For Quick Alerts
Turn On Notification  
For Daily Alerts
Oneindia App Download

କୃଷକ ଆନ୍ଦୋଳନ : କୃଷକମାନେ ହିଂସାକୁ ପ୍ରଶ୍ରୟ ଦେଇପାରିବ ନାହିଁ କି ସହର ବନ୍ଦ କରିପାରିବେ ନାହିଁ ; ସୁପ୍ରିମ କୋର୍ଟ

ତିନୋଟି ନୂଆ ଆଇନକୁ ସୁପ୍ରିମକୋର୍ଟରେ ସାମ୍ବିଧାନିକ ବୈଦ୍ଧତା ପାଇଁ ରୁଜୁ କରାଯାଇଛି | ଏହା ମଧ୍ୟରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରୁଛନ୍ତି | ଏହା ପାଇଁ ମୁଖ୍ୟ ବିଚାରପତି ଅଧ୍ୟକ୍ଷତାରେ ଏକ ବେଞ୍ଚ ଗଠନ କରାଯାଇଛି |

|

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଜାତୀୟ ରାଜଧାନୀ ଦିଲ୍ଲୀରେ କୃଷକମାନେ ଆନୋଜଳନ କରିଆସୁଛନ୍ତି | ଏହା ମଧ୍ୟରେ ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି | ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରାୟ ଦେଇଛନ୍ତି ଯେ, କୃଷକମାନେ ହିଂସାରୁ ପ୍ରଶ୍ରୟ ଦେଇପାରିବେ ନାହିଁ କି ସହର ବନ୍ଦ କରିପାରିବେ ନାହିଁ |

ସୂଚାନାଯୋଗ୍ୟ, ଏହି ତିନୋଟି ନୂଆ ଆଇନକୁ ସୁପ୍ରିମକୋର୍ଟରେ ସାମ୍ବିଧାନିକ ବୈଦ୍ଧତା ପାଇଁ ରୁଜୁ କରାଯାଇଛି | ଏହା ମଧ୍ୟରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରୁଛନ୍ତି | ଏହା ପାଇଁ ମୁଖ୍ୟ ବିଚାରପତି ଅଧ୍ୟକ୍ଷତାରେ ଏକ ବେଞ୍ଚ ଗଠନ କରାଯାଇଛି | ମୁଖ୍ୟ ବିଚାରପତି କହିଛନ୍ତି ବର୍ତ୍ତମାନ ଏହି ଆଇନର ବୈଦ୍ଧତା ନେଇ କୌଣସି ନିଷ୍ପତ୍ତି ନିଆଯିବ ନାହିଁ |

Supreme-Court-India

ଶୁଣାଣି ସମୟରେ କୋର୍ଟର ରାୟ

  • ପ୍ରଥମେ କୃଷକଙ୍କ ଆନୋଦଳନ ଏବଂ ସାଧାରଣ ଲୋକଙ୍କ ଯାତାୟତ ଏଭଂ ମୌଳିକ ଅଧିକାର ବିଷୟରେ ଆଲୋଚନା କରାଯିବ |
  • କୃଷି ଆଇନର ବୈଦ୍ଧତାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇପାରିବ |
  • କୃଷି ଆଇକୁ ବିରୋଧ କରିବା ନେଇ କୃଷକମାନଙ୍କ ମୌଳିକ ଅଧିକାରକୁ କୋର୍ଟ ଅନୁଭବ କରୁଛନ୍ତି କିନ୍ତୁ ଏଥିଯୋଗୁଁ ଅନ୍ୟମାନଙ୍କ ଜାବନ ପ୍ରଭାବିତ ନହେବା ଉଚିତ୍ |
  • କୃଷକମାନଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି, କିନ୍ତୁ ସେମାନେ କିପରି ଆନୋଜଳନ କରୁଛନ୍ତି ତାହା ଆଲୋଚନାର ବିଷୟ | ଏଥିରେ କିଛି ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବେ ଯେପରିକି ସାଧାରଣ ଲୋକଙ୍କ ଯାତାୟତ ଏବଂ ଜୀବନ ପ୍ରଭାବିତ ନହୁଏ |
  • ଆନ୍ଦୋଳନ ସେ ପର୍ଯ୍ୟନ୍ତ ସାମ୍ବିଧାନିକ, ଯେପର୍ଯ୍ୟନ୍ତ କୌଣସି ସମ୍ପତ୍ତି ନଷ୍ଟ ନହେବ ଏବଂ କାହାର ଜୀବନପ୍ରତି ବିପଦ ନରହେ |
  • କେନ୍ଦ୍ର ଓ କୃଷକମାନଙ୍କ ମଧ୍ୟରେ ଆଲୋଚନା ହେବା ଉଚିତ୍ | ଦୁଇ ପକ୍ଷର କଥା ଶୁଣିବା ପାଇଁ ଏକ କମିଟି ଗଠନ କରାଯାଇଛି | ଏହି କମିଟି ଏକ ରିପୋର୍ଟ ଦେବ, ଯାହାର ପାଳନ କରାଯିବ | ଏହି ସ୍ୱତନ୍ତ୍ର କମିଟିରେ ପି. ସାଇନାଥ, ଭାରତୀୟ କିଷାନ ୟୁନିଅନ୍ ଏବଂ ଅନ୍ୟ ସଦସ୍ୟ ରହିବେ |
  • ଦିଲ୍ଲୀ ବନ୍ଦ କଲେ ସହରର ଲୋକ ଭୋକର୍ ରହିବେ | କୃଷକଙ୍କ ଦାବି ଆଲୋଚନା ମାଧ୍ୟମରେ ସମାଧାନ କରାଯିବ | ଧାରଣାରେ ବସିବାରେ ହିଁ କୃଷକମାନଙ୍କ ଉଦ୍ଦେଶ୍ୟ ପୂରା ହୋଇପାରିବ ନାହିଁ |
  • ଆମେ ମଧ୍ୟ ଭାରତୀୟ, କୃଷକମାନଙ୍କ ଅସୁବିଧାକୁ ଅନୁଭବ କରୁଛୁ | କୃଷକମାନଙ୍କୁ ଆନ୍ଦୋଳନର ରାସ୍ତା ବଦଳାଇବାକୁ ପଡ଼ିବ | ଆମେ ନିଶ୍ଚିତ କରୁଛୁ ଯେ, କୃଷକମାନେ ନିଜର ଦାବି ରଖନ୍ତୁ ଏବଂ ଏଥିପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯିବ |
  • ମୁଖ୍ୟ ବିଚାରପତି କହିଛନ୍ତି, ସମସ୍ତ ଆନ୍ଦୋଳନକାରୀ କୃଷକ ସଙ୍ଗଠନମାନଙ୍କୁ ନୋଟିସ୍ ଜାରି କରାଯିବ | ଶୀତ ଅଧିବେଶନ ମଧ୍ୟରେ ଏହି ମାମଲାର ଶୁଣାଣି କରାଯିବ |
  • ବର୍ତ୍ତମାନ ପରିସ୍ଥିତିରେ ଏହି ଆଇନକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |
  • କୋର୍ଟ ଆଟର୍ଣ୍ଣି ଜେନେରାଲଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଶୁଣାଣି ହେବା ପର୍ଯ୍ୟନ୍ତ ଆପଣ ଏହି ଆଇନ ଲାଗୁ କରିବାର କାର୍ଯ୍ୟକାରିତାକୁ ପ୍ରତିରୋଧ କରିବ |
  • ଏହାର ଉତ୍ତରରେ ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ, ଯଦି ଆମେ ଏହା କରିବୁ, ତେବେ କୃଷକମାନେ ଆଲୋଚନା ପାଇଁ ଆସିବେ ନାହିଁ, କିନ୍ତୁ ଏହା ଦ୍ୱାରା ଆଲୋଚନା ଆରମ୍ଭ ହୋଇପାରେ ବୋଲି କୋର୍ଟ କହିଛନ୍ତି |
  • ଆନ୍ଦୋଳନରେ ସାମିଲ ହେଉଥିବା କୌଣସି ମାସ୍କ ପିନ୍ଧୁନାହାନ୍ତି, ଏବଂ ବହୁ ସଂଖ୍ୟାରେ ଏକାଠି ହୋଇ ବସୁଛନ୍ତି | ଆନ୍ଦୋଳନରେ ସାମିଲ ଅଧିକ କୃଷକ ପଞ୍ଜାବର, ସୁପ୍ରିମକୋର୍ଟଙ୍କ ପରାମର୍ଶରେ ଏହି କମିଟି କେନ୍ଦ୍ର ଏବଂ ଚାଷୀଙ୍କ ମଧ୍ୟରେ ଆଲୋଚନା କରିବା ନେଇ ରାଜ୍ୟର କୌଣସି ଆପତ୍ତି ନାହିଁ | କମିଟିରେ କିଏ ରହିବେ ଏହା କୃଷକ ଏବଂ ସରକାରଙ୍କ ମାମଲା | ପି ଚିଦାମ୍ବରମ୍ ପଞ୍ଜାବ ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିଲେ |
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
In between Farmers protest Supreme Court announced its hearing. No farmer can block road.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X