ଜମ୍ମୁ କାଶ୍ମୀର ପୁଣି ଅଶାନ୍ତ : ଆତଙ୍କୀ ହମଲାକୁ ନେଇ ଏଭଳି କିଛି କହିଦେଲେ ଫାରୁକ୍
ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସାମ୍ପ୍ରତିକ ସମୟରେ ଆତଙ୍କବାଦୀ ଘଟଣା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ତିନୋଟି ଆକ୍ରମଣ ହୋଇଛି। ପ୍ରଥମେ ବଡ଼ଗାମ ଏବଂ ବନ୍ଦିପୋରାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏବେ ଶ୍ରୀନଗରରେ ଗୁଳି ବିନିମୟ ହେବାର ଖବର ଆସିଛି। ବଢୁଥିବା ଆତଙ୍କବାଦୀ ଆକ୍ରମଣ ଉପରେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ଏହାକୁ ଏକ ଗଭୀର ଷଡଯନ୍ତ୍ର ବୋଲି କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଏହି ଆକ୍ରମଣ ଦ୍ବାରା ଏକ ସଙ୍କଟ ସୃଷ୍ଟି କରିବାର ପ୍ରୟାସ କରାଯାଉଛି। କଶ୍ମୀରକୁ ଅସ୍ଥିର କରିବା ସେମାନଙ୍କର ଉଦ୍ଦେଶ୍ୟ ହୋଇପାରେ। ସେ କହିଛନ୍ତି ଯେ ଏହି ଆକ୍ରମଣ ପଛରେ କୌଣସି ଗୁପ୍ତଚର ଏଜେନ୍ସି ରହିଥିବାର ସନ୍ଦେହ ସୃଷ୍ଟି ହୋଇଛି।

ଫାରୁକ୍ ଅବଦୁଲ୍ଲା କହିଛନ୍ତି, ଆକ୍ରମଣକାରୀଙ୍କୁ ହତ୍ୟା କରିବା ପରିବର୍ତ୍ତେ ସେମାନଙ୍କୁ ଗିରଫ କରାଯିବା ଉଚିତ୍ ଯାହା ଦ୍ବାରା ଏହି ଆକ୍ରମଣ ପଛରେ କିଏ ଅଛନ୍ତି ତାହା ଜଣାପଡିବ। ଏହି ଆତଙ୍କବାଦୀ ଘଟଣା ବର୍ତ୍ତମାନ କାହିଁକି ଘଟୁଛି ଏବଂ ଏହା ପୂର୍ବରୁ କାହିଁକି କିଛି ଘଟୁ ନ ଥିଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଏହା ସରକାରଙ୍କୁ ଅସ୍ଥିର କରିବା ପାଇଁ ଏକ ଷଡଯନ୍ତ୍ର ବୋଲି ସେ ଦର୍ଶାଇଛନ୍ତି। ବଡ଼ଗାମରେ ଶ୍ରମିକଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସେ କହିଛନ୍ତି, ତଦନ୍ତ ହେବା ଉଚିତ ଏବଂ ଏପରି ଘଟଣା କାହିଁକି ଘଟୁଛି ତାହା ଜାଣିବା ଉଚିତ୍।












Click it and Unblock the Notifications