ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ବସ କାର ମୁହାଁମୁହିଁ ଧକ୍କା , ୬ ମୃତ
ହାଇଦ୍ରାବାଦ୍: ହାଇଦ୍ରାବାଦରେ ଘଟିଯାଇଛି ଏକ ମର୍ମନ୍ତୁଦ ଘଟଣା। ଏକ ସଡ଼କ ଦୁର୍ଘଟଣାରେ ଅତି କମ୍ରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଯେ ଏକ ଲୋରି ସହିତ ବସ୍ଟି ପିଟି ହେବାରୁ ଏହି ଦୁର୍ଘଟଣା ଘଟିଛି। ଏକ ବସ୍ଟି ଯାତ୍ରୀମାନଙ୍କୁ ନେଇ ଯାଉଥିବା ବେଳେ ଲୋରି ସହିତ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା। ଫଳରେ ଭିତରେ ଥିବା ଯାତ୍ରୀମାନେ ମୃତାହତ ହୋଇଛନ୍ତି।

ପାଲନାଡୁ ଜିଲ୍ଲାର ଚିଲାକାଲୁରିପେଟ ମଣ୍ଡପରେ ଏହି ଦୁର୍ଘଟଣା ଘଟିଛି ବୋଲି ଜାଣିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ ମଙ୍ଗଳବାର ରାତି ଓ ବୁଧବାର ମଧ୍ୟରେ ଭୋଟ୍ ଦେଇ ପରେ ବାପଟଲା ଜିଲ୍ଲାରୁ ହାଇଦ୍ରାବାଦ ଫେରୁଥିବା ବସରେ ସମୁଦାୟ ୪୦ ଜଣ ଯାତ୍ରୀ ଥିଲେ। ଯାତ୍ରୀମାନେ ଭୋଟ୍ ଦେଇ ଫେରିବା ବାଟରେ ଏହି ଦୁଘର୍ଟଣା ଘଟିିଛି। ଅଧିକ ବିବରଣୀ ପାଇଁ ଅପେକ୍ଷା କରାଯାଇଛି।
ଏ ସଂପର୍କରେ ଟିଭି ଚ୍ୟାନେଲ୍ରେ ଜଣେ ପୁଲିସ୍ କହିଛନ୍ତି, ''ଆମେ ଜଣେ ଲୋକଙ୍କଠାରୁ ଏ ସଂପର୍କରେ ଖବର ପାଇବା ପରେ ତୁରନ୍ତ ଆମ୍ବୁଲାନ୍ସ ଓ ଅଗ୍ନିଶମ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇଛୁ। ଆମେ ସେଠାରେ ପହଞ୍ଚିଲା ବେଳକୁ ବସ୍ଟି ଜଳୁଥାଏ। ଏବେ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ଘଟିଛି।''












Click it and Unblock the Notifications