For Quick Alerts
Turn On Notification  
For Daily Alerts
Oneindia App Download

Farmer Protest : ଚାରି ଏକର ଗହମ ଜମିରେ ଟ୍ରାକ୍ଟର ଚଲାଇଦେଲେ କୃଷକ

ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ରାଜ୍ୟ ଉପାଧ୍ୟକ୍ଷ କୁନୱର ନରେନ୍ଦ୍ର ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗ୍ରାମବାସୀଙ୍କ ସହମତିରେ ଆମେ ଚାରି ଏକର ଗହମ ଫସଲକୁ ନଷ୍ଟ କରିଛୁ ।

|

ମଥୁରା : କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କ ତିନୋଟି ନୂତନ କୃଷି ନିୟମକୁ ବିରୋଧ କରି ଦୀର୍ଘ ଦିନ ଧରି ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହ ସମୟରେ ଚାଷୀ ନିଜ ଚାଷ ଜମିରେ ଫସଲ ନଷ୍ଟ କରିଦେଇଛନ୍ତି । ଏପରି ଏକ ଘଟଣା ଉତ୍ତରପ୍ରଦେଶର ମଥୁରା ସହରରେ ହୋଇଥିବା ଦେଖିବାକୁ ମିଳିଛି । ଜଣେ କୃଷକ ନିଜର ଚାରି ଏକର ଫସଲକୁ ନଷ୍ଟ କରିଦେଇଛନ୍ତି ।

Farmer- Protest

ଏହି ଘଟଣାଟି ହେଉଛି ମଥୁରା ଜିଲ୍ଲାର ଉମରାଓ୍ୱା ଗାଁର । ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ରାଜ୍ୟ ଉପାଧ୍ୟକ୍ଷ କୁନୱର ନରେନ୍ଦ୍ର ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗ୍ରାମବାସୀଙ୍କ ସହମତିରେ ଆମେ ଚାରି ଏକର ଗହମ ଫସଲକୁ ନଷ୍ଟ କରିଛୁ । ଏହି ସମୟ ମଧ୍ୟରେ ସେ ଦାବି କରିଛନ୍ତି ଯେ କୃଷକଙ୍କ ଏହି ପଦକ୍ଷେପ ଦେଶରେ ଖାଦ୍ୟ ଶସ୍ୟର ଅଭାବ ଦେଖାଦେବ ଏବଂ ସରକାର ଆମଦାନୀ କରିବାକୁ ବାଧ୍ୟ ହେବେ ।

ସେ ଆହୁରି ମଧ୍ୟ କହିଛନ୍ତି, ଚାଷୀଙ୍କୁ ଏଭଳି ପଦକ୍ଷେପରୁ ରୋକିବା ପାଇଁ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ ସରକାର ବିଳମ୍ବ ନକରି ସମସ୍ତ ତିନୋଟି କୃଷି ଆଇନକୁ ରଦ୍ଦ କରିବା ଉଚିତ । ତେଣୁ ଏଥି ସହ ଜଣେ କୃଷକ କହିଛନ୍ତି, ଯଦି ସରକାର ଚାଷୀଙ୍କ କଥା ନ ଶୁଣନ୍ତି ତେବେ କୃଷକମାନେ ମଧ୍ୟ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ । ଅନ୍ୟପକ୍ଷରେ ଏପରି ଘଟଣା ତାଙ୍କ ନଜରକୁ ଆସିନଥିବା କହିଛନ୍ତି ସବଡିଭିଜନ ମାଜିଷ୍ଟ୍ରେଟ ହନୁମାନ ମୌର୍ଯ୍ୟ ।

ଉପ-ବିଭାଗୀୟ ମାଜିଷ୍ଟ୍ରେଟ ହନୁମାନ ମୌର୍ଯ୍ୟ କହିଛନ୍ତି, ଯେ ଆମେ ଚାଷୀଙ୍କୁ ଏପରି ଆଭିମୁଖ୍ୟ ଗ୍ରହଣ ନକରିବାକୁ ପରାମର୍ଶ ଦେଉଛୁ । ମଥୁରା ପୂର୍ବରୁ ଅନେକ ସ୍ଥାନରେ କୃଷକମାନେ ସେମାନଙ୍କର ଫସଲ ନଷ୍ଟ କରିଦେଇଛନ୍ତି ।

ବାସ୍ତବରେ, କୃଷକମାନେ ଦାବି କରିଛନ୍ତି ଯେ କେନ୍ଦ୍ର ସରକାର ତିନୋଟି କୃଷି ଆଇନ ପ୍ରତ୍ୟାହାର କରନ୍ତୁ ଏବଂ ଏମଏସପି ଉପରେ ଆଇନ ପ୍ରଣୟନ କରନ୍ତୁ । ଏନେଇ ଦୀର୍ଘ ଦିନ ହେବ ଦିଲ୍ଲୀର ବିଭିନ୍ନ ସୀମା ସମେତ ଅନେକ ସ୍ଥାନରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Farmer Protest : Farmer Destroys 4 Acres Wheat Crops Field.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X