Get Updates
Get notified of breaking news, exclusive insights, and must-see stories!

Farmer Protest: ଶମ୍ଭୁ ବର୍ଡରେ ଚାଲିଗଲା ଆଉ ଏକ ଜୀବନ, ଜଣେ ପୋଲିସ୍‌ ଅଧିକାରୀ ବୁଜିଲେ ଆଖି

Farmer Protest: ହରିଆଣା ଶମ୍ଭୁ ବର୍ଡରରେ ଚାଷୀ ଆନ୍ଦୋଳନ ଜାରି ରହିଛି । ଅନେକ ଦାବି ନେଇ ଏସକେଏମ୍ ସମେତ ବିଭିନ୍ନ କୃଷକ ସଂଗଠନ 'ଦିଲ୍ଲୀ ଚଲୋ'ଡାକରା ଦେଇ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହି ଆନ୍ଦୋଳନ ସମୟରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଗତକାଲି ପଞ୍ଜାବର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ପରେ ଶମ୍ଭୁ ସୀମାରେ ନିୟୋଜିତ ଜଣେ ପୋଲିସ ଅଧିକାରୀଙ୍କର ମଧ୍ୟ ଦେହାନ୍ତ ହୋଇଛି । ତେବେ ଅସୁସ୍ଥତା ହେତୁ ତାଙ୍କ ମୃତ୍ୟୁ ହୋଇଥିବା ବୋଲି ସୂଚନା ରହିଛି ହେଲେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ ।

Farmer Protest

ପଞ୍ଜାବ-ହରିୟାଣା ଠାରୁ ଦିଲ୍ଲୀ ଯାଉଥିବା କୃଷକ ଗୋଷ୍ଠୀକୁ ବର୍ତ୍ତମାନ ଶମ୍ଭୁ ସୀମାରେ ପୋଲିସ ଏବଂ ସାମରିକ ବାହିନୀ ଅଟକାଇଛନ୍ତି। ଏହି ସମୟରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଶମ୍ଭୁ ସୀମାରେ ପୋଷ୍ଟ ହୋଇଥିବା ହରିୟାଣା ପୋଲିସର ଜଣେ ସବ୍-ଇନ୍ସପେକ୍ଟରଙ୍କ ମୃତ୍ୟୁ ଘଟିଛି।


ହିରାଲାଲଙ୍କ ପରିବାର ସଦସ୍ୟ କହିଛନ୍ତି ଯେ, ତିନି-ଚାରି ଦିନ ପୂର୍ବରୁ ସାମଲଖା ପୋଷ୍ଟରୁ ହିରାଲଙ୍କୁ ଅମ୍ବାଲା ପଠାଯାଇଥିଲା। ଯେଉଁଠାରୁ ତାଙ୍କୁ ଶମ୍ଭୁ ସୀମାରେ ନିୟୋଜିତ କରାଯାଇଥିଲା । ତେବେ ପୂର୍ବରୁ ହୀରାଲାଲଙ୍କ ପତ୍ନୀଙ୍କର ଦେହାନ୍ତ ହୋଇ ସାରିଛି । ଘରେ କେବଳ ତାଙ୍କର ଦୁଇ ଛୁଆ ଅଛନ୍ତି ।

ଗତକାଲି ଚାଷୀ ଆନ୍ଦୋଳନ ସମୟରେ ଜଣେ ଆନ୍ଦୋଳନରତ କୃଷକଙ୍କ ମୃତ୍ୟୁ ହୋଇଥିଲା । ୬୩ ବର୍ଷିୟ କୃଷକ ଜଣଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ଘଟିଥିବା ନେଇ ସୂଚନା ରହିଛି । ମୃତକ ବ୍ୟକ୍ତି ଜଣକ ହେଲେ ପଞ୍ଜାବ ହରିଦାସପୁର ଜିଲ୍ଲାର ଜିଆନ ସିଂହ । ଶୁମ୍ଭୁ ବର୍ଡରରେ ଚାଲିଥିବା କୃଷକ ଆନ୍ଦୋଳନରେ ସେ ସାମିଲ ହୋଇଥିଲେ ।

ସୂଚନା ଅନୁସାରେ, ପଞ୍ଜାବ ହରିଦାସପୁର ଜିଲ୍ଲାର ଜିଆନ ସିଂହ ନାମ ଜଣେ କୃଷକ କୃଷକ ଆନ୍ଦୋଳନରେ ଯୋଗ ଦେବା ପାଇଁ ପଞ୍ଜାବରୁ ଆସିଥିଲେ । ଶମ୍ଭୁ ବର୍ଡରରେ ଆନ୍ଦୋଳନ ଚାଲୁଥିବା ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ମେଡିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+