ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ କରିବେ ଚାଷୀ, ୧୪ ରେ ବିଶାଳ ସମାବେଶ

ଶମ୍ଭୁ ସୀମାରୁ ଦିଲ୍ଲୀ କୋଚ କରିବେ ଆନ୍ଦୋଳନରତ ଚାଷୀ । ୧୪ ତାରିଖରେ ପୁଣି ଚାଷୀଙ୍କର ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ ହେବ। ୧୪ ତାରିଖରେ ଚାଷୀ କରିବେ ବିଶାଳ ସମାବେଶ । ଶମ୍ଭୁସୀମାରେ ଏକାଠି ହେବେ ଶହ ଶହ ଚାଷୀ । ଆଜିର ବୈଠକରେ ଏହି ନିଷ୍ପତି ନିଆଯାଇଛି ।

farmers movement

ଶମ୍ଭୁ ଓ ଟିକରୀ ସୀମାରେ ଅଧିକରୁ ଅଧିକ ଚାଷୀ ଏକାଠି ହୋଇ ଆନ୍ଦୋଳନରେ ସାମିଲ ହେବାକୁ ଚାଷୀ ସଂଗଠନ ଆହ୍ବାନ ଦେଇଛନ୍ତି । ଏଥିସହ କଳାକାର ଓ ବିଭନ୍ନ କ୍ଷେତ୍ରର ବିଶିଷ୍ଠ ବ୍ୟକ୍ତି ବିଶେଷକୁ ଆନ୍ଦୋଳନରେ ସାମିଲ ହୋଇ ଆନ୍ଦୋଳନକୁ ସଫଳ କରିବାକୁ ଅପିଲ କରାଯାଇଛି । ଦାବି ପୂରଣ ନହେଲେ ଦିଲ୍ଲୀ ଚଲ୍ଲୋ ଆନ୍ଦୋଳନ ଆଗକୁ ଉଗ୍ର ରୂପ ନେବ ବୋଲି ଧମକ ଦେଇଛନ୍ତି ଚାଷୀ ନେତା ।

ସୂଚନା ଥାଉକି ଦିଲ୍ଲୀ ଯିବା ପାଇଁ ଶମ୍ଭୁ ସୀମାରେ ବହୁ ସଂଖ୍ୟାରେ କୃଷକ ଏକାଠି ହୋଇଛନ୍ତି। ଡିସେମ୍ବର ୬ ତାରିଖ ଶୁକ୍ରବାର ୧ଟାରୁ 'ଦିଲ୍ଲୀ ଚଲୋ' ଅଭିଯାନ ଆରମ୍ଭ କରିଛି କିଷାନ ସଂଗଠନ । ୮ ମାସ ହେଲା ହରିୟଣା ବର୍ଡରରେ ଧାରଣରତ ଚାଷୀ ଟ୍ରାକ୍ଟର-ଟ୍ରଲି ବିନା ପାଦରେ ଚାଲି ଚାଲି ଦିଲ୍ଲୀ ମାର୍ଚ୍ଚ କରିଥିଲେ । ତାଙ୍କୁ ଶମ୍ଭୁ ସୀମାରେ ଅଟକାଇ ଦିଆଯାଇଥିଲା । ଅମ୍ବାଲାର ଶମ୍ଭୁ, ଜିନ୍ଦର ଖନୌରୀ ଏବଂ ସୋନିପତର ସିନ୍ଧୁ ପାଖରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଫଳରେ ପୋଲିସ-ଚାଷୀ ଧସ୍ତାଧସ୍ତି ହୋଇଥିଲେ। ଆମ୍ବଲାରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଥିଲା। ଚାଷୀମାନେ ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଦାବି କରିବା ସହ ଋଣ ଛାଡ଼ ଓ ବର୍ଦ୍ଧିତ ବଜୁଳି ଟାରିଫରୁ ସୁରକ୍ଷା ଦାବି କରି ଦିଲ୍ଲୀ ଚାଲୋ ଆନ୍ଦୋଳନର ଡାକରା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+