ଫେଲ୍‌ ମାରିଲା Y+ କ୍ୟାଟେଗୋରୀ ସୁରକ୍ଷା, ଗୁଳି ମାଡ଼ରେ ଚାଲିଗଲା ପୂର୍ବତନ ମନ୍ତ୍ରୀଙ୍କ ଜୀବନ

ଏନ୍‌ସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି। ଗତକାଲି ରାତିରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଫେଲ୍‌ ମାରିଛି ତାଙ୍କ Y+ କ୍ୟାଟେଗୋରୀ ସୁରକ୍ଷା। କଡ଼ା ସୁରକ୍ଷା ସତ୍ତ୍ୱେ ବି ବିଚ୍‌ ରାସ୍ତାରେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ ହୋଇଛି।

Baba Siddique

ସୁଚନା ଅନୁସାରେ ବାବା ସିଦ୍ଦିକିଙ୍କୁ ୧୫ ଦିନ ପୂର୍ବରୁ ହତ୍ୟା ଧମକ ମିଳିଥିଲା। ତାଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା, ଯେଉଁଥିରେ ତାଙ୍କୁ ହତ୍ୟା କରାଯିବାକୁ ନେଇ ଉଲ୍ଲେଖ ଥିଲା। ଏଥିପାଇଁ ତାଙ୍କ ସୁରକ୍ଷା କଡ଼ା କଡ଼ି କରାଯାଇଥିଲା। ଧମକ ପରେ ତାଙ୍କୁ Y+ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରାଯାଇଥିଲା। ସେପଟେ ମୁମ୍ବାଇ ପୁଲିସ କିନ୍ତୁ ଏହି କଥାକୁ ଖଣ୍ଡନ କରିଛି। ତାଙ୍କୁ କୌଣସି ଧମପୂର୍ଣ୍ଣ ଚିଠି ମିଳିନଥିବା ପୁଲିସ କହିଛି।

ବାବା ସିଦ୍ଦିକିଙ୍କୁ କିଏ ଓ କାହିଁକି ହତ୍ୟା କଲେ। ଏନେଇ ପୁଲିସ ତଦନ୍ତ ଜାରି ରଖିଛି। ଏହାରି ଭିତରେ ତାଙ୍କୁ ହତ୍ୟା ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଏ ଦିଗରେ ମଧ୍ୟ ପୁଲିସ ତଦନ୍ତ ଜାରି ରଖିଛି। ଏଥିସହ ବସ୍ତି ବାସିନ୍ଦାଙ୍କୁ ପୁନଃ ଥଇଥାନ ପ୍ରକଳ୍ପ କାର୍ଯ୍ୟ ଉପରେ ମଧ୍ୟ ସମ୍ଭାବ୍ୟ ବିବାଦ ଲାଗି ରହିଥିଲା। ତେଣୁ ଏହାକୁ ନେଇ ମଧ୍ୟ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି କୁହାଯାଉଛି। ଏହା କଣ୍ଟ୍ରାକ୍ଟ କିଲିଂ ମାମଲା ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

କହିରଖୁ ଯେ, ଶନିବାର ବାବା ଜିଆଉଦ୍ଦିନ ସିଦ୍ଦିକି ଓରଫ୍ ବାବା ସିଦ୍ଦିକି ନିଜ ପୁଅ ଜିଶାନ ସିଦ୍ଦିକିଙ୍କ ଅଫିସକୁ ଯାଇଥିଲେ। ସେତେବେଳେ ଅଚାନକ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ ହୋଇଥିଲା। କାର୍‌ ଭିତରେ ବସିବା ପରେ ହିଁ ତାଙ୍କ ଉପରକୁ ୬ ରାଉଣ୍ଡ ଗୁଳିମାଡ଼ କରାଯାଇଥିଲା। ତାଙ୍କ ପେଟ ଓ ଛାତିରେ ୪ଟି ଗୁଳି ବାଜିଥିଲା। ପରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଲିଲାବତି ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+