Aanvi Kamdar Death: ରିଲ୍ସ କରି ଗଲା ଜୀବନ, ୩୦୦ ଫୁଟ୍ ଘାଇରେ ପଡ଼ି ଟ୍ରାଭେଲ ଇନଫ୍ଲୁଏନ୍ସରଙ୍କର ମୃତ୍ୟୁ
Aanvi Kamdar Death: ରିଲ୍ସ ପାଇଁ ଗଲା ଜୀବନ । ଜଣେ ପ୍ରସିଦ୍ଧ ପ୍ରଭାବଶାଳୀ ଇନଫ୍ଲୁଏନ୍ସରଙ୍କର 300 ଫୁଟ୍ ଗଭୀର ଜଳପ୍ରପାତରେ ପଡ଼ି ହେଲା ମୃତ୍ୟୁ । ସୁଟିଂ କରିବା ସମୟରେ ଏକ ଗଭୀର ଜଳପ୍ରପାତରେ ପଡିଯାଇଥିଲେ 27 ବର୍ଷୀୟ ଯୁବତୀ । ଏହି ଦୁର୍ଘଟଣା ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲା କୁମ୍ଭେ ଜଳପ୍ରପାତ ନିକଟରେ ଘଟିଛି । ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳାଯାଇଛି ।
ସୂଚନା ଅନୁସାରେ, ଇନଷ୍ଟାଗ୍ରାମ ଟ୍ରେଭେଲ ଇନଫ୍ଲୁଏନ୍ସର ଆନଭି କାମଦାର ଜୁଲାଇ 16 ତାରିଖରେ ନିଜ ସାଙ୍ଗମାନଙ୍କ ସହ କୁମ୍ଭେ ଜଳପ୍ରପାତ ବୁଲିବା ପାଇଁ ଯାଇଥିଲେ । ଆଜି ପ୍ରାୟ ସକାଳ 10 ଟା 30ରେ ସେ ଭିଡିଓ ସୁଟ୍ କରିବା ବେଳେ ଜଳପ୍ରପାତ ନିକଟକୁ ଯାଇଥିବା ନେଇ ସୂଚନା ରହିଛି ।

ସେ ଇନଷ୍ଟାଗ୍ରାମ ପାଇଁ ଏକ ରିଲ୍ ତିଆରି କରୁଥିବା ବେଳେ ହଠାତ୍ 300 ଫୁଟ୍ ଖାଇରେ ପଡ଼ି ଯାଇଥିଲେ । ଏହା ଦେଖିବା ପରେ ତାଙ୍କ ସାଙ୍ଗମାନେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କୁ ଜଣାଇଲେ । ସେହିପରି ଖବର ପାଇଁ କର୍ତ୍ତୃପକ୍ଷ ତୁରନ୍ତ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଦୀର୍ଘ ୬ ଘଣ୍ଟା ପରେ ଆନଭିଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ହେଲେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।












Click it and Unblock the Notifications