ଆଜି ଚାଷୀ ପାଇବେ PM-KISAN ଟଙ୍କା, ଉପକୃତ ହେଲେ ୯ କୋଟି ୫୦ ଲକ୍ଷ ଚାଷୀ
PM-KISAN: ପ୍ରଧାନମନ୍ତ୍ରୀ କିଷାନ ସାମନ ନିଧି (PM-KISAN) ଯୋଜନାର ୧୮ ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୮ ତମ କିସ୍ତିରେ ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର କୋଟିରୁ ଅଧିକ ଟଙ୍କା ପଠାଯିବ । ଏହି ଟଙ୍କା ସିଧା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ।

ପ୍ରଧାନମନ୍ତ୍ରୀ କିଷାନ ସାମନ ନିଧି କିସ୍ତି ପ୍ରଦାନ ପାଇଁ ମହାରାଷ୍ଟ୍ର ୱାସିମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନPM-KISAN ଯୋଜନାର ୧୮ ତମ କିସ୍ତି ପ୍ରଦାନ କରିବେ । ୧୮ ତମ କିସ୍ତି ଜାରି ହେବା ପରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ କୃଷକଙ୍କୁ ପ୍ରଦାନ କରାଯାଇଥିବା ମୋଟ୍ ଟଙ୍କା ହେଉଛି ୩ ଲକ୍ଷ ୨୫ ହଜାର କୋଟି ଟଙ୍କା ।
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ୍ ନିଧି ଯୋଜନା ଅଧୀନରେ, ପିଏମ-କିଷାନ ପୋର୍ଟାଲର କୃଷକ ମାନଙ୍କୁ ଅନଲାଇନ ପଞ୍ଜିକରଣର ସୁବିଧା http://pmkisan.gov.in ଦିଆଯାଇଛି । ଏହାବାଦ୍ କୃଷକମାନେ ପୋର୍ଟାଲ ମାଧ୍ୟମରେ ପଞ୍ଜୀକୃତ କରିପାରିବେ । ଏହା ବ୍ୟତୀତ ଏହି ପୋର୍ଟାଲ ମାଧ୍ୟମରେ କୃଷକମାନେ ସେମାନଙ୍କର ଆର୍ଥିକ ସହୟତାର ସ୍ଥିତି ମଧ୍ୟ ଏଠାରେ ଜାଣିପାରିବେ












Click it and Unblock the Notifications