Get Updates
Get notified of breaking news, exclusive insights, and must-see stories!

ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ତ

Falaknuma Express catches fire:ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ନିଆଁ । ହାୱଡ଼ାରୁ ସିକନ୍ଦରାବାଦ ଆସୁଥିବା ସମୟରେ ଟ୍ରେନରେ ଲାଗିଥିଲା ନିଆଁ । ପାଗିଡିପାଲି-ବୋମାଇପାଲି ମଧ୍ୟରେ ଫାଲକନୁମା ଏକ୍ସପ୍ରେସ ନିଆଁ ଲାଗିଥିବା ନେଇ ସୂଚନା । ନିଆଁ ଲାଗିବା ପରେ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡିଥିଲେ । ସର୍ଟ ସର୍କିଟ ଯୋଗୁଁ ଟ୍ରେନରେ ନିଆଁ ଲାଗିଥିବା ନେଇ ସୂଚନା ରହିଛି ।

falaknuma express

ସୂଚନା ଅନୁସାରେ, ବୁଦ ବୁଦକିଆ ଜଙ୍ଗଲ ଅଞ୍ଚଳରେ ଯିବା ବେଳେ ହାୱଡା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗିବା ପରେ ଟ୍ରେନଟି ଅଟକି ଯାଇଥିଲା ଏବଂ ଯାତ୍ରୀ ଓହ୍ଲାଇ ପଡିଥିଲେ । ଜଙ୍ଗଲ ମଧ୍ୟରେ ନିଆଁ ଲାଗିଥିବା କାରଣରୁ ଯାତ୍ରୀମାନେ ପ୍ରାୟ ୨ ରୁ ୩ କିମି ଚାଲି ଚାଲି ଯିବା ପରେ ମୁଖ୍ୟ ରାସ୍ତାରେ ପହଞ୍ଚିଥିଲେ । ଯାହା ପରେ ସମସ୍ତ ଯାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ବସ୍ ଯୋଗାଇ ଦିଆଯାଇଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ,ଟ୍ରେନର ୩ଟି ବଗିରେ ନିଆଁ ଲାଗିଥିବା ବେଳେ ବର୍ତ୍ତମାନ ନିଆଁ ଲିଭାଇବା ପାଇଁ ଉଦ୍ୟମ ଚାଲିଛି । ହାୱଡା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସର ଏସ ୪, ଏସ୍ ୫ ଏବଂ ୬ ନମ୍ବର ବଗିରେ ନିଆଁ ଲାଗିଥିବା ନେଇ ସୂଚନା ରହିଛି ।ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଅଗ୍ନିକାଣ୍ତରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ହୋଇନାହିଁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ସୁଚନା ରହିଛି । ଘଟଣାସ୍ଥଳରେ ଦକ୍ଷିଣ କେନ୍ଦ୍ର ରେଲୱେ ଜିଏମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+