For Quick Alerts
Turn On Notification  
For Daily Alerts
Oneindia App Download

ଦାବିରେ ଅଟଳ ଆନ୍ଦୋଳନରତ ଚାଷୀ, 18ରେ କରିବେ ରେଳ ରୋକ

ଆସନ୍ତା 18 ତାରିଖରେ ସାରା ଦେଶରେ ରେଳ ରୋକ କରିବାକୁ କୃଷକ ସଙ୍ଗଠନ ଘୋଷଣା କରିଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ଫେବୃଆରୀ 18 ରେ ସାରା ଦେଶରେ 4 ଘଣ୍ଟା ପାଇଁ ରେଳରୋକ କରିବ ବୋଲି ଘୋଷଣା କରିଛି ।

|

ନୂଆଦିଲ୍ଲୀ : ତୀବ୍ର ହେବାରେ ଲାଗିଛି କେନ୍ଦ୍ର ସରକାରଙ୍କ ପାରିତ କୃଷି ଆଇନ ବିରୋଧରେ ଆନ୍ଦୋଳନ । ବହୁବାର କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ସତ୍ତ୍ୱେ କୌଣସି ନିସ୍କର୍ଷ ବାହାରି ପାରିନଥିବା ବେଳେ କୃଷକ ମାନେ ନିଜର ଦାବିରେ ଅଟଳ ରହିଛନ୍ତି । ଏଥି ମଧ୍ୟରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକଙ୍କୁ ଆନ୍ଦୋଳନ ଶେଷ କରିବାକୁ କହିଥିଲେ । କିନ୍ତୁ କୃଷକମାନେ ନିଜର ଆନ୍ଦୋଳନ ଆହୁରି ତୀବ୍ର କରିବାକୁ ଘୋଷଣା କରିଛନ୍ତି । ଆସନ୍ତା 18 ତାରିଖରେ ସାରା ଦେଶରେ ରେଳ ରୋକ କରିବାକୁ କୃଷକ ସଙ୍ଗଠନ ଘୋଷଣା କରିଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ଫେବୃଆରୀ 18 ରେ ସାରା ଦେଶରେ 4 ଘଣ୍ଟା ପାଇଁ ରେଳରୋକ କରିବ ବୋଲି ଘୋଷଣା କରିଛି ।

Farmer- Protest

କୃଷକ ନେତା ଦର୍ଶନ ପାଲଙ୍କ ଅନୁସାରେ, ବୁଧବାର ଅନୁଷ୍ଠିତ ବୈଠକରେ ରେଳ ରୋକ ବାବଦରେ ନିଷ୍ପତ୍ତି ନିଆଯାଇଛି । ଫେବୃଆରୀ 12 ତାରିଖରେ ରାଜସ୍ଥାନର ସମସ୍ତ ଟୋଲ୍ ପ୍ଲାଜାରେ ଆନ୍ଦୋଳନ ହେବ । ଟୋଲ ପ୍ଲାଜାକୁ ଟୋଲ୍ ମୁକ୍ତ କରାଯିବ । ଏହାପରେ ଫେବୃଆରୀ 14 ତାରିଖରେ ପୁଲଓ୍ୱାମାରେ ସହିଦ ଯବାନଙ୍କ ସ୍ମରଣରେ ସାରା ଦେଶରେ କ୍ୟାଣ୍ଡେଲ ଶୋଭାଯାତ୍ରା ହେବ । ଏହା ବ୍ୟତୀତ 18 ତାରିଖରେ ସାରା ଦେଶରେ ରେଳରୋକ୍ କରାଯିବ । ଦିନ 12 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ସାରା ଦେଶରେ ରେଳ ରୋକ କରାଯିବ ।

ସୂଚନାଯୋଗ୍ୟ, ବୁଧବାର ପ୍ରଧାନମନ୍ତ୍ରୀ ସଂସଦରେ ଆନ୍ଦୋଳନ ଶେଷ କରିବାକୁ କୃଷକମାନଙ୍କୁ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ, ଭାରତ ଭଳି ଏକ ବଡ ଦେଶରେ କୌଣସି ନିଷ୍ପତ୍ତି ନିଆଗଲେ ତାକୁ ସମସ୍ତେ ସ୍ୱୀକାର କରିବେ ବୋଲି କୌଣସି ମାନେ ନାହିଁ ।

କୃଷକ ଆନ୍ଦୋଳନକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ସେ ଆନ୍ଦୋଳନକୁ ପବିତ୍ର ମାନିଥାନ୍ତି । କିନ୍ତୁ ଏବେ ଆନ୍ଦୋଳନକାରୀ ଏହାର ପବିତ୍ରତା ନଷ୍ଟ କରୁଛନ୍ତି । ଦେଶକୁ ସେମାନେ ଭ୍ରମରେ ପକାଉଛନ୍ତି । ଦେଶ ଏପରି ଆନ୍ଦୋଳନକାରୀଙ୍କୁ ଚିହ୍ନିବା ଆବଶ୍ୟକ ବୋଲି ମୋଦୀ କହିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Farmer Protest : Train Strike by Farmer on 18th February.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X