For Quick Alerts
Turn On Notification  
For Daily Alerts
Oneindia App Download

କୃଷକ ଆନ୍ଦୋଳନକ ନେଇ ଯୋଗଗୁରୁ ରାମଦେବଙ୍କ ମନ୍ତବ୍ୟ : ଦେଢ ବର୍ଷ ବଦଳରେ ତିନି ବର୍ଷ ଯାଏଁ ସ୍ଥଗିତ କରାଯାଉ କୃଷି ଆଇନ

ଦେଶର ଶାନ୍ତି ପାଇଁ ସରକାର ଏହା ଆଇନକୁ ତିନି ବର୍ଷ ପର୍ଯ୍ୟନ୍ତ ଲାଗୁ ନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ହରିୟାଣାର ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ସମୟରେ ରାମଦେବ ନିଜର ବୟାନ ରଖିଥିଲେ ।

|

ନୂଆଦିଳ୍ଲୀ : କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ କୃଷକ ଆନ୍ଦୋଳନ ଜାରି ରହିଛି । ତିନି ମାସରୁ ଅଧିକ ସମୟ ଧରି ଜାତୀୟ ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକ ମାନେ ଆନ୍ଦୋଳନ କରିବା ସହ ଧାରଣାରେ ବସି ରହିଛନ୍ତି । ଏହା ମଧ୍ୟରେ ଯୋଗଗୁରୁ ରାମଦେବ ଏନେଇ ନିଜର ବୟାନ ରଖିଛନ୍ତି । ଦେଶର ଶାନ୍ତି ପାଇଁ ସରକାର ଏହା ଆଇନକୁ ତିନି ବର୍ଷ ପର୍ଯ୍ୟନ୍ତ ଲାଗୁ ନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ହରିୟାଣାର ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ସମୟରେ ରାମଦେବ ନିଜର ବୟାନ ରଖିଥିଲେ ।

Ram-Dev

ସେ କହିଛନ୍ତି କି ସରକାର ନୂତନ କୃଷି ଆଇନ୍‌କୁ ୩ ବର୍ଷ ପାଇଁ ସ୍ଥଗିତ ରଖନ୍ତୁ । କୃଷକମାନେ ସରକାରଙ୍କ ସହ ବସି କୃଷି ତଥା ଦେଶର ସ୍ୱାର୍ଥ ସଂପର୍କରେ ଆଲୋଚନା କରନ୍ତୁ । ତା'ହେଲେ ଯାଇ କିଛି ନିଷ୍କର୍ସ ବାହାରିବ ।

ସେ ଆହୁରି ବି କହିଛନ୍ତି କି 'ଉଭୟ କୃଷକ ଓ ସରକାର କେହି ବି ଏହି ସମସ୍ୟାର ସମାଧାନ ଦିଗରେ ଇଚ୍ଛୁକ ନୁହଁନ୍ତି । କିନ୍ତୁ ଏହି ଅନ୍ଦୋଳନ ଖୁବ୍‌ ଶୀଘ୍ର ଶେଷ ହେବା ଉଚିତ୍‌ । ପୂର୍ବରୁ ସରକାର ଏହି କୃଷି ନିୟମକୁ ଦେଢ଼ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ନ କରିବାକୁ କହିଛନ୍ତି । ସରକାରଙ୍କ ଏହି ସର୍ତ୍ତରେ ଯଦି କୃଷକମାନେ ରାଜି ନୁହନ୍ତି ତେବେ ସରକାର ଏହାକୁ ବର୍ଦ୍ଧିତ କରି ୩ ବର୍ଷ କରିଦିଅନ୍ତୁ । ସରକାର ଓ କୃଷକ ଏକାଠି ହୋଇ ଦେଶର ସ୍ବାର୍ଥ କଥା ଚିନ୍ତା କରନ୍ତୁ ।'

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Yoga guru Ram Dev Request to Central Govt on Suspension of Farmer Law for 3 year.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X