ଫେକ୍ ଡକ୍ୟୁମେଣ୍ଟ୍ ଅଭିଯୋଗ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ନୋଟିସ୍

ସୋନିଆ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କୁ ନୋଟିସ୍ ଜାରି କରାଯାଇଛି । ରାଉସ ଆଭେନ୍ୟୁ କୋର୍ଟ ନାଗରିକତା ସମ୍ବନ୍ଧରେ ତାଙ୍କୁ ନୋଟିସ ପଠାଇଛନ୍ତି । ଭାରତୀୟ ନାଗରିକ ହେବା ପୂର୍ବରୁ୧୯୮୦ମସିହାରେ ସେ କିପରି ଭୋଟର ଲିଷ୍ଟରେ ସାମିଲ ହେଲେ ସେନେଇ କୋର୍ଟ ପଚାରିଛନ୍ତି ।

Sonia Gandhi

ରିପୋର୍ଟ ଅନୁସାରେ, ବିକାଶ ତ୍ରିପାଠୀ ନାମକ ଜଣେ ଆବେଦନକାରୀ ସୋନିଆଙ୍କ ଭୋଟର ତାଲିକାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ ଅଭିଯୋଗ କରିଥିଲେ ଯେ, ସୋନିଆଙ୍କ ନାଁ୧୯୮୦ମସିହାରେ ଦିଲ୍ଲୀ ବିଧାନସଭା ନିର୍ବାଚନ କ୍ଷେତ୍ରରେ ସାମିଲ ହୋଇଥିଲା । କିନ୍ତୁ ସେ୧୯୮୩ରେ ଭାରତର ନାଗରିକ ହୋଇଥିଲେ । ଭୋଟର ତାଲିକାର ଅନିୟମିତତା ଏବଂ ଫେକ୍ ଡକ୍ୟୁମେଣ୍ଟ୍ ନେଇ ବିକାଶ ପ୍ରଥମେ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ଯାହାକୁ କୋର୍ଟ ଖାରଜ କରିଥିଲେ ।

ପ୍ରଥମେ କୋର୍ଟ କହିଥିଲେ ଯେ, ଭୋଟର ତାଲିକା ଯାଂଚ୍ କରିବା କୋର୍ଟଙ୍କ ଅଧିକାର ବାହାରେ ରହିଛି । ଏହା ନିର୍ବାଚନ କମିଶନଙ୍କ କାମ । ଏହାପରେ ବିକାଶ ପୁଣି ଥରେ ସମାନ ମାମଲାରେ ଆବେଦନ କରିଥିଲେ । ଯାହାକୁ ନେଇ ସୋନିଆଙ୍କୁ ରାଉସ ଆଭେନ୍ୟୁ କୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ନାଗରିକ ନହୋଇ ଭୋଟର ତାଲିକାରେ ନାଁ ଥିବାରୁ ସୋନିଆଙ୍କ ସହ ଦିଲ୍ଲୀ ପୋଲିସକୁମଧ୍ୟନୋଟିସହୋଇଛି ।

ଆବେଦନକାରୀ ବିକାଶ କହିଛନ୍ତି ଯେ, ସୋନିଆ୧୯୮୩ମସିହା ଏପ୍ରିଲ୩୦ତାରିଖରେ ଭାରତର ନାଗରିକତା ହାସଲ କରିଥିଲେ । କିନ୍ତୁ୧୯୮୦ରେ ତାଙ୍କ ନାଁ ଭୋଟର ଲିଷ୍ଟରେ ସାମିଲ ହୋଇଥିଲା । ପରେ୧୯୮୨ରେ ନାଁକୁ କାଟି ଦିଆଯାଇଥିଲା । ଯଦି ସାମିଲ ହୋଇଥିଲା ତେବେ ନାଁ କାହିଁକି କଟା ଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ୧୯୮୩ରେ ନାଗରିକତା ହାସଲ କରିଥିବା ସୋନିଆ କେଉଁ ଡକ୍ୟୁମେଣ୍ଟ ଆଧାରରେ ଭୋଟର ତାଲିକାରେ ସାମିଲ ହେଲେ ତାହା ମଧ୍ୟ ସେ ପଚାରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+