା ଓ ଝିଅ ଯୋଡି। ସେମାନେ ହେଲେ ବାୟୁସେନାର ଏୟାର କମାଣ୍ଡର ସଞ୍ଜୟ ଶର୍ମା ଓ ତାଙ୍କ ଝିଅ ଫ୍ଲାଇଂ ଅଫିସର ଅନନ୍ୟା ଶର୍ମା ।

flight
ନିଜ ବାପାଙ୍କୁ ଛୋଟ ବେଳୁ ଦେଖିଆସୁଥଲେ ଅନନ୍ୟା । ବଡ ହେବା ପରେ ତାଙ୍କ ମନରେ ମଧ୍ୟ ବାୟୁସେନା ପ୍ରତି ଅହେତୁକ ଦୁର୍ବଳତା ଆସିଥିଲା । ତେଣୁ ସେ ଅନ୍ୟ କୌଣସି ବୃତ୍ତି ବିଷୟରେ ଚିନ୍ତା ନ କରି ଏହାକୁ ଆପଣାଇ ନେଇଥିଲେ । ଅନନ୍ୟା ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନରେ ବିଟେକ କରିବା ପରେ IAFର ଫ୍ଲାଇଂ ବ୍ରାଞ୍ଚରେ ପ୍ରଶିକ୍ଷଣ ପାଇଁ ମନୋନୀତ ହୋଇଥିଲେ । ଅନନ୍ୟା ବାୟୁସେନାରେ ପାଇଲଟ ଭାବେ କାର୍ଯ୍ୟରତ ଅଛନ୍ତି। ଗତବର୍ଷ ତାଙ୍କୁ ନିଯୁକ୍ତି ମିଳିଥିଲା ।

"ଭାରତୀୟ ବାୟୁସେନାରେ ପୂର୍ବରୁ ଏଭଳି କେହି କରି ନାହାଁନ୍ତି । ସଞ୍ଜୟ ଏବଂ ଅନନ୍ୟା ବାପ-ଝିଅ ଠାରୁ ଅଧିକ ଥିଲେ । ସେମାନେ ସାଥୀ ଥିଲେ, ସାଥୀ ୱିଙ୍ଗମ୍ୟାନ୍ ଙ୍କ ପରି ପରସ୍ପର ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଥିଲେ'' ବୋଲି ଭାରତୀୟ ବାୟୁସେନା କହିଛି।

ଗତ 30 ତାରିଖରେ ଏହି ବାପଝିଅ ମିଶି ବିଦାର ବାୟୁସେନା ଷ୍ଟେସନରୁ ହକ-୧୩୨(Hawk-132) ଯୁଦ୍ଧ ବିମାନ ଉଡାଇଛନ୍ତି । ବର୍ତ୍ତମାନ ବାପ-ଝିଅଙ୍କର ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
The duo earned praise on social media from IAF officers, current and retired.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X