ଫାରୁକଙ୍କ ଭବିଷ୍ୟବାଣୀ, କହିଲେ ଭାରତ-ପାକିସ୍ତାନ ମଧ୍ୟରେ.....
ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା କହିଛନ୍ତି ଯେ, ମୋତେ ଲାଗୁନି କି ଭାରତ ଆଉ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ସୁଧାର ଆସିବ। ଯେପର୍ଯ୍ୟନ୍ତ ସେନା ନଯାଇଛି ଏବଂ ପାକିସ୍ତାନର ଲୋକମାନେ ଭାରତ ସହିତ ବନ୍ଧୁତା ଚାହାଁନ୍ତି ନାହିଁ, ସେପର୍ଯ୍ୟନ୍ତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କରେ କେବେ ସୁଧାର ଆସିବ ନାହିଁ। ଯେତେବେଳେ ସେଠାରେ ଲୋକଙ୍କ ସରକାର ଆସିବ, ମୁଁ ନିଶ୍ଚିତ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହେବ।

୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ସେ କହିଛନ୍ତି ଯେ,ଏହା ସୁରକ୍ଷା ଅବହେଳା ଏବଂ ଜମ୍ମୁକାଶ୍ମୀରକୁ ଅସ୍ଥିର କରିବା ପାଇଁ ପାକିସ୍ତାନର ଏକ ପ୍ରୟାସର ପରିଣାମ। ସେ ପାକିସ୍ତାନର ପ୍ରୋପାଗଣ୍ଡା ଏବଂ ସେନା ମୁଖ୍ୟ ଆସିଫ୍ ମୁନିରଙ୍କୁ ସମାଲୋଚନା କରିଛନ୍ତି । ଫାରୁକ କହିଛନ୍ତି କି,"ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହା ସୁରକ୍ଷା ଏବଂ ଗୁଇନ୍ଦା ତ୍ରୁଟି ।












Click it and Unblock the Notifications