କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଫଡନାଭିସ, କହିଲେ ଅଲମ୍ପିକରେ ଦୁର୍ନୀତିର ଦୌଡ ହେଲେ ଜିତିବେ ସ୍ୱର୍ଣ୍ଣପଦକ
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଆମ୍ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ କଡା ଟାର୍ଗେଟ କରିଛନ୍ତି | ସେ ଦିଲ୍ଲୀବାସୀଙ୍କୁ ବିକାଶର ମିଥ୍ୟା ପ୍ରତିଶ୍ରୁତି ଦେଇ ଏହାକୁ ପୂରଣ କରିନଥିବାର ଅଭିଯୋଗ କରିଛନ୍ତି। ରୋହିଣୀରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ଫଡନାଭିସ୍ କହିଛନ୍ତି ଯେ ଯଦି ଅଲିମ୍ପିକ୍ସରେ ଦୁର୍ନୀତିକୁ ନେଇ ଦୌଡ ପ୍ରତିଯୋଗିତା ହୁଏ ତେବେ କେଜ୍ରିୱାଲ ସ୍ୱର୍ଣ୍ଣ ପଦକ ଜିତିବେ।

ଦିଲ୍ଲୀର ଦ୍ରୁତ ବିକାଶ ନିଶ୍ଚିତ ହୋଇପାରିବ ବୋଲି ସେ ଭୋଟରଙ୍କୁ ଦିଲ୍ଲୀରେ ବିଜେପି ସରକାର ଗଠନ କରିବାକୁ ଅନୁରୋଧ କରିଛନ୍ତି। ସେ ଦାବି କରିଛନ୍ତି ଯେ ଆପର କୁଶାସନ ଯୋଗୁଁ ଦିଲ୍ଲୀବାସି ଜଳ ନିଷ୍କାସନ ସମସ୍ୟା, ଅପରିଷ୍କାର ଜଳ ଏବଂ ପ୍ରଦୂଷିତ ବାୟୁ ଭଳି ସମସ୍ୟାର ସମ୍ମୁଖୀନ ହେଉଛି। ବିଜେପି ପ୍ରାର୍ଥୀ ବିଜୟନ୍ଦ୍ର ଗୁପ୍ତାଙ୍କ ପାଇଁ ପ୍ରଚାର କରୁଥିବାବେଳେ ଫଡନାଭିସ୍ କହିଛନ୍ତି, "କେଜ୍ରିୱାଲଙ୍କୁ ଆନ୍ନା ହଜାରେଙ୍କଠାରୁ କିଏ ଭଲ ଜାଣିପାରିବ?
ମୁଁ ଏଠାକୁ ଆସିବା ପୂର୍ବରୁ ଆନ୍ନା ହଜାରେଙ୍କୁ ଭେଟିଛି | ସେ ମୋତେ କହିଥିଲେ ଯେ କେଜ୍ରିୱାଲ ହେଉଛନ୍ତି ଏହି ଦୁନିଆର ସବୁଠାରୁ ଅସାଧୁ ବ୍ୟକ୍ତି, କେଜ୍ରିୱାଲ ୨୦୧୧ରେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହାଜାରେଙ୍କ ସହ ଦୁର୍ନୀତି ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ପରେ କେଜ୍ରିୱାଲ ଏବଂ ଆନ୍ନା ହଜାରେ ଅଲଗା ହୋଇଥିଲେ। ଏହି ରାଲିରେ ଫଡନାଭିସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦୁର୍ନୀତି ବିନା ଦେଶରେ ବିକାଶ ଆଣିଥିବାରୁ ଶ୍ରେୟ ଦେଇଛନ୍ତି। ଫଡନାଭିସ୍ କହିଛନ୍ତି, ଆପରେ ଜଣେ ସ୍ୱଚ୍ଛ ମନ୍ତ୍ରୀ ଖୋଜିବା କଷ୍ଟସାଧ୍ୟ। ଯଦି ଅଲିମ୍ପିକ୍ସରେ ଦୁର୍ନୀତି ଦୌଡ ହୁଏ, ତେବେ କେଜ୍ରିୱାଲ୍ ନିଶ୍ଚିତ ଭାବରେ ସ୍ୱର୍ଣ୍ଣ ପଦକ ଜିତିବେ।"












Click it and Unblock the Notifications