କମିଯିବ ମୋଟା ପଣ; ମନ କୀ ବାତ୍‌ରେ ଯୁବପିଢ଼ିଙ୍କୁ ସ୍ବାସ୍ଥ୍ୟମନ୍ତ୍ର ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ

ମନ କି ବାତ୍‌'ରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତକୁ ବିଜ୍ଞାନ ଓ ମହାକାଶ ଛଡ଼ା ଏଆଇରେ ମଧ୍ୟ ସଫଳତା ମିଳିଛି। ପ୍ୟାରିସରେ ଏଆଇକୁ ନେଇ ଭାରତକୁ ଅନେକ ପ୍ରଶଂସା ମିଳୁଛି।

Manki Baat

'ମନ କି ବାତ୍‌' ସମୟରେ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଚଳିତବର୍ଷ ମହିଳା ଦିବସରେ ନାରୀଶକ୍ତିକୁ ଅଧିକ ଗୁରୁତ୍ୱ ଦିଆଯିବ। ମାର୍ଚ୍ଚ ୮ ରେ ଜାତୀୟ ମହିଳା ଦିବସ ପାଳନ ଅବସରରେ ମହିଳାମାନଙ୍କୁ ପ୍ରେରଣା ଦେବା ପାଇଁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହସ୍ତାନ୍ତର କରିବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଏଥର ମହିଳା ଦିବସରେ ମୁଁ ଆମର ମହିଳା ଶକ୍ତି ପାଇଁ ଉତ୍ସର୍ଗୀକୃତ ପଦକ୍ଷେପ ନେଉଛି। ଏହି ବିଶେଷ ଉତ୍ସବରେ ମୁଁ ମୋର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ଏବଂ ଇନଷ୍ଟାଗ୍ରାମକୁ ଆମ ଦେଶର କିଛି ପ୍ରେରଣାଦାୟକ ମହିଳାଙ୍କୁ ହସ୍ତାନ୍ତର କରିବି। ଏମାନେ ହେଉଛନ୍ତି ମହିଳା ଯେଉଁମାନେ ନିଜ କ୍ଷେତ୍ରରେ ଉତ୍କର୍ଷତା ଆଣିଛନ୍ତି ଏବଂ ସମାଜରେ ଏକ ଭିନ୍ନ ଚିହ୍ନ ସୃଷ୍ଟି କରିଛନ୍ତି। ମାର୍ଚ୍ଚ ୮ ରେ ସେମାନେ ସେମାନଙ୍କର କାର୍ଯ୍ୟ ଏବଂ ଅଭିଜ୍ଞତା ଦେଶ ସହ ବାଣ୍ଟିବେ।

ଏଥିସହ 'ମନ କି ବାତ୍‌' ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟମନ୍ତ୍ର ଦେଇଛନ୍ତି। ସେ କହିଛନ୍ତି, ଏବେ ଯୁବପିଢିଙ୍କ ଭିତରେ ମୋଟାପଣ ଏକ ବଡ଼ ସମସ୍ୟା ହେଲାଣି। ମୋଟାପଣ କମାଇବାକୁ ହେଲେ ଆମକୁ ଖାଦ୍ୟରେ ପରିବର୍ତ୍ତନ ଜରୁରୀ।ପ୍ରତିଦିନ ଖାଦ୍ୟରେ କମ ତେଲ ଖାଇବାକୁ ଚେଷ୍ଟା କରନ୍ତୁ।ଖାଦ୍ୟରେ ତେଲ ପରିମାଣ ୧୦ ପ୍ରତିଶତ କମାନ୍ତୁ। ନିଜେ କମାଇବା ସହ ୧୦ ଜଣଙ୍କୁ କମାଇବାକୁ ପରାମର୍ଶ ଦିଅନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+