ଫାରୁକ ଅବଦୁଲ୍ଲାଙ୍କ ବଡ଼ ବୟାନ, କହିଲେ ଏଥର ଫୁଲ ଆଣ୍ଡ ଫାଇନାଲ କାର୍ଯ୍ୟାନୁଷ୍ଠାନ ଦରକାର
ଜମ୍ମୁ ଏବଂ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ସୋମବାର (୨୮ ଏପ୍ରିଲ, ୨୦୨୫) କହିଛନ୍ତି ଯେ କାଶ୍ମୀରବାସୀ ୧୯୪୭ ମସିହାରେ ଦୁଇ ରାଷ୍ଟ୍ର ତତ୍ତ୍ୱକୁ ପାଣିରେ ଫିଙ୍ଗି ଦେଇଥିଲେ ଏବଂ କହିଥିଲେ ଯେ ସେମାନଙ୍କର ଅଞ୍ଚଳ ପାକିସ୍ତାନ ସହିତ ଯିବ ନାହିଁ। ସେ କହିଥିଲେ ଯେ ସେମାନେ (ଆତଙ୍କବାଦୀ) ଭାବୁଛନ୍ତି ଯେ ଆମେ ପାକିସ୍ତାନ ସହିତ ଯିବୁ, ସେମାନେ ଭୁଲ।
ଏଏନଆଇକୁ ଫାରୁକ କହିଛନ୍ତି, ଆମକୁ ଦୁଃଖ ଲାଗୁଛି, ଆଜି ବି ଆମ ପଡ଼ୋଶୀ ମାନବିକତାକୁ ହତ୍ୟା କରୁଛି । ଯଦି ସେ ଭାବୁଛନ୍ତି, ଆମେ ପାକିସ୍ତାନକୁ ଚାଲିଯିବୁ, ଏପରି ଭୁଲ ଦୂର ହେବା ଦରକାର । ୧୯୪୭ରେ ଆମେ ତାଙ୍କ ସହ ଯାଇ ନଥିଲୁ, ଏବେ କାହିଁକି ଯିବୁ । ସେତେବେଳେ ଆମେ ଦୁଇ ଦେଶ ଥିଓରୀକୁ ପାଣିରେ ଫିଙ୍ଗି ଦେଇଥିଲୁ, ଆଜି ବି ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ । ସେମାନେ ଭାବୁଛନ୍ତି, ଏମିତି କରି ସେ ଆମକୁ ଦୁର୍ବଳ କରିଦେବେ । ହେଲେ ଏଥିରେ ଆମେ ଦୁର୍ବଳ ହେବୁନି, ବରଂ ଆମେ ଅଧିକ ଦୃଢ଼ ହେଉଛୁ ଓ ସେମାନଙ୍କୁ ଉଚିତ ଜବାବ ଦେବୁ ।

ଆଗକୁ ସେ କହିଛନ୍ତି, ପାକିସ୍ତାନ କହୁଛି ଆଲୋଚନା ହେବା ଦରକାର, ହେଲେ କ'ଣ ଆଲୋଚନା ହେବ । ମୁଁ ସବୁବେଳେ ଆଲୋଚନାକୁ ସମର୍ଥନ କରି ଆସିଛି । ମୁଁ ସବୁବେଳେ ଚାହୁଁଥିଲି, ଆଲୋଚନା ହେଉ । ହେଲେ, ମୃତକଙ୍କ ପରିବାରକୁ ଆମେ କି ଉତ୍ତର ଦେବୁ । ଏହା କ'ଣ ତାଙ୍କ ପ୍ରତି ନ୍ୟାୟ ହେବ । ଆଜି ଭାରତୀୟ ବାଲାକୋଟ ପରି ଆକ୍ସନ ଚାହିଁ ନାହାନ୍ତି । ଆଜି ପ୍ରତି ଭାରତୀୟ ଚାହୁଁଛନ୍ତି, ପାକିସ୍ତାନ ବିରୋଧରେ ଏମିତି ଆକ୍ସନ ହେଉ, ଯେମିତି ଭବିଷ୍ୟତରେ ଏମିତି ଘଟଣା ଆଉ ଘଟିବ ନାହିଁ ।












Click it and Unblock the Notifications