କୃଷକଙ୍କ ଦିଲ୍ଲୀ ଚଲୋ ଡାକରା: ହରିଆଣାରେ ବନ୍ଦ ହେଲା ଇଣ୍ଟନନେଟ୍ ସେବା
Farmers' Protest: କୃଷକ ଏବଂ ପୋଲିସ ମଧ୍ୟରେ ଚାଲିଥିବା ଆନ୍ଦୋଳନ ଯୋଗୁଁ ହରିୟାଣା ସରକାର ଅମ୍ବାଲା, କୁରୁକ୍ଷେତ୍ର, କେଥଲ, ଜିନ୍ଦ, ହିସାର, ଫତେହାବାଦ ଏବଂ ସିରସା ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ଏବଂ ଡଙ୍ଗଲ୍ ସେବା ବନ୍ଦ କରାଯାଇଛି । କେବଳ ଭଏସ୍ କଲ୍ ହିଁ ହୋଇପାରିବ । 15 ଫେବୃଆରୀ ପର୍ଯ୍ୟନ୍ତ ଇଣ୍ଟନେଟା ସେବା ବନ୍ଦ ରଖାଯିବା ନେଇ ସୂଚନା ରହିଛି ।
ଏନେଇ ହରିୟାଣା ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁଜବ ପ୍ରଚାରକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ରାଜ୍ୟ ସରକାର କହିଛନ୍ତି। ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ଯେ ବୁଧବାର ସକାଳେ ଅମ୍ବାଲା ନିକଟ ଶମ୍ଭୁ ସୀମାରେ ସୁରକ୍ଷା କର୍ମୀମାନେ ଲୁହବୁହା ଗ୍ୟାସର ପ୍ରୟୋଗ କରିଥିଲେ ଯେଉଁଥିରେ ଅନେକ ଚାଷି ଆହତ ହୋଇଛନ୍ତି ।
Farmers' protest | Mobile internet services, bulk SMS and all dongle services etc provided on mobile networks, except the voice calls in the jurisdiction of districts Ambala, Kurukshetra, Kaithal, Jind, Hisar, Fatehabad and Sirsa of Haryana State to remain suspended till 15th… pic.twitter.com/rfzBISwzJj
— ANI (@ANI) February 14, 2024
କୃଷକମାନେ ବିଭିନ୍ନ ଦାବି କରି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ସେହିପରି ହରିୟାଣା ସୀମାରେ ଏକାଧିକ ସ୍ତରର ବ୍ୟାରିକେଡ୍ ଭାଙ୍ଗି ପସିବା ପାଇଁ ଉଦ୍ୟମ କରିବାକୁ ଯୋଜନା କରିଛନ୍ତି। ବିକ୍ଷୋଭକାରୀମାନେ ଦାବି କରିଛନ୍ତି ଯେ ବୁଧବାର ସକାଳ ପ୍ରାୟ 8 ଟା ବେଳେ ହରିୟାଣା ସୁରକ୍ଷା କର୍ମୀମାନେ କିଛି ଲୁହବୁହା ଗ୍ୟାସର ପ୍ରୟୋଗ କରିଛନ୍ତି ।

ମଙ୍ଗଳବାର ଦିନ କୃଷକମାନେ ହରିୟାଣା ପୋଲିସ ସହ ରାଜ୍ୟ ମଧ୍ୟରେ ଦୁଇଟି ସୀମାରେ ମୁହାଁମୁହିଁ ହୋଇଥିଲେ। ମଙ୍ଗଳବାର ଦିନ ପୋଲିସ ସହ ଘଣ୍ଟା ଘଣ୍ଟା ଧରି ସଂଘର୍ଷ ପରେ କୃଷକ ନେତାମାନେ ଏହି ବିକ୍ଷୋଭକୁ ବନ୍ଦ ଡାକରା ଦେଇଥିଲେ। ବୁଧବାର ଦିନ ସେମାନେ ଶମ୍ଭୁରୁ ପଦଯାତ୍ରା ଆରମ୍ଭ କରିବେ ବୋଲି କହିଛନ୍ତି। ସାମୁକଟ କିସାନ ମୋର୍ଚ୍ଚା ଏବଂ କିସାନ ମଜଦୋର ମୋର୍ଚ୍ଚା ଦିଲ୍ଲୀ ଚାଲୋ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି ଯେଉଁଥିରେ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ଏବଂ ଋଣ ଛାଡ କରିବା ପାଇଁ ଦାବି ରଖିଛନ୍ତି ।












Click it and Unblock the Notifications