'ବିଜ୍ଞାନର ବିକାଶ କ୍ଷେତ୍ରରେ କୃଷକମାନଙ୍କର ରହିଛି ମହାନ ଅବଦାନ'
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି କେନ୍ଦ୍ର ସରକାର କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ଉଚିତ୍ ପ୍ରାପ୍ୟ ଦେବା ଉଦ୍ଦେଶ୍ୟରେ ମାର୍କେଟ ଇଣ୍ଟରଭେନସନ ଯୋଜନା ଆରମ୍ଭ କରିଛନ୍ତି । ନୂଆଦିଲ୍ଲୀରେ ଏଗ୍ରି ବିଜ୍ନେସ ସମ୍ମିଳନୀ ୨୦୨୫କୁ ସମ୍ବୋଧିତ କରି ଶ୍ରୀ ଚୌହ୍ୱାନ କହିଛନ୍ତି ଯଦି କୌଣସି କ୍ଷେତ୍ରରେ ଉଦ୍ୟାନ କୃଷି ଉତ୍ପାଦର ମୂଲ୍ୟ ହ୍ରାସ ପାଏ ତେବେ ସରକାର ହ୍ରାସ ପାଉଥିବା ଆର୍ଥିକ ଭରଣା କରିବେ ଏବଂ ଏ କ୍ଷେତ୍ରରେ କୃଷକମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ପଠାଇ ଦିଆଯିବ ।

ଶ୍ରୀ ଚୌହ୍ୱାନ କହିଛନ୍ତି ବିଜ୍ଞାନର ବିକାଶ କ୍ଷେତ୍ରରେ କୃଷକମାନଙ୍କର ମହାନ ଅବଦାନ ରହିଛି । ଅନ୍ୟପକ୍ଷରେ କୃଷକମାନଙ୍କ ପାଇଁ ଉଚ୍ଚମାନର ଏବଂ ସଠିକ୍ ଇନ୍ପୁଟ ଯୋଗାଇବାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ଚୌହ୍ୱାନ ଗୁରୁତ୍ୱାରୋପ କରିଛନ୍ତି ।












Click it and Unblock the Notifications