ସରକାରଙ୍କ ବଡ଼ ଘୋଷଣା, ଏହି ଚାଷୀଙ୍କୁ ମିଳିବ ୧୭ ହଜାର ଟଙ୍କା
ଅଗଷ୍ଟ ମାସ ଶେଷ ସପ୍ତାହରେ ବିହାର (Bihar) ନାଳନ୍ଦା ଜିଲ୍ଲାର ଲୋକେନ ଏବଂ ଜିରାୟାନ ନଦୀରେ ଆସିଥିଲା ବନ୍ୟା। ଜିଲ୍ଲାର କେତେକ ବ୍ଲକରେ ୫,୩୦୨ ହେକ୍ଟରରୁ ଅଧିକ ଜମିର ଫସଲକୁ ନଷ୍ଟ କରିଥିଲା। ଚାଷୀଙ୍କ ବର୍ଷ ବର୍ଷର କଠିନ ପରିଶ୍ରମ ଗୋଟିଏ ଝଟକାରେ ଶେଷ ହୋଇଗଲା। ଚାଷୀ ପରିବାର ଉପରେ ଘୋଟି ଆସିଲା ଆର୍ଥିକ ସଙ୍କଟ।
ଏନେଇ ଏବେ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଏକ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ପ୍ରତି ହେକ୍ଟର ପାଇଁ ୧୭ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ। ଏନେଇ DBT ପୋର୍ଟାଲ୍ ମାଧ୍ୟମରେ ଅନଲାଇନ୍ରେ ଆବେଦନ କରିବାକୁ ପଡିବ। ଚାଷୀମାନେ ଘରେ ବସି ଏହି ଆବେଦନ କରିପାରିବେ।

କ୍ଷତିପୂରଣ ରାଶି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଯଦି ଆକାଉଣ୍ଟଟି ଆଧାର ସହିତ ଲିଙ୍କ୍ ହୋଇ ନଥାଏ, ତେବେ ଏହି ଦେୟ ବିଳମ୍ବ ହୋଇପାରେ। ଏହି ସଂଶୋଧନ ହେବା ମାତ୍ରେ ଟଙ୍କା ପଠାଯିବ ବୋଲି ବିଭାଗ ପ୍ରତିଶ୍ରୁତି ଦେଇଛି।












Click it and Unblock the Notifications