Get Updates
Get notified of breaking news, exclusive insights, and must-see stories!

Farmers Protest: ଯୁବ ଚାଷୀଙ୍କ ମୃତ୍ୟୁ ସହ ୧୨ ପୋଲିସ ଆହତ, ୨ ଦିନ 'ଦିଲ୍ଲୀ ଚଲୋ' ଯାତ୍ରା ସ୍ଥଗିତ

Farmers Protest: ପଞ୍ଜାବ ଏବଂ ହରିୟାଣାର ଚାଷୀମାନେ ଏମଏସପି ଏବଂ ଅନ୍ୟାନ୍ୟ ଦାବିକୁ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହାରି ମଧ୍ୟରେ ଖାନୌରୀ ସୀମାରେ ସଂଘର୍ଷରେ ଜଣେ 21 ବର୍ଷୀୟ ଚାଷୀଙ୍କ ମୃତ୍ୟୁ ଘଟିଛି ଏବଂ 12 ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହା ପରେ କୃଷକ ନେତାମାନେ 'ଦିଲ୍ଲୀ ଚଲୋ' ଯାତ୍ରାକୁ 2 ଦିନ ସ୍ଥଗିତ ରଖିଛନ୍ତି ।

Farmers Protest

ରାଜୀନ୍ଦ୍ର ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଣ୍ଟ୍ ଏଚ୍.ଏସ୍ ରେଖୀ କହିଛନ୍ତି ଯେ, ମୃତ ପ୍ରତିବାଦକାରୀ କୃଷକଙ୍କ ନାମ ଶୁଭକରଣ ସିଂଙ୍କ ମୁଣ୍ଡରେ ଆଘାତ ଲାଗିବା କାରଣରୁ ମୃତ୍ୟୁ ହୋଇଛି । ପୋଲିସ ସହ ସଂଘର୍ଷ ହେତୁ ଯୁବ ଚାଷୀଙ୍କ ମୃତ୍ୟୁ ହୋଇଥିବା କୃଷକମାନେ ଦାବି କରିଛନ୍ତି।

ବିରୋଧୀ ଚାଷୀଙ୍କ ମୃତ୍ୟୁ ପରେ ପରିସ୍ଥିତି ଆହୁରି ବିଗିଡିବାରେ ଲାଗିଛି । ବିରୋଧୀ ନେତାମାନେ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରୁଛନ୍ତି । ସେପଟେ କେନ୍ଦ୍ର ସରକାରଙ୍କ ସହ ବାରମ୍ବାର ଆଲୋଚନା ସତ୍ତ୍ୱେ କୌଣସି ନିଷ୍କର୍ସ ବାହାରି ପାରୁ ନାହିଁ । ଗତକାଲି 'ଦିଲ୍ଲୀ ଚଲୋ' ଯାତ୍ରା ସମୟରେ ପଞ୍ଜାବ-ହରିଆଣା ସୀମା ଶମ୍ଭୁ ଓ ଖାନାଉରୀଠାରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ସହ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ଏଥିର ତିନି ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି ।

ମୃତ ଯୁବ ଜଣକ ହେଉଛନ୍ତି ୨୧ ବର୍ଷୀୟ ଶୁଭକରଣ ସିଂ । ସେ ପଞ୍ଚାବ ଭଠିଣ୍ତା ଜିଲ୍ଲା ବାଲୋକେ ଗାଁର ବାସିନ୍ଦା । ପୋଲିସ-ଚାଷୀ ମୁହାଁମୁହିଁ ହୋଇଥିବା ବେଳେ ତାଙ୍କ ମୁଣ୍ତରେ ଗୁଳି ବାଜିବା କାରଣରୁ ଗଭିର ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ପକ୍ଷରୁ ସୂଚନା ରହିଛି ହେଲେ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସୂଚନା ରହିଛି ।

ଅନ୍ୟପକ୍ଷରେ ହରିଆଣା ପୋଲିସ ଦାବି କରିଛି ଯେ, ଫେବ୍ରୁଆରୀ ୨୧ରେ କୌଣସି ଚାଷୀଙ୍କର ମୃତ୍ୟୁ ହୋଇ ନାହିଁ । ଏହା କେବଳ ଏକ ଗୁଜବ । କେବଳ ୨ ଜଣ ପୋଲିସ ଏବଂ ଜଣେ ଆନ୍ଦୋଳନକାରୀ ଆହତ ହୋଇଛନ୍ତି ବୋଲି ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+