For Quick Alerts
Turn On Notification  
For Daily Alerts
Oneindia App Download

କୃଷକ ଆନ୍ଦୋଳନ : ଉତ୍ତରପ୍ରଦେଶ ଫାଟକରେ ଜାମ କଲେ କୃଷକ, NH-9 ଏବଂ NH-24 ବନ୍ଦ

ଉତ୍ତରପ୍ରଦେଶ ଫାଟକରେ କୃଷକମାନେ ଏକତ୍ରିତ ହୋଇ ଦିଲ୍ଲୀ-ମୋହନ ନାଗର ରୋଡ (ଦିଲ୍ଲୀ-ଗାଜିଆବାଦ ସୀମା) ସଂପୂର୍ଣ୍ଣ ଜାମ୍ କରିଦେଇଛନ୍ତି |କୃଷକଙ୍କ ପ୍ରଦର୍ଶନ ଯୋଗୁଁ NH-9 ଏବଂ NH-24 ବନ୍ଦ ରହିଛି ବୋଲି ଦିଲ୍ଲୀ ଟ୍ରାଫିକ ପୋଲିସ ଟ୍ୱିଟ୍ କରି ସୂଚନା ଦେଇଛି |

|

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂତନ କୃଷି ନିୟମ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ଦିଲ୍ଲୀ-ଗାଜିଆବାଦ ସୀମାକୁ ଅବରୋଧ କରିଛନ୍ତି | ଉତ୍ତରପ୍ରଦେଶ ଫାଟକରେ କୃଷକମାନେ ଏକତ୍ରିତ ହୋଇ ଦିଲ୍ଲୀ-ମୋହନ ନାଗର ରୋଡ (ଦିଲ୍ଲୀ-ଗାଜିଆବାଦ ସୀମା) ସଂପୂର୍ଣ୍ଣ ଜାମ୍ କରିଦେଇଛନ୍ତି |କୃଷକଙ୍କ ପ୍ରଦର୍ଶନ ଯୋଗୁଁ NH-9 ଏବଂ NH-24 ବନ୍ଦ ରହିଛି ବୋଲି ଦିଲ୍ଲୀ ଟ୍ରାଫିକ ପୋଲିସ ଟ୍ୱିଟ୍ କରି ସୂଚନା ଦେଇଛି | ଟ୍ୱିଟରେ ଉଲ୍ଲେଖ କରାଯାଇଛି, ଦିଲ୍ଲୀରୁ ଗାଜିଆବାଦ ଯିବାକୁ ଏହି ମାର୍ଗ ଦେଇ ଆସନ୍ତୁ ନାହିଁ | ଦିଲ୍ଲୀରୁ ଗାଜିଆବାଦ ଯିବାକୁ DND, ITO ଏବଂ ୱାଜିରାବାଦ ରାସ୍ତାଦେଇ ଆସିବାକୁ କୁହାଯାଇଛି |

କେନ୍ଦ୍ର ସରକାର ତିନୋଟି ନୂତନ କୃଷି ଆଇନ ଆଣିଛନ୍ତି ଯେଉଁଥିରେ ସରକାରୀ ନିୟମ ବାହାରେ କ୍ରୟ, ଚୁକ୍ତିନାମା ଚାଷକୁ ଅନୁମୋଦନ କରିବା ଏବଂ ଅନେକ ଶସ୍ୟ ଏବଂ ଡାଲିର ଷ୍ଟକ୍ ସୀମା ସମାପ୍ତ କରିବା ଭଳି ଅନେକ ବ୍ୟବସ୍ଥା କରାଯାଇଛି | ଏହାକୁ ବିରୋଧ କରି ଜୁନ୍ ମାସରୁ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି ଏବଂ ଏହି ନିୟମ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି | ଚାଷୀଙ୍କ ଅନୁସାରେ ଏହି ନିୟମଗୁଡ଼ିକ ମଣ୍ଡି ପ୍ରଣାଳୀ ଏବଂ ସମଗ୍ର ଚାଷକୁ କର୍ପୋରେଟର ହାତକୁ ପଳାଇବ, ଯାହା ଚାଷୀଙ୍କ ପାଇଁ ବହୁତ କ୍ଷତି ହେବ |

Farmer-Protest-Delhi

ନୂତନ ନିୟମ ବିରୁଦ୍ଧରେ ଏହି ଆନ୍ଦୋଳନ ମୁଖ୍ୟତଃ ହରିୟାଣା ଏବଂ ପଞ୍ଜାବରେ ଜୁନ୍ ରୁ ନଭେମ୍ବର ମଧ୍ୟରେ ହୋଇଥିଲା | ନଭେମ୍ବର 26 ରେ ସରକାର ଏହି ପ୍ରଦର୍ଶନକୁ ଅଣଦେଖା କରିବା ପରେ କୃଷକମାନେ ଦିଲ୍ଲୀ ଯିବାକୁ ଘୋଷଣା କରିଥିଲେ | ଏହା ପରେ କୃଷକମାନେ ଗତ ଏକ ମାସ ଧରି ଦିଲ୍ଲୀ ଏବଂ ହରିୟାଣାକୁ ସଂଯୋଗ କରୁଥିବା ସିନ୍ଧୁ ସୀମାରେ ଆନ୍ଦୋଳନ କରିଆସୁଛନ୍ତି | ଟିକରି, ଗାଜୀପୁର ଏବଂ ଦିଲ୍ଲୀର ଅନ୍ୟ ସୀମାରେ ମଧ୍ୟ କୃଷକମାନେ ଏକତ୍ରିତ ହୋଇଛନ୍ତି | ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ ପରେ ସରକାର ଏବଂ କୃଷକ ନେତାଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟ ଆଲୋଚନା ହୋଇଛି, କିନ୍ତୁ ଏଥିରୁ କିଛି ନିଷ୍କର୍ସ ବାହାରିପାରିନାହିଁ | କୃଷକମାନେ କୃଷି ବିରୋଧରେ ଏହି ନିୟମ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି |ଅପରପକ୍ଷରେ ସରକାର କହିଛନ୍ତି ଯେ କିଛି ଲୋକ କୃଷକଙ୍କୁ ଦ୍ୱନ୍ଦ୍ୱରେ ପକାଇଛନ୍ତି, ଏହି ଆଇନଗୁଡ଼ିକ ସେମାନଙ୍କ ହିତ ପାଇଁ |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
To protest new farmer law farmers block New Delhi main road and also NH-9, NH-24.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X