Farmers Protest: ଚାଷୀଙ୍କ 'X' ଆକାଉଣ୍ଟ ହେଲା ବ୍ଲକ୍, କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶ
Farmer's Protest Related Accounts Suspended By 'X': ଏଲୋନ୍ ମସ୍କଙ୍କ ସୋସିଆଲ୍ ମିଡିଆ କମ୍ପାନୀ 'ଏକ୍ସ'ରୁ କୃଷକଙ୍କ ଆନ୍ଦୋଳନ ସହ ଜଡିତ ଅନେକ ଆକାଉଣ୍ଟ୍ ଏବଂ ଫ୍ୟାନ୍ ପେଜ୍ ହେଲା ବ୍ଲକ୍ । ନିଲମ୍ବିତ ଆକାଉଣ୍ଟଗୁଡିକ ମଧ୍ୟରେ ବହୁ ବିଶିଷ୍ଟ କୃଷକ ନେତା ଏବଂ ସେମାନଙ୍କ ସମର୍ଥକଙ୍କ ଆକାଉଣ୍ଟ ମଧ୍ୟ ଅଛି । ବାସ୍ତବରେ, ଭାରତ ସରକାରଙ୍କ ନିର୍ଦ୍ଦେଶରେ ବିରୋଧ କରୁଥିବା ଚାଷୀଙ୍କର ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରାଯାଇଛି ବୋଲି ସୂଚନା ରହିଛି । କୃଷକଙ୍କ 'ଦିଲ୍ଲୀ ଚଲୋ' ଆନ୍ଦୋଳନକୁ ରୋକିବା ପାଇଁ କେନ୍ଦ୍ର ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି।

କୃଷକଙ୍କ ବିରୋଧ ସହ ଜଡିତ ଆକାଉଣ୍ଟ ଏବଂ ପୋଷ୍ଟକୁ ସ୍ଥଗିତ ରଖିବାକୁ ଭାରତ ସରକାରଙ୍କ ନିର୍ଦ୍ଦେଶକୁ X ଗ୍ରହଣ କରିଛି, କିନ୍ତୁ ଏହି ପଦକ୍ଷେପ ନେବାକୁ ମଧ୍ୟ ମତଭେଦ ପ୍ରକାଶ କରିଛି। ସରକାର କହିଛନ୍ତି ଯେ, ଏହା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ବ୍ୟବହାରକାରୀଙ୍କୁ ଏହି କାର୍ଯ୍ୟ ବିଷୟରେ ଅବଗତ କରାଇଛି।
The Indian government has issued executive orders requiring X to act on specific accounts and posts, subject to potential penalties including significant fines and imprisonment.
In compliance with the orders, we will withhold these accounts and posts in India alone; however,…
— Global Government Affairs (@GlobalAffairs) February 21, 2024
ସୂଚନାଥାଉ ଯେ, ଏଲୋନ୍ ମସ୍କଙ୍କ କମ୍ପାନୀ ଏହା ସ୍ପଷ୍ଟ କରିଛି ଯେ "କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏକ୍ସ ବିରୋଧ କରୁଥିବା ଚାଷୀଙ୍କ ପୋଷ୍ଟ ବା ଏକାଉଣ୍ଟକୁ ବ୍ୟାନ୍ କରିଛି ହେଲେ ଏଥିରେ କମ୍ପାନୀର ସହମତି ନାହିଁ । 'X'ପକ୍ଷରୁ ସୂଚନା ଜାରି କରାଯାଇଛି ଯେ, ସେ କେବଳ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏପରି କରିଛି ଏବଂ ୟୁଜର୍ସଙ୍କୁ ମଧ୍ୟ ଏନେଇ ସୂଚନା ଜାରି କରାଯାଇଛି ।
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଗୃହ ମନ୍ତ୍ରଣାଳୟର ଅନୁରୋଧ କ୍ରମେ ଫେବୃଆରୀ 14 ଏବଂ 19 ରେ ଆଇଟି ଆକ୍ଟର ଧାରା 69A ଅନୁଯାୟୀ ନିର୍ଦ୍ଦେଶ ଜାରି କରିଛି। ଗୃହ ମନ୍ତ୍ରଣାଳୟର ଅନୁରୋଧ କ୍ରମେ ଆଇନ ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ 177 ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୱେବ ଲିଙ୍କକୁ ସାମୟିକ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଫେସବୁକ୍, ଇନଷ୍ଟାଗ୍ରାମ, ଟ୍ୱିଟର, ସ୍ନାପଚାଟ ଏବଂ ଅନ୍ୟ କେତେକ ସୋସିଆଲ ମିଡିଆ ପ୍ଲାଟଫର୍ମର ଆକାଉଣ୍ଟ ଏବଂ ଲିଙ୍କକୁ ଅବରୋଧ କରିବାକୁ ନିର୍ଦ୍ଦେଶ କେନ୍ଦ୍ର ସରକାର ଜାରି କରିଛନ୍ତି।
ଫେବୃଆରୀ 14 ଏବଂ 19 ରେ ଜାରି କରାଯାଇଥିବା ଏହି ନିର୍ଦ୍ଦେଶ କୃଷକ ଆନ୍ଦୋଳନ ସରିବା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହାପରେ ସମସ୍ତ ୟୁଜର୍ସଙ୍କ ଆକାଉଣ୍ଟ ପୁଣି କାମ କରିବା ଆରମ୍ଭ କରିବ ବୋଲି ମଧ୍ୟ ଖବର ରହିଛି । ଅର୍ଥାତ୍ କୃଷକଙ୍କ ଆନ୍ଦୋଳନ ଶେଷ ହେବା ପରେ ଏହି ଆକାଉଣ୍ଟ ଗୁଡିକ ପୁନରୁଦ୍ଧାର ହେବ ବୋଲି ଆଶା କରାଯାଉଛି।
ଦେଶରେ କୃଷକ ଆନ୍ଦୋଳନ ଓ ବିରୋଧ ପ୍ରଦର୍ଶନ ଚାଲିଛି। ଫେବୃଆରୀ 13 ରେ କୃଷକଙ୍କ ବିରୋଧ ଆରମ୍ଭ ହୋଇଥିଲା ଏବଂ ଆଜି ଏହାର ଦଶମ ଦିନ। ଏମଏସପି ଗ୍ୟାରେଣ୍ଟି ନେଇ ସାରା ଦେଶରେ କୃଷକମାନେ ବିରୋଧ କରୁଛନ୍ତି ଏବଂ କୃଷକ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଅନେକ ରାଉଣ୍ଡ ଆଲୋଚନା ଜାରି ରହିଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications