Get Updates
Get notified of breaking news, exclusive insights, and must-see stories!

ତୀବ୍ର ହେଉଛି କୃଷକ ଆନ୍ଦୋଳନ: ଦିଲ୍ଲୀର ୫ ସୀମା ସିଲ୍

Farmer Protest: ତୀବ୍ର ହେଉଛି କୃଷକ ଆନ୍ଦୋଳନ । ରାଜଧାନୀ ରାଜରାସ୍ତାରେ ଲାଗିଛି କୃଷଙ୍କ ଭିଡ଼ । ସେପଟେ ଆନ୍ଦୋଳନ ପାଇଁ ଦିଲ୍ଲୀରେ ଟ୍ରାଫିକ୍ ଜାମ ହେବା ଫଳରେ ରାସ୍ତାରେ ଫସି ରହିଛନ୍ତି ଲୋକେ । କୃଷକ ଆନ୍ଦୋଳନ ପାଇଁ ଦିଲ୍ଲୀର ୫ଟି ସୀମା ସିଲ୍ କରାଯାଇଛି । ସେହିପରି ୧୫ଟି ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି ।

farmer protest

କୃଷକ ଆନ୍ଦୋଳନ ପାଇଁ ଦିଲ୍ଲୀର ୫ଟି ସୀମା ସିଲ୍ କରାଯାଇଛି । ଯେଉଁଥିପାଇଁ ସାଧାରଣ ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡୁଛି । ରାସ୍ତା ଉପରେ ହଜାର ହଜାର ଗାଡ଼ି ଜମି ରହିଛି । ପଞ୍ଜାବରେ ୧୪୪ ଧାରା ଲାଗୁ କରାଯିବା ସତ୍ତ୍ୱେ ମଙ୍ଗଳବାର ହଜାର ହଜାର ଆନ୍ଦୋଳନକାରୀ ଟ୍ରାକ୍ଟର-ଟ୍ରଲି ଓ ବନ୍ଧୁକ ଧରି ଶମ୍ଭୁ ସୀମା ଓ ଦାତା ସିଂହ ସୀମାରେ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲୁହ ବୁହା ଗ୍ୟାସର ପ୍ରୟୋଗ କରିଥିଲା ।

ଚାଷୀ ଆନ୍ଦୋଳନକୁ ଦୃଷ୍ଚିରେ ରଖି ହରିଆଣାର ଦୁଇ ଦିନ ପାଇଁ ଇଣ୍ଟନେଟ୍ ସେବା ବନ୍ଦ ରଖାଯିବାର ନିଷ୍ପତ୍ତି ନିଆଯାଇଛି । ଅମ୍ବାଲା, କୁରୁକ୍ଷେତ୍ର, କୈଥାଲ, ଜିନ୍ଦ, ହିସାର, ଫତେହାବାଦ, ସିରସା ଏବଂ ଡାବବାଲୀରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯିବା ନେଇ ସୂଚନା ଜାରି କରିଛନ୍ତି ରାଜ୍ୟ ସରକାର । ଏହାସହ ରାଜସ୍ଥାନର ତିନିଟି ଜିଲ୍ଲା ଶ୍ରୀଗଙ୍ଗାନଗର, ଅନୁପଗଡ଼ ଓ ହନୁମାନଗଡ଼ରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରାଯାଇଛି ।

ଅନ୍ୟପକ୍ଷରେ 16 ଫେବୃଆରୀରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାରି ମଧ୍ୟରେ 37ଟି କୃଷକ ସଂଗଠନ ଆଜି ଜଲନ୍ଧରରେ ବୈଠକ କରିବା ନେଇ ସୂଚନା ରହିଛି । କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କୃଷକ ନେତା ସୌରଭ ସିଂ ପାଣ୍ଡେରଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ପରେ ସେ କହିଛନ୍ତି ଯେ, କୃଷକଙ୍କ ଦାବିକୁ କିଛି କଥାରେ ସହମତି ପ୍ରକାଶ ପାଇଛି। ଆମେ କିଛି ବିଷୟ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ । ଆମେ କୃଷକମାନଙ୍କୁ ନିବେଦନ କରୁଛୁ ଯେ କେହି ଭ୍ରମିତ ନ ହୁଅନ୍ତୁ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+