ୟୁପିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୭ ମୃତ

ଉତ୍ତରପ୍ରଦେଶ ପ୍ରତାପଗଢ, କୁଶୀନଗର ଏବଂ ଆଗ୍ରାର ବିଭିନ୍ନ ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଥାନା ଅଧିକାରୀ, ଦୁଇ ଭାଇ, ଦାଦ-ପୁତୁରା ଏବଂ ଜଣେ ପୁଲିସ୍‌ କର୍ମୀ ଥିବା ଜଣାପଡିଛି ।

road accident

ପ୍ରତାପଗଢରେ ଏକ ଅଜଣା ବାଇକ୍ ପୁଲିସ୍‌ ଅଧିକାରୀଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ଜୀବନ ଚାଲିଯାଇଥିଲା । ସେ ମହାନନ୍ଦୀ ତିୱାରୀ ମହିଳା ଥାନାରେ କାର୍ଯ୍ୟରତ ଥିଲେ । କୌଣସି କେସ ଯୋଗୁଁ ସେ ଅନ୍ତୁ ଅଞ୍ଚଳକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ସରାୟ ବୀରଭଦ୍ର ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା । ପୁଲିସ୍‌ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସେହିପରି ଆଉ ଏକ ଦୁର୍ଘଟଣାରେ ବାଇକରେ ଯାଉଥିବା ଦୁଇ ଭାଇଙ୍କୁ କାର୍ ଧକ୍କା ଦେବାରୁ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଏମ୍ସ ରାଏବରେଲୀକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

କୁଶୀନଗର ସଲମେଗଡ ଟୋଲ ପ୍ଲାଜା ନିକଟରେ ଏକ ଓଭରଲୋଡ ବସ୍ ବାଇକକୁ ଧକ୍କା ଦେଇଥିଲା। ଫଳରେ ବାଇକରେ ଥିବା ଦାଦା ପୁତୁରାଙ୍କ ଜୀବନ ଚାଲିଯାଇଥିଲା । ଆଗ୍ରାରେ ଏକ ଦ୍ରୁତଗାମୀ କାର ପୁଲିସ୍‌ ଗାଡିକୁ ଧକ୍କା ଦେବାରୁ ଜଣେ ହେଡ କନଷ୍ଟେବଳଙ୍କର ମୃତ୍ୟୁ ଘଟିଥିଲା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+