ସାବଧାନ: ଆମୂଲ ଅଫର ନାମରେ ହ୍ୱାଟସଆପରେ ଆସୁଛି ମିଛ ମେସେଜ

ନୂଆଦିଲ୍ଲୀ: ଅମୂଲର ୭୫ ବର୍ଷ ପୂର୍ତ୍ତି ପାଇଁ ଅଫର ମିଳୁଛି ବୋଲି ଆପଣଙ୍କ ପାଖକୁ ଆସିଛି କି ମେସେଜ ? ସାବଧାନ ! ଏହି ମେସେଜ ଫେକ ଅଟେ। ଏହିଭଳି ମେସେଜ ଯଦି ଆପଣଙ୍କ ହ୍ୱାଟସଆପକୁ ଏହିଭଳି ବାର୍ତ୍ତା ଆସିଛି ତେବେ ଏହାର ଲିଙ୍କକୁ କ୍ଲିକ କରନ୍ତୁ ନହିଁ।

amul

ଡିଜିଟାଲ ଟ୍ରାଞ୍ଜାକ୍ସନ ଯେପରି ବଢ଼ିବଢ଼ି ଚାଲିଛି ସାଇବର କ୍ରାଇମ ଓ ଫ୍ରଡ ମଧ୍ୟ ସେହିପରି ବଢୁଛି। ଆର୍ଥିକ ଠକେଇ ଲାଗି ହ୍ୟାକର୍ସ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । ବିଭିନ୍ନ ଉପାୟରେ ଲୋକଙ୍କ ସୂଚନା ଜୁଟାଇ ଆକାଉଣ୍ଟ ଝାଡୁ ମାରୁଛନ୍ତି। ଲୋକେ କିଛି ବୁଝିବା ଆଗରୁ ଲୁଟର ଶିକାର ହେଉଛନ୍ତି। ଏଥିଲାଗି ହ୍ୟାକର୍ସ ଯେଉଁ ସବୁ ଉପାୟ ଅବଲମ୍ବନ କରୁଛନ୍ତି ସେଥିରୁ ହ୍ୱାଟସ୍‌ ଆପ ମ୍ୟାସେଜ୍‌ରେ ଲିଙ୍କ ପଠାଇ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ ଅନ୍ୟତମ। ଏବେ ହ୍ୟାକର୍ସ ଏବେ ଅମୂଲ ନାମରେ ଲୋକଙ୍କୁ ଲୁଟିବା ଲାଗି ନୂଆ ଚାଲ ଚଳାଇଥିବା ଜଣାପଡିଛି।

ଏଥିରେ ହ୍ୟାକର ଅମୂଲଙ୍କ ପକ୍ଷରୁ ମାସିକ ୬ ହଜାର ଟଙ୍କା ଆୟର ଲୋଭନୀୟ ଅଫର ଦେଉଛନ୍ତି। ଯଦି ଆପଣଙ୍କୁ ଏମିତି ମ୍ୟାସେଜ୍‌ ମିଳିଛି ତେବେ ଏଥିପ୍ରତି ସାବଧାନ ହୋଇଯାଆନ୍ତୁ। ଅମୂଲ ନାମରେ ପଠା ଯାଉଥିବା ଏହି ଲିଙ୍କରେ କ୍ଲିକ୍‌ କଲେ ଆପଣଙ୍କ କମ୍ପ୍ୟୁଟରରେ ଏକ ନୂଆ ବ୍ରାଉଜର ଖୋଲି ଯାଉଛି। ଏହି ପେଜ୍‌ ଶୀର୍ଷରେ ଅମୂଲର ଲୋଗୋ ରହିଥିବା ବେଳେ ଅମୂଲର ୭୫ତମ ସ୍ଥାପନା ବାର୍ଷକ ଅବସରରେ ଆପଣଙ୍କ ଲାଗି ସରପ୍ରାଇଜ ଅଫର ଦେଖିବାକୁ ମିଳୁଛି। କିଛି ପ୍ରଶ୍ନ ଓ ପରେ ବାକ୍ସରେ କ୍ଲିକ୍‌ କରି ଉପହାର ଜିତିବାର ସୁଯୋଗ ଆଦି ଦେଖା ଯାଉଛି। ଏହା ପରେ ଆପଣ ମ୍ୟାସେଜ୍‌ ୫ଟି ହ୍ୱାଟସଆପ ଗ୍ରୁପ ଅଥବା ୨୦ ଜଣଙ୍କ ହ୍ୱାଟସ୍‌ ଆପରେ ସେୟାର କରିବାକୁ କୁହାଯାଉଛି।

ତେବେ ନିଜେ ଅମୂଲ ଏପରି କିଛି କ୍ୟାମ୍ପେନ ଚଳାଇ ନଥିବା ତାଙ୍କ ଟ୍ୱିଟ୍‌ରେ ସୂଚିତ କରିଛନ୍ତି। ଲୋକଙ୍କୁ ଠକେଇ ଉଦ୍ଦେଶ୍ୟରେ କେହି ଏପରି ଚାଲ ଚଳାଇଥାଇପାରେ ବୋଲି କୁହାଯାଇଥିବା ବେଳେ ଏଥିପ୍ରତି ସତର୍କ କରାଯାଇଛି। ଏହା ଏକ ସ୍ପାମ ଲିଙ୍କ ଏଥିରେ କ୍ଲିକ୍‌ ନ କରିବା ଲାଗି ଅମୂଲ ସତର୍କ କରାଇଛନ୍ତି। ହୁଏତ ହ୍ୟାକର୍ସ ଏପରି ସ୍ପାମ ମାଧ୍ୟମରେ ୟୁଜରଙ୍କ ଫୋନରୁ ବ୍ୟାଙ୍କ ଆକାଉଣ୍ଟ ବାବଦ ତଥ୍ୟ ଚୋରି କରି ଠକେଇ କରିପାରନ୍ତି ବୋଲି ସତର୍କ କରାଇଛନ୍ତି।

ଏ ସମ୍ପର୍କରେ ଅମୂଲ ଜାଣିବା ପରେ ଲିଙ୍କର ଯାଞ୍ଚ କରାଇଛନ୍ତି। ହୁଏତ ହ୍ୟାକର୍ସ ଏହି ଲିଙ୍କ ମାଧ୍ୟମରେ ଲୋକଙ୍କ ଫୋନ ଅଥବା କମ୍ପ୍ୟୁଟରରେ ମାଲୱେର ଅପଲୋଡ କରିପାରନ୍ତି ବୋଲି ଏବେ ଆଶଙ୍କା କରାଯାଉଛି। ଯଦି କାହା ହ୍ୱାଟସ୍‌ ଏପ୍‌ରେ ଏପରି କୌଣସି ମ୍ୟାସେଜ୍ ଆସିଥାଏ ତେବେ ତୁରନ୍ତ ଏହାକୁ ରିପୋର୍ଟ କରନ୍ତୁ ଅଥବା ବ୍ଲକ୍‌ କରନ୍ତୁ ବୋଲି କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+