ଟମାଟୋ ପାଇଁ ବିଲ ମଝିରେ ଚାଷୀଙ୍କ ହତ୍ୟା
ଆନ୍ଧ୍ରପ୍ରଦେଶ: ଟମାଟୋ ପାଇଁ ହତ୍ୟା । କଥା ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ ହେଲେ ଏପରି ସାଂଘାତିକ ଘଟଣା ଆନ୍ଧ୍ରପ୍ରଦେଶର ଅନ୍ନମୟ ଜିଲ୍ଲାରେ ଘଟିଛି । ଜଣେ ୨୮ ବର୍ଷିୟ ଯୁବ ଚାଷୀଙ୍କୁ ରାତି ଅଧରେ ବିଲ ମଝିରେ ନିର୍ମମ ଭାବେ ହତ୍ୟା କରାଯାଇଛି । ୭ ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ଏହା ହେଉଛି ଦ୍ୱିତୀୟ ଘଟଣା ।

ଟମାଟୋ ପାଇଁ ବିଲ ମଝିରେ ୨୮ ବର୍ଷିୟ ଯୁବ ଚାଷୀ ବାତୁଲା ମଧୁକର ରେଡ୍ଡିଙ୍କର ହତ୍ୟା କରାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବାତୁଲା ମଧୁକର ରେଡ୍ଡି ରବିବାର ଦିନ ନିଜ ଟମାଟୋ କ୍ଷେତକୁ ଜଗି ବିଲରେ ଶୋଇଥିଲେ । ହେଲେ ସୋମବାର ସକାଳୁ ବିଲ ମଝିରେ ତାଙ୍କ ମୃତ ଦେବ ପଡିଥିବାର ଦେଖି ସ୍ଥାନୀୟ ଲୋକ ପୋଲିସ ଏନେଇ ଖବର ଦେଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟା କାଣ୍ତର କାରଣ ଅସ୍ପଷ୍ଟ । ତେବେ ଖୁବ ଶୀଘ୍ର ଅଭିଯୁକୁ ଗିରଫ କରାଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।
ସୂଚନାଥାଉ ଯେ, ଗତ ୧୩ ତାରିଖରେ ୬୨ ବର୍ଷୀୟ ଟମାଟୋ ଚାଷୀ ନାରେମ ରାଜଶେଖର ରେଡ୍ଡିଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିଲେ । ନାରେମ ରାଜଶେଖର ଟମାଟୋ ବିକି ୩୦ ଲକ୍ଷ ଟଙ୍କା ରୋଜଗାର କରିଥିଲେ ଯାହାକୁ ନେବା ପାଇଁ ତାଙ୍କର ହତ୍ୟା କରାଯାଇଛି ବୋଲି ସ୍ପଷ୍ଟ ହୋଇଥିଲା ।












Click it and Unblock the Notifications