କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା; ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏଁ ବନ୍ଦ ପାଳନ

ଦିଲ୍ଲୀରେ କୃଷକ ଆନ୍ଦୋଳନ ଉଗ୍ରରୂପ ନେଇଥିବା ବେଳେ ଆଜି ଭାରତ ବନ୍ଦ୍ ଡାକରା ଦେଇଛନ୍ତି ବିଭିନ୍ନ କୃଷକ ସଂଗଠନ । ସଂଯୁକ୍ତ କିଷାନ ଏବଂ କିଷାନ ମଜଦୁର ମୋର୍ଚ୍ଚା ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏଁ ବନ୍ଦ ପାଳନ ହୋଇଛି ।

କୃଷକ ଓ ଶ୍ରମିକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ଦାବିରେ ବନ୍ଦ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଫସଲର ସର୍ବନିମ୍ନ ଦାମକୁ ଆଇନସିଦ୍ଧ କରିବା, ଦେଶରେ ବଢୁଥିବା ବେକାରୀ ସମସ୍ୟାର ସମାଧାନ କରିବା ଭଳି ବିଭିନ୍ନ ଦାବି ନେଇ କୃଷକ ସଂଗଠନମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହାସହ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଛି ।

Bharat Bandh 2024

ସଂଯୁକ୍ତ କିସାନ ମୋର୍ଚା (ଏସକେଏମ) ଏବଂ କିସାନ ମଜଦୂର ମୋର୍ଚ୍ଚା (କେଏମଏମ) ସମେତ ଅନ୍ୟାନ୍ୟ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦିଲ୍ଲୀ ସୀମାରେ ଏକଜୁଟ୍ ହୋଇଛନ୍ତି। ସେମାନଙ୍କର ଦାବି ହେଉଛି ସର୍ବନିମ୍ନ ସମର୍ଥନ ମୂଲ୍ୟ (MSPs) ବୃଦ୍ଧି ପାଇଁ ଏକ ନୂତନ ନିୟମ ଆଣିବା । ଏହା ବ୍ୟତୀତ କୃଷକମାନେ କୃଷି ସଂସ୍କାର ପାଇଁ ମଧ୍ୟ ଦାବି କରୁଛନ୍ତି ।

ତେବେ ଏହି ବନ୍ଦର ପ୍ରଭାବ ଆଂଶିକ ରହିବ ବୋଲି ଆଲୋଚନା ହେଉଛି । ଅନେକ ସେବା ବାଧାପ୍ରାପ୍ତ ହେବାକୁ ଥିବାବେଳେ ବ୍ୟାଙ୍କ ଖୋଲା ରହିବା ନେଇ ସୂଚନା ରହିଛି । ସଂଯୁକ୍ତ କିଷାନ ମୋର୍ଚ୍ଚାର ସୂଚନା ଅନୁସାରେ, ସକାଳୁ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ଗ୍ରାମୀଣ କ୍ଷେତ୍ରରେ ପରିବହନ, ଅଫିସ, ଦୋକାନ ବଜାର ଏବଂ ଶିଳ୍ପ କାରଖାନା ବନ୍ଦ ରହିବ । ତେବେ ଆମ୍ବୁଲାନ୍, ପରୀକ୍ଷାର୍ଥୀ, ଔଷଧ ଦୋକାନ, ବିବାହ କାର୍ଯ୍ୟକ୍ରମ ଇତ୍ୟାଦି ଏଥିରେ ପ୍ରଭାବିତ ହେବ ନାହିଁ ବୋଲି କୁହାଯାଇଛି ।

ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଗ୍ୟାରେଣ୍ଟି ଆଇନ ସମେତ ୧୨ ଦଫା ଦାବି ନେଇ ପଞ୍ଜାବ-ହରିୟାଣା ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ବ୍ୟାପକ ରୂପ ନେଇଛି । ଦିଲ୍ଲୀ ଚଲୋ ଅଭିଯାନ ସହିତ ଜଡିତ କୃଷକ ମୋର୍ଚ୍ଚା(ଏସକେଏମ) ପକ୍ଷରୁ ଆଜି ଗ୍ରାମୀଣ ଭାରତ ବନ୍ଦ ନାମରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+