ରେଳବାଇର ନବରାତ୍ରୀ ଉପହାର, ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଫୁଡ ଆପ୍ ଲଞ୍ଚ
ଆଜିଠୁ ଆରମ୍ଭ 'ନବରାତ୍ରୀ' । ଏହି ସମୟରେ ଅନେକ ଉପବାସ କରିଥାନ୍ତି । ଉପବାସ ସମୟରେ ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି କି ତେବେ ଓଷା ସମୟରେ ଖାଇବା ଚିନ୍ତା ଆଉ କରିବା ପାଇଁ ପଡିବ ନାହିଁ ।
ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ 'ନବରାତ୍ରୀ' । ଏହି ସମୟରେ ଅନେକ ଉପବାସ କରିଥାନ୍ତି । ଉପବାସ ସମୟରେ ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି କି ତେବେ ଓଷା ସମୟରେ ଖାଇବା ଚିନ୍ତା ଆଉ କରିବା ପାଇଁ ପଡିବ ନାହିଁ । ରବିବାର ରେଳବାଇ ମନ୍ତ୍ରଣାଳୟ ନବରାତ୍ରୀ ସମୟରେ ଟ୍ରେନରେ ଯାତ୍ରା କରୁଥିବା ଭକ୍ତମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମେନ୍ୟୁ ଘୋଷଣା କରିଛି।

ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ୍ ମାଧ୍ୟମରେ ରେଳ ମନ୍ତ୍ରଣାଳୟ କହିଛି ଯେ ଏହି ସ୍ୱତନ୍ତ୍ର ଆଦେଶ ସେପ୍ଟେମ୍ବର 26 ରୁ ଅକ୍ଟୋବର 5 ପର୍ଯ୍ୟନ୍ତ ପରିବେଷଣ କରାଯିବ । 'ଫୁଡ୍ ଅନ୍ ଟ୍ରାକ୍' ଆପ୍ଲିକେସନ୍ ରୁ ଆପଣଙ୍କ ଟ୍ରେନ୍ ଯାତ୍ରା ପାଇଁ ନବରାତ୍ରୀ ସୁସ୍ୱାଦୁ ଖାଦ୍ୟ ଅର୍ଡର କରପାରିବେ । ଏହି ଖାଦ୍ୟ ଅର୍ଡର କରିବା ପାଇଁ ecatering.irctc.co.in କିମ୍ବା 1323 କୁ କଲ୍ କରନ୍ତୁ ବୋଲି ରେଳ ମନ୍ତ୍ରଣାଳୟ ଟ୍ୱିଟ୍ ରେ କହିଛି।
During the auspicious festival of Navratri, IR brings to you a special menu to satiate your Vrat cravings, being served from 26.09.22 - 05.10.22.
Order the Navratri delicacies for your train journey from 'Food on Track' app, visit https://t.co/VE7XkOqwzV or call on 1323. pic.twitter.com/RpYN6n7Nug
— Ministry of Railways (@RailMinIndia) September 25, 2022
ମା ଦୁର୍ଗା ଏବଂ ତାଙ୍କର ନଅଟି ଅବତାରକୁ ଉତ୍ସର୍ଗୀକୃତ ଶାରଦୀୟ ନବରାତ୍ରୀ ପର୍ବର ନଅ ଦିନ ଧରି ଚାଲିଥିବା ଏହି ଉତ୍ସବ ଆଜି ଆରମ୍ଭ ହୋଇଛି, ଯାହା ଉତ୍ସବର ପ୍ରଥମ ଦିନ (କଳସ କିମ୍ବା ଘାଟସ୍ଥପନା) ପାଳନ କରୁଛି ସାରା ଦେଶ ।












Click it and Unblock the Notifications