ସରକାରଙ୍କ ପ୍ରସ୍ତାବକୁ ଖାରଜ କଲେ କୃଷକ ସଙ୍ଗଠନ
Farmers Protest: କେନ୍ଦ୍ର ସରକାରଙ୍କ ମନ୍ତ୍ରୀଙ୍କ ସହ କୃଷକ ଆନ୍ଦୋଳନରେ ଜଡିତ ସଂଗଠନର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆନ୍ଦୋଳରତ ଚାଷୀଙ୍କୁ ୪ଟି ଫସଲ ଉପରେ ୫ବର୍ଷର ଏମଏସପି ଗ୍ୟାରେଣ୍ଟିର ପ୍ରସ୍ତାବ ସରକାର ଦେଇଥିଲେ ହେଲେ ହରିୟାଣାର ଶମ୍ଭୁ ସୀମାରେ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ କୃଷକ ସଂଗଠନ ପ୍ରତ୍ୟାଖ୍ୟାନ କରିଛନ୍ତି।
କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ବିଷୟରେ ଆମେ ବୈଠକ ଉପରେ ଆଲୋଚନା କଲୁ ହେଲେ ଏମଏସପି ଆଇନ ସରକାରଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କୃଷକ ସଙ୍ଗଠନ କହିଛନ୍ତି ସରକାରଙ୍କ ପ୍ରସ୍ତାବକୁ ଆମେ ଗ୍ରହଣ କରୁନାହୁଁ।

କୃଷକ ନେତା ସୌରଭ ସିଂ ପାଣ୍ଡେର୍ କହିଛନ୍ତି, କେନ୍ଦ୍ର ସରକାର ସାରା ଦେଶରେ 23 ଟି ଫସଲ ଉପରେ ଏମଏସପି ଲାଗୁ କରିବା ଉଚିତ। ସେ ଆହୁରି କହିଛନ୍ତି ଯେ ଏହି ପ୍ରସ୍ତାବ କୃଷକଙ୍କ ହିତରେ ନାହିଁ, ଆମେ ଏହାକୁ ବାତିଲ କରିଛୁ। ଆମେ MSP ଉପରେ ଗ୍ୟାରେଣ୍ଟି ଚାହୁଁ ।












Click it and Unblock the Notifications