Fastag: ମାସେ ମିଳିଲା ସମୟ, ଏହି ତାରିଖ ସୁଦ୍ଧା କରନ୍ତୁ KYC ଅପଡେଟ୍
Fastag KYC News: Fastag ବ୍ୟବହାରକାରୀଙ୍କ ମିଳିଲା ବଡ଼ ଆଶ୍ୱସ୍ତି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, Fastag କେୱାଇସି ଅପଡେଟ୍ କରିବା ପାଇଁ ଆଉ ଏକ ମାସର ସମୟ ମିଳିଛି । ତେବେ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ତିଆ ପକ୍ଷରୁ ଫେବ୍ରୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରାଯାଇଛି । ଅର୍ଥାତ୍ ମାର୍ଚ୍ଚ ପହିଲାରୁ ଆପଣଙ୍କ Fastag ନିଷ୍କ୍ରିୟ ହୋଇଯବ । ତେବେ ଏବା ପୂର୍ବରୁ KYC ଅପଡେଟ୍ ପାଇଁ ୩୧ ଜାନୁଆରୀ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା ।

କିପରି କରିବେ KYC
ଆପଣ https// fastag. ihmcl.com/ ୱେବସାଇଟ୍ ଯାଇ ରେଜିଷ୍ଟର କରିପାରିବେ ।
ଏହାକୁ ଲଗଇନ୍ କରିବା ପାଇଁ ମୋବାଇଲ୍ ନମ୍ବର ଦେଇ ଓଟିପି ମାଧ୍ୟମରେ ଲଗ୍ ଇନ୍ କରିପାରିବେ ।
ଏହା ପରେ ଡ୍ୟାସବୋର୍ଡ ମେନ୍ୟୁରେ ମାଇଁ ପ୍ରୋଫାଇଲ୍ ବିକଳ୍ପ ଆସିବ । ପରେ କେୱାଇସି ସବ୍-ସେକ୍ସନକୁ ଯାଆନ୍ତୁ ।
ଏଠାରେ ଆଇଡି ପ୍ରୁଫ୍, ଠିକଣା, ଫଟୋ ଅପଲୋଡ୍ କରି ସବମିଟ୍ କରିବାକୁ ପଡିବ ଏହା ପରେ କେୱାଇସି ହୋଇଯିବ ।
ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଯେଉଁମାନଙ୍କ ଫାଷ୍ଟଟ୍ୟାଗ୍ ଆଧାର କାର୍ଡ ସହ ଲିଙ୍କ୍ ନାହିଁ ସେମାନଙ୍କ ଫାଷ୍ଟଟ୍ୟାଗକୁ ବ୍ଲାକ୍ ଲିଷ୍ଟ୍ କରିଦିଆଯିବ । କାରଣ ଆଧାର ସହ ଲିଙ୍କ୍ ନହେବା କାରଣରୁ ଫାଷ୍ଟଟ୍ୟାଗରୁ ଅପ ବ୍ୟବହାର ହେଉଛି । ତେଣୁ ଆଧାର ସହ ଲିଙ୍କ୍ ନଥିବା ଫାଷ୍ଟଟ୍ୟାଗ୍ ଗୁଡିକୁ ବ୍ଲାକ୍ ଲିଷ୍ଟ୍ କରିଦିଆଯିବ ।












Click it and Unblock the Notifications