ମର୍ମନ୍ତୁଦ ସଡକ ଦୁର୍ଘଟଣା; ଡିଭାଇଡରକୁ ଧକ୍କା ଦେଇ ୫ ଛାତ୍ର ସହ ୭ ମୃତ
ଗୁଜୁରାଟର ଜୁନାଗଡରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ପାଞ୍ଚ କଲେଜ ଛାତ୍ରଙ୍କ ସମେତ ମୋଟ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ସକାଳ ପ୍ରାୟ ୮ ଟା ସମୟରେ ଜେଟପୁର-ଭେରାଭାଲ ରାଜପଥରେ ଭଣ୍ଡୁରୀ ଗ୍ରାମ ନିକଟରେ ଉଚ୍ଚ ବେଗରେ ଯାତ୍ରା କରୁଥିବା ଦୁଇଟି କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ସମୟରେ ଭୟଙ୍କର ଦୁର୍ଘଟଣା ଘଟିଥିଲା ।

ସୂଚନା ଥାଉକି, ଗୁଜରାଟ ଭଣ୍ଡୁରୀ ନିକଟସ୍ଥ କୃଷ୍ଣ ହୋଟେଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ପରୀକ୍ଷା ଦେବାକୁ କାରରେ ଯାଉଥିଲେ ୫ ଛାତ୍ର । ତେବେ ଏହି ସମୟରେ ଦୁର୍ଘଟଣା ଘଟିଥିଲା । ତେବେ ଘଟଣାସ୍ଥଳରେ ପାଞ୍ଚ ଜଣ କଲେଜ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା । ଏଥିସହିତ ଅନ୍ୟ କାରରେ ଯାତ୍ରା କରୁଥିବା ଦୁଇଜଣଙ୍କର ମୃତ୍ୟୁ ହେବାର ଖବର ରହିଛି ।
ସ୍ଥାନୀୟ ପୋଲିସ କହିଛି ଯେ ଗୋଟିଏ କାର ଡିଭାଇଡରକୁ ଡେଇଁ ଅନ୍ୟ ପାର୍ଶ୍ୱରୁ ଆସୁଥିବା କାରକୁ ଧକ୍କା ଦେଇଥିଲା । ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ ।












Click it and Unblock the Notifications