ଫେସବୁକ ଲାଇଭ୍ ବେଳେ ଶିବସେନାର ପୂର୍ବତନ କାଉନସିଲରଙ୍କୁ ଗୁଳିମାଡ଼; ଦେଖନ୍ତୁ ଭିଡ଼ିଓ
ଶିବସେନା (ୟୁବିଟି)ର ପୂର୍ବତନ କାଉନସିଲର ଅଭିଷେକ ଘୋସାଲକରଙ୍କୁ ଗୁଳି କରି ହତ୍ୟା । ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ, ଆକ୍ରମଣ ପରେ ମରିସ୍ ନୋରୋନ୍ହା ନାମକ ଜଣେ ବ୍ୟକ୍ତି ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ସୂଚନାରୁ ଜଣାପଡିଛି ଯେ ଅଭିଷେକ ଘୋଷଲକର ଫେସବୁକ ଲାଇଭ୍ କରୁଥିବା ସମୟରେ ୫ ଥର ସୁଟ୍ କରିଥିଲେ।
ତେବେ ପ୍ରାଥମିକ ତଦନ୍ତରୁ କୁହଯାଉଛି ଯେ, ତାଙ୍କ ଦେହରେ ତିନିଟି ଗୁଳି ବାଜିଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କ ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ବ୍ୟକ୍ତିଗତ ବିବାଦକୁ ନେଇ ଏହି ଗୁଳିମାଡ଼ ହୋଇଛି। ସେପଟେ ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି ।
Rapid Firing on Shivsena Uddhav Group leader Abhishek Ghosalkar
Watch Horrifying Video #AbhishekGhosalkar pic.twitter.com/ormtWvQh8t
— Shubham Rai (@shubhamrai80) February 8, 2024
ଅଭିଷେକ ଘୋସାଲକର ହେଉଛନ୍ତି ଶିବସେନାର ପୂର୍ବତନ ବିଧାୟକ ବିନୋଦ ଘୋସାଲକରଙ୍କ ପୁଅ । ଅଭିଷେକ ମୁମ୍ବାଇର ଦହିସରର ୱାର୍ଡ ନମ୍ବର ୧ର ପୂର୍ବତନ କର୍ପୋରେଟର । ସେ ମୁମ୍ବାଇ ବ୍ୟାଙ୍କର ନିର୍ଦ୍ଦେଶକ ମଧ୍ୟ ଅଟନ୍ତି । କୁହାଯାଉଛି ଯେ ଉଭୟଙ୍କ ମଧ୍ୟରେ ବିବାଦ ରହିଥିଲା। ବର୍ତ୍ତମାନ ଅଭିଷେକ ଘୋଷଲକରଙ୍କ ପତ୍ନୀ ତେଜସ୍ୱିନୀ କାଉନସିଲର ଅଛନ୍ତି ।

ବୋରିଭାଲି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଭାବେ ଘୋସାଲକର ପରିବାରର ଆଧିପତ୍ୟ ରହିଛି । ଶିବସେନା ନେତ୍ରୀ ସୁଷମା ଆନ୍ଧାରେ କହିଛନ୍ତି ଯେ ମରିସ୍ ନୋରୋନ୍ହା ଦହିସରରୁ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିଲେ ଏବଂ ସେମାନଙ୍କ ମଧ୍ୟରେ ବିବାଦ ଥିଲା।
କିଛି ଦିନ ତଳେ ବିଜେପି ବିଧାୟକ ଗଣପତ ଗାଇକୱାଡ ଉଲହାସନଗରରେ ଶିବସେନା ଶିନ୍ଦେ ଗୋଷ୍ଠୀ ନେତା ମହେଶ ଗାଇକୱାଡଙ୍କ ଉପରକୁ ଗୁଳି ଚଳାଇଥିଲେ।












Click it and Unblock the Notifications