For Quick Alerts
Turn On Notification  
For Daily Alerts
Oneindia App Download

ହରିୟାଣା-ରାଜସ୍ଥାନ ସୀମାରେ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀ ଅଭିମୁଖେ ଗଲେ କୃଷକ, ପୋଲିସ ଚଳାଇଲା ଲୁହବୁହା ଗ୍ୟାସ୍

କୃଷକ ଆନ୍ଦୋଳନ ମଧ୍ୟରେ ହରିୟାଣା-ରାଜସ୍ଥାନ ସୀମାରେ ହିଂସା ଦେଖିବାକୁ ମିଳିଛି | ଶହ ଶହ ବିକ୍ଷୋଭକାରୀ କୃଷକ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଚେଷ୍ଟା କରୁଥିଲେ, ଯାହାକୁ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା |

|

ରେୱାଡ଼ୀ / ଗୁରୁଗାଓଁ : କୃଷକ ଆନ୍ଦୋଳନ ମଧ୍ୟରେ ହରିୟାଣା-ରାଜସ୍ଥାନ ସୀମାରେ ହିଂସା ଦେଖିବାକୁ ମିଳିଛି | ଶହ ଶହ ବିକ୍ଷୋଭକାରୀ କୃଷକ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଚେଷ୍ଟା କରୁଥିଲେ, ଯାହାକୁ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା | ଦିଲ୍ଲୀ-ଜୟପୁର ରାଜପଥରେ ରାଜସ୍ଥାନ ସୀମାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ପ୍ରଦର୍ଶନକାରୀମାନେ ଧାରଣାରେ ବସିଥିଲେ | ଏହି ମଧ୍ୟରେ ତାଙ୍କର ଗୋଟିଏ ଦଳ ବ୍ୟାରିକେଡ ଭାଙ୍ଗି ଦିଲ୍ଲୀ ଆଡକୁ ବଢିବାକୁ ଚେଷ୍ଟାକରିଥିଲେ | ସେମାନଙ୍କୁ ଘଉଡାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି |

Farmer-Protest-Delhi

ପ୍ରଦର୍ଶନକାରୀଙ୍କ ସହ ପୋଲିସ ସହ ସଂଘର୍ଷ ହୋଇଥିଲା | ବହୁ କୃଷକ ନେତା ମଧ୍ୟ ବ୍ୟାରିକେଡ୍ ନଭାଙ୍ଗିବାକୁ ଘୋଷଣା କରିଥିଲେ ମଧ୍ୟ ବିକ୍ଷୋଭକାରୀଙ୍କ ଉପରେ ଏହାର କୌଣସି ପ୍ରଭାବ ପକାଇ ନଥିଲା | ସୂଚନା ଅନୁଯାୟୀ 11 ଜଣ ଟ୍ରାକ୍ଟର-ଟ୍ରଲି ନେଇ ଯାଇଥିବା ଲୋକଙ୍କୁ ରେୱାଡ଼ୀ ପୋଲିସ ପ୍ରାୟ 20 କିଲୋମିଟର ପୂର୍ବରୁ ଅଟକାଇଥିଲା | ଏହା ପରେ ସେମାନେ ସେହିଠାରେ ଧାରଣ ାଦେବା ଆରମ୍ଭ କରିଥିଲେ ଫଳରେ ରାସ୍ତାରେ ଜାମ୍ ହୋଇଯାଇଥିଲା | ପୋଲିସ୍ ସେମାନଙ୍କୁ ହଟାଇବାକୁ ଚେଷ୍ଟା କରିବା ସମୟରେ ସଂଘର୍ଷ ହୋଇଥିଲା | ଅନ୍ୟପକ୍ଷରେ ଟିକରୀ ସୀମାରେ ଥିବା କୈଥଲ ଭାଣାର ଜଣେ 62 ବର୍ଷିୟ ଚାଷୀ ରାମକୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା | ଜଣେ ବୃଦ୍ଧ କୃଷକ କହିଛନ୍ତି ଯେ, ରାମକୁମାର ବହୁତ ଚିନ୍ତିତ ଥିଲେ ଏବଂ ତାଙ୍କ ମସ୍ତିଷ୍କର ଶିରା ଫାଟିଯିବା କାରଣରୁ ତାଙ୍କ ମୃତ୍ୟୁ ହୋଇଛି |

ଆମେରିକାରୁ ଆସିଲା 10ଲକ୍ଷ ଟଙ୍କାର ଶିତବସ୍ତ୍ର

ହରିୟାଣା-ରାଜସ୍ଥାନ ସୀମାର ରେୱାଡ଼ୀରେ ଥିବା ଖେଡା ସୀମାରେ ପଞ୍ଜାବର କପୁରଥାଲାସ୍ଥିତ ମକସୁଦପୁରର ନିବାସୀ ସତନାମ ସିଂ କୃଷକଙ୍କ ମଧ୍ୟରେ ଶୀତବସ୍ତ୍ର ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା | ଏ ନେଇ ତାଙ୍କୁ ପଚାରିଯିବାରୁ ତାଙ୍କ ଝିଅ ମାନେ ଆମେରିକାରୁ 10ଲକ୍ଷ ଟଙ୍କାର ଶୀତବସ୍ତ୍ର ପଠାଇଛନ୍ତି ବୋଲି କହିଛନ୍ତି | ପ୍ରବଳ ଥଣ୍ଡା ମଧ୍ୟରେ ହଜାର ହଜାର କୃଷକ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିନ ହେଲା ପ୍ରଦର୍ଶନ କରିଆସୁଛନ୍ତି | ତେଣୁ ଏପରି ପରିସ୍ଥିତିରେ ଲୋକମାନଙ୍କୁ ଥଣ୍ଡା ପ୍ରକୋପରୁ ରକ୍ଷ୍ଷା କରିବା ପାଇଁ ଏହି ବସ୍ତ୍ର ବାଣ୍ଟୁଥିବା ନେଇ ସତନାମ କହିଛନ୍ତି |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Farmers broke barigate at Haryana-Rajasthan boarder to enter towards Delhi.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X